ପାଣିକୋଇଲି, ୧୯ା୯: କୋରାଇ ଥାନା ଅନ୍ତର୍ଗତ ସାଦକପୁର ପଂଚାୟତର ବାରଦା ଗ୍ରାମର ୰କୃଷ୍ଣ ମଳିକଙ୍କ ପୁଅ ନଥିବାରୁ ତାଙ୍କ ଝିଅ ମାଳତୀଙ୍କୁ ରମେଶ ସହ ବିବାହ କରାଇ ଘରେ ରଖିଥିଲେ । କୃଷ୍ଣଙ୍କ ଦେହାନ୍ତ ପରେ ମାଳତୀର ଦାଦା ରାମ ଚନ୍ଦ୍ର ମଲିକଙ୍କ ପୁଅ ନରହରି, ବିନୋଦ ଓ କୈଳାସ ଜମିବାଡିକୁ କେନ୍ଦ୍ର କରି ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଛନ୍ତି । ଜମିବାଡି ଭାଗ ସଠିକଭାବେ ଚିହ୍ନଟ କରିବା ପରିବର୍ତେ ତାଙ୍କୁ ବହୁ ଅସୁବିଧାରେ ପକାଉଛନ୍ତି । ଗତ ୭ ତାରିଖ ବିନୋଦ ଓ ନରହରି ମାଳତୀର ବାଡିରେ ପଶି ନଡିଆ ତୋଳିବାକୁ ମାଳତୀ ବିରୋଧ କରିଥିଲେ ।
ଫଳରେ ସେମାନେ ସଙ୍ଘବଦ୍ଧ ହୋଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାରଣାସ୍ତ୍ର ଦ୍ୱାରା ଜୀବନରୁ ମାରିଦେବାକୁ ଧମକ ଦେଇଦେଲେ । ଫଳରେ ସେଠାରୁ ଫେରି ମାଳତୀର ଯାତାୟତ ରାସ୍ତାକୁ ବାଡ ବୁଜି ବନ୍ଦ କରିଦେଲେ । ଫଳରେ ଘରେ ବନ୍ଦୀ ଭାବେ ଜୀବନ କଟାଉଛନ୍ତି ମାଳତୀ ପରିବାର । ଚାଷ ଜମି ଦେଇ ଘରୁ ଆସି ଏନେଇ ମାଳତୀ ଗତ ୧୨ ତାରିଖ କୋରାଇ ଥାନାରେ ଅଭିଯୋଗ କରିଥିଲେ ହେଁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ କରୁନାହିଁ । ଫଳରେ ବନ୍ଦୀଭାବେ ଜୀବନ ବିତାଉଥିବା ମାଳତୀ ପରିବାର ଏସପିଙ୍କୁ ଗୁହାରୀ କରିଛନ୍ତି । ତୁରନ୍ତ ତାଙ୍କ ଯାତାୟତ ରାସ୍ତାରୁ ବାଡ ଉଠାଇବାସହ ସମସ୍ୟାର ସମାଧାନ ପାଇଁ ଗୁହାରୀ କରିଛନ୍ତି
