Odisha news

ଯାଜପୁର କ୍ରୀଡା ଭାରତୀ ପକ୍ଷରୁ ବାଇକ ଶୋଭାଯାତ୍ରାକାରୀଙ୍କୁ ସମ୍ବର୍ଦ୍ଧନା

0

ପାଣିକୋଇଲି, ୨୨ା୫: ସ୍ୱାଧିନତାର ୭୫ତମ ଅମ୍ରିତ ମହୋସôବ ପାଳନ ଅବସରରେ ସ୍ୱାଧିନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଂଜଳୀ ପାଇଁ କ୍ରୀଡା ଭାରତୀ ତରଫରୁ ବାଇକ ଶୋଭାଯାତ୍ରାକାରୀକୁ ପାଣିକୋଇଲିରେ ଯାଜପୁର କ୍ରୀଡା ଭାରତୀ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉପଲକ୍ଷେ ଓଡିଶାର ଦୁଇଟି ବାଇକ ଶୋଭାଯାତ୍ରା ସମ୍ବଲପୁରରୁ କଟକ ଓ ଅନ୍ୟଟି ଜଳେଶ୍ୱରରୁ ଇଚ୍ଛାପୁରମ ପର୍ଯ୍ୟନ୍ତ କରାଯିବ । ଯୁବକ୍ରୀଡା ପ୍ରେମୀଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ଆଣିବା ଓ ସାରାଭାରତ ବର୍ଷର କ୍ରୀଡାପ୍ରେମୀ ମାନଙ୍କୁ ଏକଜୁଟ କରିବା ଲକ୍ଷ୍ୟ ରଖାଯାଇଛି । ଜଳେଶ୍ୱରରୁ ଇଚ୍ଛାପୁରମ ଯାଉଥିବା ବାଇକ ଶୋଭାଯାତ୍ରାକାରୀଙ୍କୁ ପାଣିକୋଇଲିରେ ଯାଜପୁର କ୍ରୀଡା ଭାରତୀର ସଭାପତି ଇଂ ବିଶ୍ୱଜିତ୍ ମହାନ୍ତି , ସମ୍ପାଦକ ଅକ୍ଷୟ କୁମାର ଦେଓ ଉପସଭାପତି ବ୍ରଜେଶ୍ୱରୀ ସିଂହ, ପ୍ରାନ୍ତ ସଂଯୋଜକ ଜ୍ଞାନରଂଜନ ରାଉତ ଓ କ୍ରୀଡାବିତ୍ ଗୌରହରି ପତି ପ୍ରମୁଖ ସ୍ୱାଗତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱଜିତ ମହାନ୍ତିଙ୍କ ନେତୃତ୍ୱ ଓ ପ୍ରରୋଚନାରେ ଆଜିଠାରୁ ସମସ୍ତେ ମୃଦୁ ପାନୀୟ ତଥା କୋଲଡ ଡ୍ରିକ୍ସ ପିଇବା ତ୍ୟାଗ କରିଥିଲେ । ତେବେ ଦରକାର ପଡିଲେ ପଇଡ ପାଣି ବା ଆଖୁ ରସ ବ୍ୟବହାର କରିପାରିବେ । ଯାହା ସ୍ୱାସ୍ଥ୍ୟ ପାଇଁ ହିତକାରକ । ଫଳରେ ଆମ ଚାଷୀଙ୍କର ଅର୍ଥନୈତିକ ପ୍ରଗତି ସମ୍ଭବ ହେବ । ଏପରି କଲେ ଆମ ଅଂଚଳର ଚାଷୀଙ୍କର ଉନ୍ନତି ଅବସମ୍ଭାବି ବୋଲି ଶ୍ରୀ ମହାନ୍ତ ମତବ୍ୟକ୍ତ କରିଥିଲେ ।

Leave A Reply