Odisha news

ପାଣିକୋଇଲି  : ଯୁବକଙ୍କୁ ନିସ୍ତୁକ ମାଡ ସହ ନିର୍ମମ ଭାବେ ହତ୍ୟା

0

ପାଣିକୋଇଲି  : ମହାରାଷ୍ଟ୍ର ରାଜ୍ୟ ନାଗପୁର ଅଂଚଳର ଭୀମ ପାୱାର ନାମକ ବ୍ୟକ୍ତି ୧୦ ବର୍ଷ ହେଲା ଚଣ୍ଡିଖୋଲରେ ସପରିବାର ରହି ମାଳି ବ୍ୟବସାୟ କରି ଚଳୁଥିଲେ । ଭୀମ ସାନ ପୁଅ ସୁବାସର ବିବାହ ନିମନ୍ତେ  ସେଠାରେ ରହୁଥିବା ଝାଡଖଣ୍ଡ ରାଜ୍ୟ ଧାନବାଦ ଅଂଚଳର ତପଲତା ଭୋସେଲଙ୍କ ଝିଅ ସହ ସ୍ଥିର ହୋଇଥିଲା । ସେମାନଙ୍କ ପ୍ରଥା ଅନୁଯାୟୀ ଭୀମ ତପଲତାଙ୍କୁ ୨୦ ହଜାର ଟଙ୍କା ଅଗ୍ରୀମ ଦେଇଥିଲେ । ପରବର୍ତିୀ ଅବସ୍ଥାରେ ବିବାହ ପାଇଁ ତପଲତା ରାଜି ହୋଇନଥିଲେ ।

ଫଳରେ ଦେଇଥିବା ଅଗ୍ରୀମ ଟଙ୍କା ଭୀମ ମାଗିଥିଲେ । ଟଙ୍କା ପାଇଁ ଉଭୟଙ୍କ ମଧରେ ବିବାଦ ହେବାରୁ ତପଲତା ପରିବାର ଭୀମକୁ ହତ୍ୟା କରିଥିଲେ । ଏନେଇ ଧର୍ମଶାଳା ଥାନାରେ ମାମଲା ରୁଜ୍ଜୁ ହୋଇଥିଲା । ଭୀମର ମୃତୁ୍ୟ ପରେ ତାର ପରିବାର ଲୋକମାନେ ଭୟଭୀତ ହୋଇ ଚଣ୍ଡିଖୋଲ ଛାଡି ଏଣେ ତେଣେ ବୁଲୁଥିଲେ । ଗତ ୩ ଦିନ ହେବ ଭୀମର ପୁଅ ମନୋଜ ସପରିବାରେ ଆସି ପାଣିକୋଇଲି କଲେଜ ପଛପଟ ପଡିଆରେ ତମ୍ବୁ ଟାଣି ରହୁଥିଲେ । ମଙ୍ଗଳବାର ରାତ୍ରୀରେ ଭୀମ ଭୋସେଲର ପୁଅ ମନୋଜ (୨୫) ତମ୍ବୁ ସାମ୍ନାରେ ବସି ରାତ୍ରୀ ଭୋଜନ କରୁଥିବା ବେଳେ ହଠାତ୍ ତପଲତା ଓ ତାର ଭାଇ, ତନୀର, କାଲେଣ୍ଡରୀ, ଗୁବାନୀ ୪ଜଣ ମିଶି ମନୋଜକୁ ନିସ୍ତୁକ ମାଡ ମାରିଥିଲେ ।

ଏମିତିକି ଏକ ଛୁରୀରେ ମନୋଜର ଶରୀରର ବିଭିନ୍ନ ସ୍ଥାନରେ ୫ ଜାଗାକୁ ଭୁଷିଥିଲେ । ମନୋଜ ଚିକôାର କରି ତାର ସ୍ତ୍ରୀ ଚିଂଜରକୁ ପୁଅକୁ ନେଇ ପଳାଇବାକୁ କହିବାରୁ ଚିଂଜର ପୁଅକୁ ନେଇ ତମ୍ବୁ ପଛ ପଟେ ଅନ୍ଧାରରେ ଲୁଚି ପଳାଇଥିଲେ । ଫଳରେ ଆସାମୀ ମାନେ ସେଠାରୁ ପଳାଇଥିଲେ । କୌଣସି ସୂତ୍ରରୁ ଖବର ପାଇ ପୁଲିସ ଘଟଣାସ୍ଥଳେ ପହଂଚି ଗୁରୁତର ଆହତ ମନୋଜକୁ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକିସôାଳୟରେ ଭର୍ତି କରିଥିବା ବେଳେ ଡାକ୍ତର ତାକୁ ମୃତ ଘୋଷରା କରିଥିଲେ । ଏନେଇ ଚିଂଜର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜ୍ଜୁ କରିବା ସହ ଥାନାଧିକାରୀ ଅଜୟ କୁମାର ଜେନାଙ୍କ ନିଦେ୍ର୍ଦଶ ସବ ଇନ୍ସପେକ୍ଟର କୈଳାସ ଚନ୍ଦ୍ର ଭୋଇ ଯାଜପୁର ମୁଖ ଚିକିସôାଳୟ ପହଂଚି ଶବ ବ୍ୟବଚ୍ଛେଦ କରାଇଥିଲେ । ଅସହାୟ ପୁରଷ ଶୂନ୍ୟ ପରିବାର ଶବଦାହ ପାଇଁକେହି ନଥିବାରୁ ରେଡକ୍ରସ ଆଜୀବନ ସଦସ୍ୟ ତାରିଣୀ କୁମାର ପଟ୍ଟନାୟକଙ୍କ ସହାୟତାରେ ଆମେ ବିପଦରେ ସାଥି ସଦସ ମାନେ ପହଂଚି ଶବକୁ ନେଇ ବାରୁଣୀ ଘାଟରେ ଦାହ କରିଥିଲେ । ଶବ ଦାହର ସମସ୍ତ ଖର୍ଚ୍ଚ ପାଣିକୋଇଲି ପୁଲିସ ବହନ କରିଥିଲା

Leave A Reply

Your email address will not be published.