ପାରାଦୀପ୍ – ପାରାଦୀପ୍ ଭାରତୀୟ ତୈଳ ବିଶୋଧନାଗାର ପଛପଟ ଗେଟ ପାଖରେ ହରିଣ ମୃତ୍ୟୁ | ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳୁ ମୃତ ହରିଣ ଟିକୁ ବୁଲା କୁକୁର ମାନେ ଭିଡି ନେଉଥିବା ବେଳେ ସ୍ତାନୀୟ ଲୋକ ଏହା ଦେଖି ମୃତ ହରିଣର ମୃତ ଦେହକୁ ଉଦ୍ଧାର କରିଥିଲେ | ଅଭୟ ଚାନ୍ଦପୁର୍ ଥାନା ମାଧ୍ୟମରେ ଡିଏଫଓ ଙ୍କୁ ଅବଗତ କରାଯାଇଥିବା ବେଳେ ମୃତ ହରିଣ ର ମରଶରୀର କୁ ଅଣାଯାଇ ପାରାଦୀପ୍ ପଶୁ ଚିକିତ୍ସା କେନ୍ଦ୍ର ରେ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡିଛି | ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାରାଦୀପ୍ ତୈଳ ବିଶୋଧନାଗାର ପାଖଦେଇ ଯାଇଥିବା ହଜାର ହଜାର ଝାଉଁ ଗଛ କୁ କିଛି ଜମି ମାଫିଆ ରାତାରାତି କାଟି ଲୁଟ କରୁଥିବା ବେଳେ ସେହି ଝାଉଁ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ଏହି ହରିଣ , ବାର୍ହା ଓ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଏବେ ବିକ୍ଷିପ୍ତ ଭାବେ ଏଣେତେଣେ ବିଚରଣ କରିବା ସହ ଅନେକ ସମୟରେ ଜନବସତି ମୁହାଁ ହୋଇ ମୃତ୍ୟୁବରଣ କରୁଥିବା କୁହାଯାଉଛି | କେତେବେଳେ ଶିକାରୀ ତ କେତେବେଳେ ବୁଲା କୁକୁରଙ୍କ ହାବୁଡରେ ପଡି ଜୀବନ ହରାଉଛନ୍ତି | ବେଳା ଥାଉ ଥାଉ ଏଥିପ୍ରତି ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି |
