ପାଣିକୋଇଲି : ଭୟାଭୟ କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ଲାଗି ସାମାଜିକ ଦୁରତ୍ୱ ଓ ମାସ୍କ ବ୍ୟବହାର ଏକ ମାତ୍ର ମାଧ୍ୟମ ହୋଇଥିବା ବେଳେ ମାସ୍କର ଅଭାବ ଯୋଗୁଁ ବହୁ ଗରୀବ ଲୋକ ଏହାକୁ ପାଇପାରୁ ନାହାନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ପାଣିକୋଇଲି ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ନିହାର ରଂଜନନ ଦାସଙ୍କ ବ୍ୟକ୍ତିଗତ ଉଦ୍ୟମରେ ମାସ୍କ ପ୍ରସ୍ତୁତ କରାଯାଇ ଗରୀବ, ଆଦିବାସୀ ମାନଙ୍କୁ ବଂଟନ କରାଯିବା ସହିତ କରୋନା ବିଷୟରେ ସଚେତନତା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପାଣିକୋଇଲି ଥାନାଧିକାରୀ ଅଜୟ କୁମାର ଜେନା, କୋରାଇ ପ୍ରେସ କ୍ଲବର ସଭାପତି ସୁବାସ ଧଳ, ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାଶ, ସାମାଜିକ କର୍ମୀ ତାରିଣୀ କୁମାର ପଟ୍ଟନାୟକ ,ଟ୍ରାଫିକ ସବଇନିସପେକ୍ଟର ସୁମନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ରହି ଆମେ ବିପଦରେ ସାଥିର ଯୁବକ ମାନଙ୍କ ସହାୟତାରେ ବଂଟନ କରିଥିଲେ ।