Odisha news

ନିଶା ନିବାରଣ ପାଇଁ ନିଆରା ଢଙ୍ଗରେ ଶୋଭାଯାତ୍ରା

0
ପାରାଦୀପ୍ – ଓଡିଶା ଇଉଥ ଫେଡେରେସନ ବ୍ୟାନର ରେ ଆଜି ପାରାଦୀପ୍ ରେ ଆୟୋଜିତ ହୋଇଯାଇଛି ଏକ ଭିନ୍ନଧରଣର ନିଶା ନିବାରଣ ଶୋଭାଯାତ୍ରା  | ବାପି ସର୍ଖଲେ ଙ୍କ ସମର୍ଥକ ମାନେ ଆଜି ବଡ଼ପଡ଼ିଆ ବସ୍ ଷ୍ଟାଣ୍ଡ ପାଖରୁ ସମୁଦ୍ର କୂଳ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରାରେ ଅନେକ ଯୁବକ ମାନେ ଯୋଗ ଦେଇଥିଲେ  | ମଦ୍ୟପାନ କରି କିଭଳି ଲୋକଟି କୋକେଇ ରେ ଶେଷ ଯାତ୍ରା କରୁଛି , ନିଶା ଗ୍ରସ୍ତ ହୋଇ ଯୁବକ ଟିଏ କିଭଳି ଅପରାଧ ଘଟାଇ ଶେଷରେ ଜେଲ ଯାଉଚି ଓ ଜମ ମହାରାଜ ମଦୁଆ ମାନଙ୍କୁ ହାତ ଠାରି ଡାକିଛନ୍ତି  ଏବଂ ମଦ ପିଇ ମାତାଲ ହୋଇ ଶେଷରେ କିଭଳି ଲୋକଟି ମେଡିକାଲରେ ଜୀବନ ସହ ସଙ୍ଘର୍ଷ କରୁଛି , ଏହାର ନିଛ୍ହକ ପ୍ରତିଛବି ଏହି ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା  | ଆଗକୁ ପାରାଦୀପ୍ କୁ ନିଶା ମୁକ୍ତ କରିବାକୁ ଏହି ସଂଗଠନ କାର୍ଯ୍ୟ କରିବ ବୋଲି କର୍ମକର୍ତ୍ତା ମାନେ ପ୍ରକାଶ କରିଥିଲେ  |
Nalco
Leave A Reply