Odisha news

କିଙ୍ଗ୍ସ ଏକାଦଶ ୨୦୬/୩

0

ଦ ୁ ବ । ଇ , ୨ ୪ । ୯ ( ଏ େ ଜ ନ ୍ସି ) : କ୍ୟାରିୟରର ଭଲ ଫର୍ମ ଦେଇ ଗତି କରୁଥିବା କିଙ୍ଗ୍ସଏକାଦଶ ପଞ୍ଜବା ଅଧିନାୟକ ଲୋକେସ୍‌ ରାହୁଲ ବିସ୍ପୋରକ ଶତକୀୟ ଇନିଂସ୍‌ ଖେଳିଛନ୍ତି । ଫଳରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ପଞ୍ଜାବ ୨୦ ଓଭରରେ ୩ ୱିକେଟ୍‌ ହରାଇ ୨୦୬/୩ ରନ୍‌ର ବିଶାଳ ସ୍କୋର କରିଥିଲା । ଶେଷ ଖବର ସୁଦ୍ଧା ୨୦୭ ରନ୍‌ର ବିଜୟଲକ୍ଷ୍ୟକୁ ପିଛା କରିଥିବା ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର ୩.୩ ଓଭରରେ ୩ ୱିକେଟ୍‌ ହରାଇ ୭ ରନ୍‌ ସଂଗ୍ରହ କରିଥିଲା । ଦେବଦତ୍ତ ପଡିକାଲ ଦୁଇଟି ବଲ୍‌ରୁ ୧ ରନ୍‌ କରି ସେଲଡନ୍‌ କୋଟ୍ରିଲଙ୍କ ଶିକାର ହୋଇଥିଲେ । ଟସ୍‌ ଜିତି ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି କିଙ୍ଗ୍ସ ଏକାଦଶ ପଞ୍ଜାବକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଆରମ୍ଭରୁ କୋହଲିଙ୍କ ଏଭଳି ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଥିଲା । ଦୁବାଇର ଏହି ବ୍ୟାଟିଂ ଟ୍ରାକ୍‌ରେ କିଙ୍ଗ୍ସଏକାଦଶ ଲୋକେସ ରାହୁଲ ଓ ମୟଙ୍କ ଅଗ୍ରୱାଲ ଧୂଅæôଧାର ଆରମ୍ଭ କରିଥିଲେ । ମୟଙ୍କ ୨୦ ବଲରୁ ୨୬ ରନ୍‌ କରି ଚହଲଙ୍କ ବଲ୍‌ରେ ଆଉଟ୍‌ ହୋଇଥିବା ବେଳେ ରାହୁଲ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ବାଙ୍ଗାଲୋର ବୋଲରଙ୍କୁ ମୁହଁତୋଡ ଜବାବ ଦେଇଥିଲେ ।ରାହୁଲ ୬୯ ବଲ୍‌ର ସମ୍ମୁଖୀନ ହୋଇ ୧୪ ଚୌକା ଓ ୭ ଛକା ସହାୟତାରେ ଅପରାଜିତ ୧୩୨ ରନ୍‌ କରିଥିଲେ । ସେହିଭଳି ମୟଙ୍କ ୨୬, ନିକୋଲାସ୍‌ କୁରନ ୧୭, ଗ୍ଲେନ୍‌ ମ୍ୟାକ୍ସେୱଲ ୫ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ କରୁନ ନାୟର ୮ ବଲ୍‌ରୁ ଅପରାଜିତ ୧୫ ରନ୍‌ କରିଥିଲେ । ଫଳରେ କିଙ୍ଗ୍ସଏକାଦଶ ୧୦.୩ ହାରରେ ୨୦୬/୩ ରନ୍‌ କରିଥିଲା ।

Nalco
Leave A Reply