Odisha news

ଦୁଇ ଲୁଟେରାଙ୍କୁ ଧରି ପୁଲିସ ଜିମା ଦେଲେ ଲୋକେ

0

ପାଣିକୋଇଲି, ୭ା୬ : ପାଣିକୋଇଲି ବଜାରରେ ଆଜି ମଧ୍ୟାନ୍ନରେ ୨ ଲୁଟେରା ଦେକାନରୁ ଟଙ୍କା ଲୁଟ କରୁଥିବା ସମୟରେ ଧାରପଡି ଉତମ ମଧ୍ୟମ ଖାଇ ଶେଷରେ ପୁଲିସ ଜିମା ଦିଆଯାଇଛି । ପୁଲିସ ଅଭିଯୁକ୍ତ ଦ୍ୱୟଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ପ୍ରକାଶଯେ ଆଜି ମଧ୍ୟାନରେ ଖରା ଯୋଗୁ ବଜାର ପ୍ରାୟ ଶୂନସାନ ଥିଲା । ପାଣିକୋଇଲି ଓଚିନ୍ଦା ରୋଡର ବାସୁଦେବ ଓମଫେଡ ପାର୍ଲରରେ ଦେକାନରେ ମାଲିକ ବିପିନ ବିହାରୀ ପୁରୀ ତାଙ୍କ ପୁଅକୁ ଦେକାନରେ ବସାଇଥିଲେ । ଏହି ସମୟରେ ଯାଜପୁରରୋଡ ସାପଗଡିଆ କେଳା ବସ୍ତିର ତିନି ଯୁବକ ସେଠାରେ ପହଂଚି ତାକୁ ମିଠା ଦହି ଦେବାକୁ କହିଲେ । ସେ ମିଠା ଦହି ନଥିବା କହିବାରୁ ତାକୁ ଶହେ ଟଙ୍କା ଖୁଚୁରା ମାଗିଥିଲେ । ସେ ମନା କରିବାରୁ ତାର ଡ୍ରରକୁ ଟାଣି ଟଙ୍କା ଲୁଟ କରିଥିଲେ । ଏହି ସମୟରେ ଅନ୍ୟ ଏକ ଦେକାନରେ ଏଭଳି କରିଥିବା ସୂଚନା ପାଇବାରୁ ବଜାରବାସୀ ଦୁଇଜଣଙ୍କୁ କାବୁ କରିଥିବା ଜଣେ ଫେରାର ହୋଇଯାଇଥିଲେ । ପରେ ସେମାନଙ୍କୁ ଲୋକମାନେ ଉତମ ମଧ୍ୟମ ଦେଇ ପୁଲିସ ଫୋନ କରିଥିଲେ । ଘଟଣାସ୍ଥଳେ ପୁଲିସ ପହଂଚି ସେମାନଙ୍କୁ ଥାନାକୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି ।

IEC 2 years
Leave A Reply