Odisha news

ଅଭିଯୁକ୍ତଙ୍କୁ ଗିରଫ କରୁନି କୁଆଖିଆ ପୁଲିସ, ଏସପିଙ୍କ ନିକଟରେ ଅଭିଯୋଗ

0

ପାଣିକୋଇଲି, ୧୨ା୧୦: ଏକ ମରଣାନ୍ତକ ଆକ୍ରମଣ ମାମଲାରେ କୁଆଖିଆ ପୁଲିସ ବ୍ୟବହୃତ ଫାର୍ସାକୁ ଜବତ କରିଥିବା ସତ୍ୱେ ମଧ୍ୟ ଅଭିଯୁକ୍ତ ମାନେ ଖୋଲମଖୋଲା ବୁଲିବା ସହ ଧମକ ଦେଉଥିଲେ ମଧ୍ୟ ପୁଲିସ ମାମଲା ରୁଜ୍ଜୁ ନକରି ଅଭିଯୁକ୍ତଙ୍କୁ ବାହାରେ ବୁଲିବାକୁ ସୁଯୋଗ ଦେଉଥିବାର ଅଭିଯୋଗ ହୋଇଛି । ଏନେଇ ତ୍ୱରୀତ କାର୍ଯ୍ୟାନୁଷ୍ଠାନ ଓ ପାଇଁ ଆଜି ଏସପିଙ୍କୁ ଭେଟିଛନ୍ତି ପିଡିତ ପରିବାର ଓ ଗ୍ରାମବାସୀ । ପ୍ରକାଶଯେ କୁଆଖିଆ ଥାନା ଅନ୍ତର୍ଗତ ଗନ୍ଧଣ ଗ୍ରାମରେ ମନୋଜ ନାୟକଙ୍କୁ ଗତ ୯ତାରିଖ ରାତି ୧୦ ଘଟିକା ସମୟରେ ସେହି ଗ୍ରାମର ଅନାଦି ରାୟ ସାମନ୍ତ, ଅଯୋଦ୍ଧା ରାୟ ସାମନ୍ତ, ଅବିନାଶ ରାୟ ସାମନ୍ତ ପ୍ରମୁଖ ସଙ୍ଗବଦ୍ଧ ଫାର୍ସାରେ ଆକ୍ରମଣ କରିଥିଲେ ।

ଫଳରେ ମନୋଜଙ୍କ ମୁଣ୍ଡରେ ଗଭୀର କ୍ଷତ ମଧ୍ୟ ହେବା ସହ ଚିକିତ୍ସାର ଶୁଣି ଗ୍ରମାବାସୀ ମାନେ ପହଂଚିଯିବାରୁ ଅଭିଯୁକ୍ତମାନେ ଜୀବନରୁ ମାରିଦେବାକୁ ଧମକ ଦେବା ସହ ସ୍ଥାନ ଛାଡି ପଳାଇଥିଲେ । ଫଳରେ ଗ୍ରାମବାସୀ ମାନେ ଗୁରୁତର ଆହତ ଅବସ୍ଥାରେ ମନୋଜକୁ ମଧୁବନ ଡାକ୍ତରଖାନାରେ ଭର୍ତି କରିଥିଲେ । ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ଏନେଇ କୁଆଖିଆ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳେ ପହଂଚି ବ୍ୟବହୃତ ର୍ଫାସା ଜବତ କରିଥିଲା । ମାତ୍ର ଅଭିଯୁକ୍ତମାନେ ଏବେ ବାହାରେ ବୁଲିବା ସହ ଧମକ ଦେଉଥିଲେ ମଧ୍ୟ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରୁନାହିଁ । ଫଳରେ ନ୍ୟାପାଇଁ ଆଜି ମନୋଜଙ୍କ ସ୍ତ୍ରୀ ପଦ୍ମିନୀ ସହ ଗ୍ରାମବାସୀମାନେ ଏସପିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ।

Nalco
Leave A Reply