Odisha news

ପାଣିକୋଇଲି : ପ୍ରବାସୀ ଶ୍ରମିକଙ୍କୁ ଟୋଲ ପ୍ଲାଜାରେ ନିଯୁକ୍ତି ନମିଳିଲେ ପୁଣି ୨୪ରୁ ଅନିର୍ଦ୍ଧିଷ୍ଟ କାଳ ଧାରଣା

0

ପାଣିକୋଇଲି : ପାଣିକୋଇଲି ଟୋଲପ୍ଲାଜାରେ ଟୋଲ ପ୍ରଶାସନ ବାରମ୍ବାର ଶ୍ରମିକ ମାନଙ୍କୁ ଅଣଦେଖା କରିଆସୁଛନ୍ତି । ଫଳରେ ପ୍ରବାସୀ ଶ୍ରମିକ ମାନେ ପୁଣି ଆସନ୍ତା ୨୪ ତାରିଖ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବାକୁ ନିଷ୍ପତି ନେଇଛନ୍ତି । ୨୩ ତାରିଖ ସୁଦ୍ଧା ଦାବି ପୂରଣ କରାନଗଲେ ୨୪ ତାରିଖ ସକାଳ ୮ଟାରୁ କୋଭିଡ ନିୟମ ପାଳନ କରି ଶାନ୍ତିପୂର୍ଣ୍ଣ ଗଣ ଧାରଣା କରାଯିବାକୁ ନିଷ୍ପତି ନେଇଛନ୍ତି ପ୍ରବାସୀ ଶ୍ରମିକ ।

ପ୍ରକାଶ ଥାଉକି ପ୍ରବାସୀ ଶ୍ରମିକ ମାନଙ୍କୁ ଟୋଲ ପ୍ଲାଜାର ଗତ ଅଗଷ୍ଟ ୨୨ ତାରିଖ ଦିନ ଦିନକର କର୍ମସିଆଲ ପ୍ରାଇଭେଟ ଲିମିଟେଡ କମ୍ପାନୀ ଟୋଲ ପ୍ଲାଜାରେ ନିଯୁକ୍ତି ପ୍ରଦାନ କରିଥିଲେ । ନିଯୁକ୍ତିର ୪ ଘଂଟା ଟୋଲ ପ୍ଲାଜାରେ କାମ କଲାପରେ ହଠାତ୍ କୌଣସି କାରଣ ନଥାଇ ମାଲିକ ସୋନୁ ଶର୍ମା ଏବଂ ମ୍ୟାନେଜର ବିମଳ ଶର୍ମା ନିଯୁକ୍ତି ପାଇଥିବା ଯୁବକ ମାନଙ୍କୁ ଟୋଲ ପ୍ଲାଜାରୁ ବର୍ତମାନ ଡିୟୁଟି ଓହ୍ଲାଇ ଦେଇଥିଲେ । ହେଲେ ପରବର୍ତି ଅବସ୍ଥାରେ ନିଯୁକ୍ତି ନଦେଇ ଆଜିକାଲି କହି ସମୟ ଗଡାଇ ଚାଲିଲେ ।

ଫଳରେ ଶ୍ରମିକ ମାନେ ବାଧ୍ୟ ହୋଇ ପ୍ରଶାସନକୁ ଜଣାଇ ଗତ ସେପ୍ଟେମ୍ବର ୩ ତାରିଖ ଦିନ ଟୋଲ ପ୍ଲାଜା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଏହି ଘଟଣାକୁ ନେଇ ଟୋଲପ୍ଲାଜା ପକ୍ଷରୁ ପାଣିକୋଇଲି ଥାନାକୁ ଜଣାଇବା ପରେ ଥାନାଧିକାରୀ ସସ୍ମିତା ସାହୁ ଓ ମ୍ୟାନେଜର ବିମଳ ଶର୍ମା ଧାରଣାସ୍ଥାନରେ ପହଂଚି ପ୍ରତିଶୃତି ଦେବା ସହ ସେପ୍ଟେମ୍ବର ୧୦ ତାରିଖ ସେ ସର୍ମ୍ପକରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ସହ ପୁନଃ ନିଯୁକ୍ତି ଦେବାର ପ୍ରତିଶୃତି ଦେଇଥିଲେ ।

ପ୍ରଥମ ପର୍ଯ୍ୟାୟରେ ଧାର୍ଯ୍ୟ ହୋଇଥିବା ସେପ୍ଟେମ୍ବର ୧୦ ତାରିଖ ଆଲୋଚନା କୌଣସି କାରଣରୁ ବନ୍ଦ କରି ୧୫ ତାରିଖ ଦିନ ଆଲୋଚନା କରିବାକୁ କହିଥିଲେ । ହେଲେ ଅବଧି ତାହା ଫଳପ୍ରଦ ହେଲା ନାହିଁ । ଏହାର ସମାଧାନ ପାଇଁ ଆସନ୍ତା ୨୩ ତାରିଖ ସୁଦ୍ଧା କରାନଗଲେ ୨୪ ତାରିଖ ଦିନ ଶ୍ରମିକ ସଙ୍ଗଠନ ସହଯୋଗରେ ଟୋଲ ପ୍ଲାଜା ସମ୍ମୁଖରେ ସକାଳ ୮ଘଟିକାରୁ ନିଯୁକ୍ତି ନମିଳିବା ପର୍ଯ୍ୟନ୍ତ ଶାନ୍ତି ପୂର୍ଣ୍ଣ ଧାରଣାରେ ବସିବାକୁ ନିଷ୍ପତି ନେଇଛନ୍ତି ସ୍ଥାନୀୟ ପ୍ରବାସୀ ଶ୍ରମିକ । ଏନେଇ ଜିଲ୍ଲାପାଳ, ଏସପି, ଯୁଗ୍ମ ଶ୍ରମ ଆୟୋଗ, ଯାଜପୁରଙ୍କୁ ଲିଖିତ ଭାବେ ଜଣାଯାଇଛି ।

Nalco
Leave A Reply