ଦଳୀୟ ପ୍ରାର୍ଥୀଙ୍କ ପାଇଁ ବଡଚଣାରେ ପ୍ରଚାରକଲେ ପାଣ୍ଡିଆନ : ୫୦ ହଜାର ଭୋଟ ବ୍ୟବଧାନରେ ବିଜେଡିକୁ ଜିତାଇବା ପାଇଁ କଲେ ଅପିଲ
ଚଣ୍ଡିଖୋଲ୨୫/୦୫ : ଯାଜପୁର ଜିଲ୍ଲାର ବଡଚଣା ନିର୍ବାଚନ ମଣ୍ଡଳୀରେ ଵିଜେଡି ପ୍ରାର୍ଥୀନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ୫୦ ହଜାରରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ବିଜୟୀ କରିବା ପାଇଁ ବିଜେଡି ନେତା ତଥା ୫ଟିର ଅଧ୍ୟକ୍ଷ ଭି କେ ପଣ୍ଡିଆନ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି! ଶନିବାର ସଂନ୍ଧ୍ୟାରେ ଚଣ୍ଡିଖୋଲ ଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗଦେଇ ପାଣ୍ଡିଆନ ନବୀନବାବୁ ୬ଷ୍ଠ ଥର ପାଇଁ ଆସନ୍ତା ଜୁନ ୯ ତାରିଖରେ ଶପଥ ନେବେ ବୋଲି ସେ ଦୃଢତାର ସହ ଘୋଷଣା କରିଥିଲେ!କେବଳ ବିଧାୟକ ପ୍ରାର୍ଥୀଙ୍କୁ ନୁହେଁ ତା ସହ ସାଂସଦ ପ୍ରାର୍ଥୀଙ୍କୁ ମଧ୍ୟ ବିପୂଳ ଭୋଟଦେଇ ଦିଲ୍ଲୀ ପଠାଇବାକୁ ସେ କର୍ମୀ ଓ ଦଳୀୟ ନେତା ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ! ଏବେ ବଡଚଣାଳେ ବିଜେଡି ଯେଉଁ ସ୍ଥିତିରେ ଅଛି ତାହା ଦଳ ପାଇଁ ସନ୍ତୋଷ ଜନକ ନୁହେଁ, ତେଣୁ ସମସ୍ତ ନେତା ଓ କର୍ମୀ ଆଗାମୀ ଛ’ଦିନ ପାଇଁ କଠିନ ପରିଶ୍ରମ କରିପାରିଲେ ବିଜୟ ଲକ୍ଷ ହାସଲ ହୋଇପାରିବ ବୋଲି ସେ କହିଥିଲେ! ଉପସ୍ଥିତ କର୍ମୀ ମାନଙ୍କ ମନୋବଳ ବଢାଇବାକୁ ଯାଇ ଶ୍ରୀ ପାଣ୍ଡିଆନ କହିଥିଲେ କି, ଓଡିଶାକୁ ଯେତେ ମହାବାତ୍ୟା, ହୁଡହୁଡ,ଫାଇଲିନ ଓ କରୋନା ପରି ମହାମାଳୀ ଆସୁ କିଜି ପରବାୟ ନାହିଁ କାରଣ ଆପଣ ମାନଙ୍କ ପାଖରେ ମୁଖ୍ୟମନ୍ତ୍ରୀ ନବୁନବାବୁ ଅଛନ୍ତି! ନବିନଵାବୁ ଥିଲେ ଏହିସବୁ ବିପତ୍ତି କିଛି କରିପାରିବ ନାହିଁ ବୋଲି ସେ କହିଥିଲେ! ଏଥିସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା,ଲଖମୀ ବସ ଯୋଜନା,କାଳିଆ ଯୋଜନା ଠାରୁ ଆଳମ୍ଭକରି ଏସ ଏଚ ଜି ମହିଳା ମାନଙ୍କ ପାଇଁ ବିଜେଡି ସରକାର ପ୍ରଣୟନ କରିଥିବା ବିଭିନ୍ନ ଆର୍ଥିକ ଦୃଢିକରଣ ଯୋଜନା ନେଇ ସମସ୍ତେ ଖୁସି କି ବୋଲି ସେ ପ୍ରଶ୍ନ କରିଥିଲେ! ବିଜେଡି ଆଉଥରେ ସରକାରକୁ ଆସିଲେ ରାଜ୍ୟର ବିକାଶଧାରା ବହୁଗୁଣି ହେବା ସହ ବିଜୁଳି ବିଲ ଛାଡ,ଏସ ଏଚ ଜି ମହିଳାଙ୍କୁ ପେନସନ ପ୍ରଦାନ ଯୋଜନା ପ୍ରଣୟନ ହେବ ବୋଲି ସେ ଘୋଷଣା କରିଥିଲେ! ସଭା ମଞ୍ଚରେ ଶ୍ରୀ ପାଣ୍ଡିଆନଙ୍କ ସହ ବିଧାୟକା ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ ଓ ଯାଜପୁର ସାଂସଦ ପ୍ରାର୍ଥୀ ଶର୍ମୀଷ୍ଠା ସେଠୀ ଉପସ୍ଥିତ ରହି ଅଭିଭାଷଣ ଦେବା ସହ ଭୋଟଭିକ୍ଷା କରିଥିଲେ! ଏଥିରେ ଦଳର ପ୍ରଭାରୀ ଦିବ୍ୟଶଂକର ମିଶ୍ର,ଜନ୍ମେଜୟ ଲେଙ୍କା,ରିଜନାରାୟଣ ମହାପାତ୍ର, ଯାଜପୁର ଜିଲ୍ଲା ପରିଷଦ ଉପସଭାପତି ଗଣେଶ୍ୱର ବରାଳ,ବ୍ଳକ ବିଜେଡି ସଭାପତି ଅରବିନ୍ଦ ସାମଲ,ଜିଲ୍ଲା ପରିଷଦ ସଭ୍ୟ ଯତିନ୍ଦ୍ରପ୍ରସାଦ ନାୟକ,ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ପ୍ରହଲ୍ଲାଦ ନନ୍ଦ,କୈଳାସ ଚନ୍ଦ୍ର ରାଉତ,ନିରଞ୍ଜନ ସାହୁ,ଇତିଶ୍ରୀ ସାମଲଙ୍କ ସହ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ!
