Odisha news

୨ଟି ମ୍ୟାଚ୍ ରେ ଖେଳି ନଥିଲେ ହାର୍ଦିକ ପାଣ୍ଡ୍ୟା : ଆଗକୁ ଖେଳିବେ କି ନାହିଁ ଆସିଲା ସେ ନେଇ ଅପଡେଟ୍

ମୁମ୍ବାଇ : ମୁମ୍ବାଇ ଇଣ୍ଡିଆନ କ୍ରିକେଟ୍ ନିର୍ଦ୍ଦେଶକ ଜାହିର ଖାନ୍ ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଙ୍କ ର ଫିଟନେସ କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ।
ହାର୍ଦିକ ଆଇପିଏଲ ୨୦୨୧ ରେ ଦ୍ଵିତୀୟ ଫେଜ୍ ର ୨ଟି ମ୍ୟାଚ୍ ରେ ଖେଳି ପାରି ନାହାଁନ୍ତି । ଯାହାକୁ ନେଇ ଲଗାତାର ଭାବରେ ତାଙ୍କର ଫିଟନେସ କୁ ନେଇ ପ୍ରଶ୍ନ ଉଠୁଚି । ମୁମ୍ବାଇ ଇଣ୍ଡିଆନ୍ ଦଳର ଏହି ଖେଳାଳି ଙ୍କ ର କଣ ହୋଇଛି ।
ଜାହିର ଖାନ୍ କହିଥିଲେ ” ଆମେ ପ୍ରାକ୍ଟିସ୍ ସେସନ୍ କରିବୁ ଓ ଏହାପରେ ନିର୍ଣ୍ଣୟ ନେବୁ । ହାର୍ଦିକ ନିଜର ଅଭ୍ୟାସ ଜାରୀ ରଖିଛନ୍ତି ଓ ଆଶା କରୁଛୁ ଯେ RCB ବିପକ୍ଷରେ ଭଲ ପ୍ରଦର୍ଶନ କରିବେ । ଆଇପିଏଲ ଗୋଟିଏ ବଡ଼ ଟୁର୍ଣ୍ଣାମେଣ୍ଟରେ ଏପରି ସ୍ଥିତି ରହିବ । ତେଣୁ ଆଶା ରଖିଛୁ ଯେ ଆଗକୁ ହାର୍ଦିକ ଙ୍କ ଫିଟନେସ ଭଲ ରହିବ ।
Shares