Odisha news

ବିଶ୍ଵ ପାରା ଆଥେଲେଟିକରେ ଡବଲ ସ୍ଵର୍ଣ୍ଣ ପଦକ ହାସଲ କଲେ ସତ୍ୟବାଦୀ ର ଝିଅ ଜୟନ୍ତୀ ବେହେରା

0
ସାକ୍ଷୀଗୋପାଳ ପର୍ତ୍ତୁଗାଲ ରେ ଚାଲିଥିବା ବିଶ୍ଵ ପାରା ଆଥେଲେଟିକ ପ୍ରତିଯୋଗିତା ୨୦୨୨ର ୨୦୦ ମିଟର  ଏବଂ ଆଜି ଅନୁଷ୍ଟିତ ହୋଇଥିବା ୪୦୦ ମିଟର ଦୌଡ  ପ୍ରତିଯୋଗୀତା ରେ ସ୍ଵର୍ଣ୍ଣ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି  ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଶ୍ରୀରାମ ଚନ୍ଦ୍ର ପୁର ପଞ୍ଚାୟତର ମାଣିତୀର ସାହି ଗ୍ରାମର ଓଡ଼ିଆ ପାରା ଆଥଲେଟ ଜୟନ୍ତୀ ବେହେରା।
୩୦ ଟି ଦେଶର ମୋଟ ୪୦୦ କ୍ରୀଡାବିତ୍ ଙ୍କୁ ନେଇ ଆୟୋଜିତ ହେଉଥିବା ଏହି ବିଶ୍ବସ୍ତରୀୟ କ୍ରୀଡ଼ା ଉତ୍ସବର ୧୦୦ ମିଟର ଦୌଡ ପ୍ରତିଯୋଗୀତାରେ ରୌପ୍ୟ ପଦକ ପାଇଥିବା ବେଳେ  ୨୦୦ ଏବଂ ୪୦୦ ମିଟର ଦୌଡରେ ସ୍ଵର୍ଣ୍ଣ ପଦକ ହାସଲ କରି ରେକର୍ଡ ସୃଷ୍ଟି କରିବା ସହିତ ଦେଶ ପାଇଁ ରାଜ୍ୟ ପାଇଁ ଏବଂ ସତ୍ୟବାଦୀ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ଜୟନ୍ତୀ।  ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବାରୁ ଖୁସି ବ୍ୟକ୍ତ କରିବା ସହିତ  ଜୟନ୍ତୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି କୋଚ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମିଶ୍ର। ଏହି ଖବର ଜଣାପଡିବା ପରେ ସତ୍ୟବାଦୀ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଅଛି
IEC 2 years
Leave A Reply