ପାରାଦୀପ୍ – ଆରମ୍ଭ ହେଲା ମାଛ ଧରିବା କଟକଣା | ସମୁଦ୍ର ଭିତରେ ମାଛ ଧରିବା ମନା | ଦୁଇମାସ ପାଇଁ ଲାଗୁ ହେଲା କଡା ନିୟମ | ଯାହାକୁ ନେଇ ଏବେ ଚିନ୍ତାରେ ମାଛ ଧରାଳି ଓ ବୋଟ୍ ମାଲିକ | ମତ୍ସ୍ୟ ସମ୍ପଦ ର ସୁରକ୍ଷା ଓ ମତ୍ସ୍ୟ ଉତ୍ପାଦନ କୁ ଲକ୍ଷ୍ୟ ରଖି 2005 ମସିହା ଠାରୁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି କଡା ନିୟମ | ଏପ୍ରିଲ 15 ତାରିଖ ରୁ ଜୁନ 14 ଦୁଇମାସ ମଧ୍ୟରେ ମାଛ ମାନେ ଅଣ୍ଡାଦାନ କରିବାକୁ ଥିବାବେଳେ ଦୂର ସମୁଦ୍ର ମଧ୍ୟକୁ 8.30 ମିଟର ଦୈର୍ଘ୍ୟ ବିଶିଷ୍ଟ ଜନ୍ତ୍ର ଚାଳିତ ଡଙ୍ଗା କିମ୍ବା ଟ୍ରଲର ମାଛ ଧରିବାକୁ ଦୂର ସମୁଦ୍ର ଭିତରେ ପ୍ରବେଶ କରିବେ ନାହିଁ | ଯାହାକୁ ନେଇ ଆଜିଠାରୁ ଲାଗୁ ହୋଇଛି ଏହି ନିୟମ | ଉପକୁଳ ରୁ ଦୂର ସମୁଦ୍ର ଭିତରକୁ ପ୍ରତିଦିନ ଶହ ଶହ ସଂଖ୍ଯାରେ ଡଙ୍ଗା ଓ ଟ୍ରଲର ମାଛ ଧରିବା ପାଇଁ ଯାଉଥିବା ବେଳେ ଏହି ସମୟ ରେ ମାଛ ମାନେ ଅଣ୍ଡା ଦାନ କରିବାକୁ ଆସୁଥିବା ଓ ଜନ୍ତ୍ର ଚାଳିତ ଯୋଗୁଁ ସେମାନେ କ୍ଷତିଗ୍ରସ୍ତ ହେଉଥିବା ନେଇ କରାଯାଇଛି ଏହି ନିୟମ | ଏହି ସମୟ ରେ ପ୍ରସାଶନିକ କଟକଣା ମସ୍ଥ୍ୟଜୀବି , ବ୍ୟବସାୟୀ ଏବ୍ଂ ଟ୍ରଲର ଓ ଡଙ୍ଗା ମାଲିକ ମାନଙ୍କୁ ଆର୍ଥିକ କ୍ଷତି ପହଞ୍ଚାଉ ଥିବାରୁ ସେମାନେ ଏବେ ବେଶ୍ ଚିନ୍ତିତ | ମାଛ ବ୍ୟବସାୟ ଉପରେ ଅନେକ ଲୋକ ନିର୍ଭରଶୀଳ ହୋଇ ଚାଲୁଥିବା ବେଳେ ଆନ୍ଧ୍ର ପ୍ରଦେଶ ରେ ସରକାର ସେମାନଙ୍କୁ କ୍ଷତି ଭରଣା ରାଶି ପ୍ରଦାନ କରୁଛନ୍ତି | କିନ୍ତୁ ଅଦ୍ୟାବଧି ଓଡିଶା ମତ୍ସ୍ୟଜୀବୀ ଙ୍କ କ୍ଷେତ୍ରରେ ସେଭଳି କିଛି ହୋଇନଥିବା ଏବ୍ଂ ଏମାନଙ୍କୁ କ୍ଷତି ଭରଣା କରିବାକୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ର ସଭାପତି ଶ୍ରୀକାନ୍ତ ପରିଡା | ବାସ୍ତବିକ ପାରାଦୀପ୍ ରେ 600 ରୁ ଉର୍ଦ୍ଧ ଟ୍ରଲର , 1000 ରୁ ଉର୍ଦ୍ଧ ଡଙ୍ଗା ଓ 4000 ରୁ ଉର୍ଦ୍ଧ ମତ୍ସ୍ୟଜୀବୀ ପ୍ରଭାବିତ ହେଉଥିବା ବେଳେ ସେମାନଙ୍କୁ ସରକାର କ୍ଷତି ପୂରଣ କରିବାକୁ ଆର୍ଥିକ ସହାୟତା ପ୍ରଦାନ କରିବାର ଆବଶ୍ୟକତା ରହିଛି |