Odisha news

ଦଳିତଙ୍କୁ ଆକ୍ରମଣ, ଏସପିଙ୍କୁ ଭେଟିଲା ଜିଲ୍ଲା ଦଳିତ ସଙ୍ଗଂଠନ

0

ପାଣିକୋଇଲି: କୋରାଇ ଥାନା ଅନ୍ତର୍ଗତ ଧନେଶ୍ୱର ପଂଚାୟତର ପଣ୍ଡୁଳା(ମୃତୁ୍ୟଂଜୟପୁର) ଗ୍ରାମରେ ଗତ ୧୧ ତାରିଖ ଦୁଇ ଦଳିତ ବସ୍ତିରେ ହମ୍ପସ ନିର୍ମାଣକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସବର୍ଣ୍ଣ ମାନେ ଦଳିତ ସାହିରେ ପଶି ମାରପିଟ କରିବାରୁ ତିନିଜଣ ଦଳିତ ଆହତ ହୋଇଥିଲେ । ଏମିତିକି ମହିଳାମାନେ ମଧ୍ୟ ଗଣ୍ଡଗୋଳର ଶିକାର ହୋଇଥିଲେ ।

ଅଭିଯୋଗ ପରେ ପୁଲିସ ୨ଟି ମାମଲା ରୁଜ୍ଜୁ କରିଥିଲେ ହେଁ ସର୍ତମୂଳକ ଜାମିନରେ ଉଭୟ ପକ୍ଷଙ୍କୁ ଛାଡିଥିଲା । ପଣ୍ଡୁଳା ଆକ୍ରମଣ ମାମଲାରେ କୋରାଇ ପୁଲିସର ଅନ୍ତରପାନ୍ତର ନିତୀର ପ୍ରତିବାଦରେ ଜିଲ୍ଲା ଦଳିତ ଓ ଆଦିବାସୀ ସେବା ସଙ୍ଘ ପକ୍ଷରୁ ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପହଂଚି ଏସପିଙ୍କୁ ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି ।ଏହାର ପ୍ରତିବାଦରେ ଜିଲ୍ଲା ଦଳିତ ସଙ୍ଘ ଫକ୍ଷରୁ ପୁନଃ ତଦନ୍ତ ଦାବି କରାଯାଇଛି ।

ଅଭିଯୋଗକୁ ଗ୍ରହଣ କରି ଉକ୍ତ ମାମଲାକୁ ଯାଜପୁରରୋଡ ଏସଡିପିଓ ଚିନ୍ମୟ କୁମାର ନାୟକଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.