ପାଣିକୋଇଲି, ୨୧ା୯: ପାଣିକୋଇଲି ସ୍ଥିତ ଯାଜପୁର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆଜି ୬୧ତମ ଶହୀଦ ସ୍ମୃତି ଦିବସ ପାଳିତ ହୋଇଛି । ଯାଜପୁର ଏସପି ଚରଣ ସିଂହମୀନା, ଜିଲ୍ଲାପାଳ ଚର୍କବର୍ତି ସିଂହ ରାଠୋର, ଏଡିଏମ କଳିଙ୍ଗନଗର ସନ୍ତୋଷ କୁମାର ମିଶ୍ର, ରାଜସ୍ୱ ବିଭାଗ ଏଡିଏମ ଅକ୍ଷୟ କୁମାର ମଲ୍ଲିକ ପ୍ରମୁଖ ଅତିଥିଭାବେ ଯୋଗଦେଇ ସହୀଦ ସ୍ମୃତିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ପ୍ରାରମ୍ଭରେ ଏସପି ଶ୍ରୀ ମୀନା ସହୀଦ ଦିବସ ଅବସରରେ ପ୍ୟାରେଡ ଅଭିବାଦନ ଗ୍ରହଣ କରିବା ସହ ସହୀଦ ସ୍କୃତି ଦିବସରେ ମାନ୍ୟବର ରାଜ୍ୟାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତା ପଠନ କରିଥିଲେ । ସାରା ଭାରତ ବର୍ଷରେ ବଳିଦାନ ଦେଇଥିବା ସହୀଦଙ୍କ ନାମ ପଠନ ଓ ସ୍ମରଣ ଏବଂ ସେମାନଙ୍କ ବଳିଦାନ ସମସ୍ତ ପାଇଁ ପ୍ରେରଣାର ଉସô ବୋଲି ମତବ୍ୟକ୍ତ କରିଥିଲେ ।
ସେମାନଙ୍କୁ ଶ୍ରଦ୍ଧାଂଜଳୀ, ସ୍ମୃତିଚାରଣ ଓ ପ୍ରେରଣା ନେବା ସହ ସେମାନଙ୍କ ପରିବାରକୁ ସମବେଦନା ଜ୍ଞାପନ ଏବଂ ଏହା ଆମ ପାଇଁ ପ୍ରେରଣାର ଉସô ବୋଲି ଏସପି ଶ୍ରୀ ମୀନା କହିଥିଲେ । ଏହି ପ୍ୟାରେଡ କାର୍ଯ୍ୟକ୍ରମକୁ ରିର୍ଜଭ ଇନ୍ସପେକ୍ଟର କାହ୍ନୁ ଚରଣ ମାରାଣ୍ଡି, ସରଜେଂଟ ବିର ସଂହ ସବର ପ୍ୟାରେଡ ପରିଚାଳନା କରିଥିବ ବେଳେ ଅତିରିକ୍ତ ଏସପି କଳିଙ୍ଗନଗର ଜୟୀରାମ ସତପତô, ବାଉରୀବନ୍ଧୁ ବେହେରା, ଡିଆଇବି ଡିଏସପି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ନାରାୟଣ ଚନ୍ଦ୍ର ବାରିକ, ଏସଡିପିଓ ଚିନ୍ମୟ ନାୟକ, ଜିଲ୍ଲା ହାବିଲଏଦାର କନେଷ୍ଟବଳ ସଙ୍ଗଠର ସଭାପତି ତାରାକାନ୍ତ ବିଶ୍ୱାଳ, ଷ୍ଟେନୋ ମନୋରଂଜନ ସାମଲ, ପାଣିକୋଇଲି ଥାନାଧିକାରୀ ସସ୍ମୀତା ସାହୁ, ଚକ୍ରପତି କଅଁର, ଏ ଆବ୍ରହିମ ଚମ୍ପେଇଙ୍କ ସମତେ ବିଭିନ୍ନ ଥାନାଧିକାରୀ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଏସଆଇ ରମେଶ କୁମାର ସାହାଣୀ, ମନନୋରଂଜନ ପରିଡା, ଚିତରଂଜନ ଜେନା, ଚିନ୍ମୟୀ ବେହେରା, ହାବିଲଦାର ଭାସ୍କର ସାହୁ, ଶୁକଦେବ ପ୍ରଧାନ ଓ ହେଡକ୍ୱାଟରର ସମସ୍ତ ଅଧିକାରୀ, କର୍ମଚାରୀ ସହଯୋଗ କରିଥିଲେ
