ପାଣିକୋଇଲି, ୦୯l ୦୭ : କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧନେଶ୍ୱର ଗ୍ରାମପଞ୍ଚାୟତର ପଣ୍ଡୁଳା କଲ୍ୟାଣମଣ୍ଡପଠାରେ କୋରେଇର ପୂର୍ବତନ ବିଧାୟକ, ବର୍ତ୍ତମାନର ମୋ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ ନେତୃତ୍ୱରେ ‘ମିଶନ୍ ସବୁଜକୋରେଇ’ ଅଭିଯାନରେ ୧୦୦ ବୃକ୍ଷରୋପଣ କରାଯାଇଅଛି । ତା’ପରେ ଧନେଶ୍ୱର ଗ୍ରାମପଞ୍ଚାୟତର ପଣ୍ଡୁଳା ଗ୍ରାମରେ ଘରେଘରେ ଗଛ ବଣ୍ଟନ କରାଯାଇଥିଲା । ମୋଟ୍ ଆଜି ୧୦୦୦ ବୃକ୍ଷ ବଣ୍ଟନ କରାଯାଇଥିଲା । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଶ୍ରୀ ଦାସନାୟକ କହିଛନ୍ତି – ଆସନ୍ତୁ ସମସ୍ତେ ମିଳିମିଶି ଗଢିବା ସବୁଜସୁନ୍ଦର କୋରେଇ, ‘କୋରେଇ ମା’ ମାଟିକୁ କରିବା ସବୁଜ ବର୍ଣ୍ଣ – ଗୋଟିଏ ବୃକ୍ଷ ଗୋଟିଏ ଜୀବନ” ।
ଆଗାମୀ ଦିନରେ କୋରେଇ ନିର୍ବାଚନମଣ୍ଡଳୀର ପ୍ରତ୍ୟେକଟି ଘରେ ଗଛ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ଶ୍ରୀ ଦାସନାୟକ । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ରାଉତ, ସଚ୍ଚିଦାନନ୍ଦ ରାଉତ, ଆଲୋକ ମହାନ୍ତି, ସତ୍ୟଜିତ୍ ପଟ୍ଟନାୟକ, ରାକେଶ ପ୍ରତିହାରୀ, ରଞ୍ଜନ ପ୍ରତିହାରୀ, ମନୋଜ ପ୍ରତିହାରୀ, ପ୍ରଶାନ୍ତ ରାଉତ, ପ୍ରଶାନ୍ତ ସ୍ୱାଇଁ, ଅନିଲ ବୋଇତାଇ ସୁବ୍ରତ ସେଠୀ, ପ୍ରଦୀପ ସ୍ୱାଇଁ, ସନ୍ତୋଷ କୁମାର ସାହୁ, ମନୋଜ ଦାସ, ବିଜୟ ମଲ୍ଲିକ, ଜଳଧର ରାଉତ, ଚିନ୍ତାମଣୀ ଦାସ, ପବିତ୍ର ମୋହନ ପ୍ରତିହାରୀ, ଗୋପାଳ ସାହୁ, ରାଜେଶ ନାୟକ, ସଞ୍ଜୟ ବାରିକ, ଅବିନାଶ ଦାସ, ଦିଲ୍ଲୀପ ବାରିକ, ଅଶୋକ ସେଠୀ, ସେକ୍ ସାବନ୍, ପିତ ନନ୍ଦ, ଅନାଦି ମହାନ୍ତି, ଏସ୍.କେ. ଫୁରକାନ୍, କୁଳମଣୀ ଦାସ, ସେକ୍ ଜହର ଅଲ୍ଲୀ, ବିଜୟ ଦତ୍ତ, ଜିତେନ୍ଦ୍ର ସିଂ, କୈଳାସ ପଟ୍ଟନାୟକ, ରବୀନ୍ଦ୍ର କାନୁନ୍ଗୋ, ରାଜକିଶୋର ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
