ପାଣିକୋଇଲି : ପାଣିକୋଇଲିର ଅଳତିରି ପରିଡା ସାହିରେ ଆଜି ଜଣେ ଭଡାଟିଆ ଯୁବକ କରୋନା ପଜେଟିଭ ଚିହ୍ନଟ ହେବା ପରେ ଗୋଷ୍ଠୀ ସଙ୍କ୍ରମଣର ଆଶଙ୍କା ବୃଦ୍ଧି ପାଇଛି । ଭଡାଟିଆ ଜଣଙ୍କ ବହୁ ଲୋକଙ୍କ ସସ୍ପର୍ଶ ଆସିଥିବା ଜଣାପଡିଛି । ତାଙ୍କୁ ଯାଜପୁର କୋଭିଡ ହ୍ସପିଟାଲକୁ ପଠାଯିବା ସହ ତାଙ୍କ ସସ୍ପର୍ଶରେ ଆସିଥିବା ଲୋକକଙ୍କ କଂଟାକ୍ଟ ଟ୍ରେସିଙ୍ଗ ଚାଲିଛି । ସେ ଅନେକ ତଥ୍ୟ ଲୁଚାଉଥିବାର ଅଭିଯୋଗ ହୋଇଛି । କିନ୍ତୁ ତାଙ୍କ ସସ୍ପର୍ଶରେ ଆସିଥିବା କେତେକ ବ୍ୟକ୍ତି ହୋମ କ୍ୱାରେଂଟାଇନରେ ନିଜ ତରଫରୁ ରହିଛନ୍ତି ।
ପ୍ରଥମ ଆକ୍ରାନ୍ତ ଆଜିର ପଜେଟିଭ ତାଙ୍କ ପରିବାର ସଂସ୍ପର୍ଶରେ ଆସିଥିବା କୁହାଯାଉଛି । ଆକ୍ରାନ୍ତ ଚିହ୍ନଟ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ । ଆକ୍ରନ୍ତ ଭୋଜିଭାତର ଆସର କରିଥିବାରୁ ଗୋଷ୍ଠୀ ସଙ୍କ୍ରମଣ ଅଶଙ୍କା ରହିଛି । ଏମିତିକି ପ୍ରଶାସନକୁ ସହଯୋଗ କରିବାକୁ ତାଙ୍କ ସସ୍ପର୍ଶରେ ଆସିଥିବା ଲୋକେ କିଛି କଟକଣା ମାନୁୁ ନାହାନ୍ତି । ତେଣୁ ପରିଡା ସାହିକୁ କଂଟେନମେଂଟ ଘୋଷଣା କରିବାକୁ ସାଧାରଣରେ ଦାବି ହେଉଛି ।
