ବ୍ରହ୍ମପୁରର ମା ବୁଢ଼ୀ ଠାକୁରାଣୀ ଙ୍କ ଯାତ୍ରା ଆଉ ଗୋଟିଏ ଦିନ ରହିଥିବା ବେଳେ ଆଜି ଦେଶବେହେରା ସାହି ସ୍ଥିତ ମା ଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ। ୫ ଟି ସଚିବ ଅସ୍ଥାୟୀ ମଣ୍ଡପରୁ ମାଙ୍କ ଦର୍ଶନ ସାରି ମାଙ୍କ ମୁଖ୍ୟ ମନ୍ଦିର କୁ ଯାଇ ପରିଦର୍ଶନ କରିଥିଲେ। ସଚିବଙ୍କ ଏହି ଗସ୍ତ ସମୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ ସର୍ବଣ ବିବେକ ଏମ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ ବିବେକ ରେଡ୍ଡୀ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସମେତ ବହୁ ନେତୃବୃନ୍ଦ ଏବଂ ବରିଷ୍ଟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
