Odisha news

ଭଦ୍ରକ :ସରକାରଙ୍କ ବାର୍ତ୍ତା ପହଞ୍ଚାଉଥିବାର କରୋନା ଯୋଦ୍ଧା “ହକର୍‍’ଙ୍କ ଦୁଃଖ ବଢୁଛି , ସ୍ୱତନ୍ତ୍ର ପ୍ୟାକେଜ ନାହିଁ କି ବୀମା ବ୍ୟବସ୍ଥା ବି ନାହିଁ

0

ଭଦ୍ରକ : ବିଶ୍ୱ ମହାମାରୀ “କରୋନା’ ଲକ୍‍ଡାଉନ୍‍ ପାଇଁ ଗରିବ ଖଟିଖିଆଙ୍କ ଜୀବନ, ଜୀବିକା ଖୁବ୍‍ ପ୍ରଭାବିତ ହୋଇଛି । ସେମାନଙ୍କ କଲ୍ୟାଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟାୟରେ ପ୍ୟାକେଜ୍‍ ଘୋଷଣା କରିଛନ୍ତି । ନିର୍ମାଣ ଶ୍ରମିକଙ୍କ ଠାରୁ ଆରମ୍ଭ କରି ଉଠା ଦୋକାନୀଙ୍କ ପଯର୍‍ୟନ୍ତ ସମସ୍ତଙ୍କୁ ସହାୟତା ଦିଆଯାଉଛି । କିନ୍ତୁ ଲୋକଙ୍କ ନିକଟରେ ଖବର ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ଖବରକାଗଜ ହକର୍‍ମାନଙ୍କ କଥା ସରକାର ଏ ଯାଏ ଆଦୌ ଚିନ୍ତା କରି ନାହାନ୍ତି । ଫଳରେ ଭଦ୍ରକ ଜିଲ୍ଲାରେ ପ୍ରାୟ ୫ଶହରୁ ଉର୍ଦ୍ଧ୍ୱର୍ ହକର୍‍ ଓ ତାଙ୍କ ପରିବାର ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କରୋନା ସଚେତନତା ସୃଷ୍ଟି ଦିଗରେ ଦେଶ ଯେଉଁ କିଛି କ୍ଷେତ୍ରର ପ୍ରମୁଖ ଭୂମିକା ନେଉଛନ୍ତି, ତାହା ଭିତରେ ଖବରକାଗଜ ଅନ୍ୟତମ । ତେଣୁ କରୋନା ସମୟରେ ଖବରକାଗଜ ଅନ୍ୟତମ । ତେଣୁ କରୋନା ସମୟରେ ଖବରକାଗଜ ପ୍ରକାଶନ ଓ ବିତରଣ ଜାରି ରଖିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କହିଛନ୍ତି । ଖବରକାଗଜ ପ୍ରକାଶନୀ ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ ତାହାକୁ ଲକଡାଉନ ବାଦ ଦିଆଯାଇଛି । ଖବରକାଗଜ ଛପା ହେଲା ପରେ ଲୋକଙ୍କ ନିକଟରେ ତାହାକୁ ପହଞ୍ଚାଇବାର ଗୁରୁ ଦାୟିତ୍ୱ ବହନ କରୁଛନ୍ତି ହକରମାନେ । କରୋନା ପରି ମହାମାରୀ ସମୟରେ ମଧ୍ୟ ବହୁ ହକର ଲୋକଙ୍କ ହାତ ପାହାନ୍ତାରେ ଖରବକାଗଜ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ହକରମାନେ ଯେପରି ସକାଳୁ ଖବରକାଗଜ ବାଣ୍ଟିତପାରିବେ, ସେଥି ପାଇଁ ସରକାର ସକାଳ ୫ଟାରୁ ୮ଟା ଯାଏଁ ମଧ୍ୟ ନିର୍ଘଣ୍ଟ କରିଛନ୍ତି । କରୋନା ସମୟରେ କେହି ଘରୁ ବାହାରୁ ନ ଥିଲା ବେଳେ ହକରମାନେ ଭୋରରୁ ଅଧିକାଂଶ ସ୍ଥାନରେ ଖବରକାଗଜ ପହଞ୍ଚାଉଛନ୍ତି । ରାଜ୍ୟରେ ହକରମାନଙ୍କ ଆର୍ଥିକ ସ୍ଥିତି ସେତେଟା ସ୍ୱଚ୍ଛଳ ନୁହେଁ । ଆଉ ସରକାର ସେମାନଙ୍କ ପାଇଁ କୌଣସି ପ୍ରୋତ୍ସାହନର ବ୍ୟବସ୍ଥା ବି କରିନାହାନ୍ତି । ପୂର୍ବରୁ ଅନେକ ଥର ସେମାନଙ୍କ ସାମାଜିକ ସୁରକ୍ଷା କଥା ଚିନ୍ତା କରିବାକୁ ଦାବି ଉଠିଛି । ବିଭିନ୍ନ ସମୟରେ ସରକାର ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ପ୍ରତିଶ୍ରୁତି ପାଳନ କରିବା ପାଇଁ ସରକାରୀ ସ୍ତରରେ ତପିରତା ପ୍ରକାଶ ପାଉ ନାହିଁ । ସଂପ୍ରତି କରୋନା ମୁକାବିଲାରେ ହକରମାନେ ମଧ୍ୟ ଯୋଦ୍ଧା ହୋଇଥିଲେ ବି ସେମାନଙ୍କ କଥା ସରକାର ଗୁରୁତର ସହ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

Leave A Reply