Odisha news

ଏକତା ପରିଷଦ ପକ୍ଷରୁ ଶ୍ରମଦାନ ଭିତିକ ଗ୍ରାମ ସଚେତନ କାର୍ଯ୍ୟକ୍ରମ

0

ପାଣିକୋଇଲି : ଏକତା ପରିଷଦ ଯାଜପୁର ଜିଲା ପକ୍ଷରୁ କୋରାଇ ବ୍ଲକ ଅନ୍ତର୍ଗତ ତଣ୍ଡରା ପଂଚାୟତର ତଣ୍ଡରା ଗ୍ରାମରେ  ୩ ଦିନ ଧରି  ଗ୍ରାମର ସ୍ୱେଚ୍ଛାସେବୀ, ମହିଳା. ଓ ଚାଷୀ ମାନଙ୍କୁ ନେଇ  ଏକ ଶ୍ରମଦାନ ଭିତିକ କାର୍ଯ୍ୟକ୍ରମ ସହ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଶ୍ରମଦାନ କାର୍ଯ୍ୟକ୍ରମ ମାଧ୍ୟମରେ ତଣ୍ଡରା ହରିଜନ ସାହି ଠାରୁ  ପାଟିଆ ନଦୀକୂଳ ରାସ୍ତା ମରାମତି, ନଦୀ ପଠା ସଫେଇ ତାର ସୁରକ୍ଷା ଜନିତ କାର୍ଯ୍ୟକ୍ରମ କରାଯାଇଥିଲା । ଶତାଧିକ ଗ୍ରାମବାସୀ  ଏହି କାର୍ଯ୍ୟକ୍ରମରେ ଶ୍ରମଦାନ କରି କାର୍ଯ୍ୟକ୍ରମକୁ ପୂର୍ଣ୍ଣାଙ୍ଗ କରିଥିଲେ । ଏକତା ପରିଷଦ ତରଫରୁ ସାମାଜିକ ଦୂରତା ରକ୍ଷାକରି ପ୍ରତ୍ୟେକ କାର୍ଯ୍ୟ ସହ ମାସ୍କ ବ୍ୟବହାର ଓ ସାବୁନରେ ହାତ ଧୋଇବାକୁ ଅଭ୍ୟାସରେ ପରିଣତ  କରିବାକୁ ବିଭିନ୍ନ ପ୍ଲାକାର୍ଡ ମାନ ସହ ପ୍ରାକ୍ଟିକାଲ  ଶିକ୍ଷାଦେଇ ସଚେତନତା କରିଥିଲେ ।

ଏହି ଶ୍ରମଦାନ କାର୍ଯ୍ୟକ୍ରମକୁ ଯେଉଁ ଶ୍ରମଜିବୀ ଯୋଦ୍ଧାମାନେ  ସହଯୋଗ କରି ଏକ ନିଆରା  ଆଦର୍ଶ କାମ କରିଥିଲେ ସେମାନଙ୍କୁ ଏକତା ପରିଷଦ ପକ୍ଷରୁ  ବିଭିନ୍ନ ପ୍ରକାର ରାସନ ସାମଗ୍ରୀ ପ୍ରଦାନ କରାଯାଇ ସେମାନଙ୍କ ମନୋବଳ ବୃଦ୍ଧି କରିବା ସହ ସେମାନଙ୍କୁ ଉସôାହିତ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ପାଣିକୋଇଲି ଥାନାଧିକାରୀ ଅଜୟ କୁମାର ଜେନା, କୋରାଇ ପ୍ରେସ କ୍ଳବ ସଭାପତି ସୁବାସ ଧଳ ଓ ଏକତା ପରିଷଦର ଜିଲ୍ଲା ସଂଯୋଜକ ଅକ୍ଷୟ କୁମାର ଜେନା ଯୋଗଦେଇ ଅଂଚଳବାସୀଙ୍କୁ ସଚେତନତାର ବାର୍ତା ଦେବା ସହ ଶ୍ରମିକ ମାନଙ୍କୁ ରାସନ ସାମଗ୍ରୀ ବଂଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଶନ୍ନ ସ୍ୱାଇଁ, ସତ୍ୟ ମଲିକ, ରଜନୀକାନ୍ତ ମଲିକ, କ୍ରିଷ୍ଣା ମଲିକ ପ୍ରମୁଖ ପରିଚାଳନା କରିଥିଲେ ।  ଏଥିରେ ଗ୍ରାମବାସୀଙ୍କ ସହଭାଗୀତାରେ ଗ୍ରାମ ସ୍ୱରାଜର ବାର୍ତା ଦେଇ ଗ୍ରାମାବସୀ ଆନନ୍ଦ ପ୍ରକାଶ କରିଥିଲେ ।

Leave A Reply