ପାଣିକୋଇଲି, ୨୫ା୬ : ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଂଚଳର ଜୈନିକ ନାବାଳିକ ଘରୁ ରାଗି ପଳାଇଆସି ପାଣିକୋଇଲିରେ ପହଂଚିଥିଲା । ଏକ ଓøଷଧ ଦେକାନ ସମ୍ମୁଖରେ ବସି କାନ୍ଦୁଥିବା ଦେଖି ସ୍ଥାନୀୟ ଦୋକାନି ରେଡକ୍ରସର ଆଜୀବନ ସଦସ୍ୟ ତଥା ସାମାଜିକ କର୍ମୀ ତାରିଣୀ ପଟ୍ଟନାୟକଙ୍କୁ ଖବର ଦେଇଥିଲେ । ସେ ସେଠାରେ ପହଂଚି ପାଣିକୋଇଲି ପୁଲିସ ସହାୟତାରେ ତାକୁ ଥାନାକୁ ଆଣିଥିଲେ । ନାବାଳିକାଟିର ଠିକଣା ପାଇବା ପରେ ତାର ବାପା ଗୁର ବେହରାଙ୍କୁ ଖବର ଦିଆଯାଇଥିଲା । ବିଳମ୍ବିତ ରାତ୍ରୀରେ ସେ ଥାନାରେ ପହଂଚିବା ପରେ ନାବାଳିକାକୁ ତାର ବାପାକୁ ପୁଲିସ ହସ୍ତାନ୍ତର କରିଥିବା ଜଣାପଡିଛି
