Odisha news

ପଙ୍ଗପାଳ ନେଇ ଚିନ୍ତାରେ ଚାଷୀ

0

ନୂଆପଡା, ୩ ଜୁନ : ନୂଆପଡା ଜିଲ୍ଲାର ଚାଷୀକୂଳ ପଙ୍ଗପାଳ ପାଇଁ ଚିନ୍ତିତ ହୋଇ ପଡିଛନ୍ତି । ପଡୋଶୀ ରାଜ୍ୟ ଛତିଶଗଡର ଭରତପୁର ଅ ଳରେ ଏହି ପଙ୍ଗପାଳ ମାଡି ଆସିଥିବା ବେଳେ ଏହି ପଙ୍ଗପାଳ ନୂଆପଡା ଜିଲ୍ଲା ପାଇଁ ମଧ୍ୟ ଚିନ୍ତାର କାରଣ ପାଳଟିଛି । କାରଣ ଛତିଶଗଡ ଏବଂ ନୂଆପଡା ଜିଲ୍ଲା ସୀମା ଲାଗି ରହିଅଛି । ବର୍ତମାନ ଚାଷୀକୂଳ ଆଗାମୀ ଖରିଫଧାନ ଚାଷ ପାଇଁ ତଳି ପକେଇବା ଆରମ୍ଭ କରି ଦେଲେଣି । ଯଦି ପଙ୍ଗପାଳ ମାଡି ଆସନ୍ତି ତେବେ ତଳି ଧାନ ସହ ଚାଷୀ ଚାଷ କରିଥିବା ପନିପରିବା ଚାଷକୁ ମଧ୍ୟ ନଷ୍ଟ କରି ଦେବ ବୋଲି ଅନୁମାନ କରୁଛନ୍ତି । ଏନେଇ ଜିଲ୍ଲାର ତୁକଲା ଅଂଚଳର ଚାଷୀ ମାନେ ଏହି ପଙ୍କପାଳ ନେଇ ସଚେତନତା କରିବାକୁ ଦାବୀ କରିଛନ୍ତି । ଜିଲ୍ଲା କୃଷୀ ବିଭାଗ ଏଦିଗରେ ଦୃଷ୍ଟି ଦେଇ ଚାଷୀଙ୍କୁ ସଚେତନ କରିବାକୁ ବିଭିନ୍ନ ମହଳରେ ଦାବୀ ହେଉଛି ।

Leave A Reply

Your email address will not be published.