Odisha news

ଶବ କୁ ଜଗୀଲା ମାଙ୍କଡ଼, ପାଞ୍ଚ ଘଣ୍ଟା ଅଟକାଇଲା , କାନ୍ଦିଲା

0

ପାରାଦୀପ୍ – ଶବ ଜଗୀଲା ମାଙ୍କଡ଼  | ଶବ ପାଖରେ ବସିଲା , ଶବ କୁ ଧରି କାନ୍ଦିଲା  | ମିନିଟିଏ କି ଦଶ ମିନିଟ୍ ନୁହଁ  | ପାଞ୍ଚ ଘଣ୍ଟା ଶବ କୁ ଜଗି ରହିଲା ଆଉ ଶବ କୁ ଛାଡ଼ିଲା ନାହିଁ  | ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବହୁ ଚର୍ଚିତ ଢିଙ୍କିଆ ଚାରିଦେଶ କୁହାଯାଉଥିବା ନୁଆଗାଁ ପଞ୍ଚାୟତର ନୂଆଗାଁ ଗ୍ରାମ ରେ  | ଏହି ଗ୍ରାମ ର ମଞ୍ଜୁ ଦାସ ଙ୍କ ଛାତିରେ ଗତକାଲି ଜନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ କୁଜଙ୍ଗ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ  | ଏହାପରେ ମଞ୍ଜୁ ଙ୍କ ଶବ କୁ ତାଙ୍କ ନୂଆଗାଁ ସ୍ଥିତ ବାସଭବନ କୁ ଅଣାଯାଇ ସେଠାରେ ଅନ୍ତେଷ୍ଟିକ୍ରିୟା ପାଇଁ ଯୋଜନା ଚାଲିଥିବା ବେଳେ ହଠାତ୍ ଏକ ବୁଲା ମାଙ୍କଡ଼ ଲୋକଙ୍କ ଗହଳି ଭିତରେ ପଶି ଶବ କୁ ଧରି ବସିଲା ଆଉ ଶବ କୁ ଧରି କାନ୍ଦିବାକୁ ଲଗିଲା  | ଦିର୍ଘ ପାଞ୍ଚ ଘଣ୍ଟା ଏଭଳି ବସି ରହି ଶବ କୁ ସଂସ୍କାର କରିବାକୁ ଛାଡ଼ିଲା ନାହିଁ  | ଯାହା ସମସ୍ତଙ୍କୁ ବେଶ୍ ଆଶ୍ଚର୍ଯ୍ୟ ଚକିତ କରିଥିଲା  | ଏହା ପରେ ଦୀର୍ଘ ପାଞ୍ଚ ଘଣ୍ଟା ପରେ ମାଙ୍କଡ଼ ଟି ଯିବାରୁ ପରେ ଯାଇ ଶବ ସତ୍କାର କରାଯାଇଥିଲା  | ଏହା ଅଲୌକିକ କିମ୍ବା କଣ ତାହା କେହି ବୁଝି ପରିନଥିଲେ  |

Nalco
Leave A Reply