Odisha news

ଏକାମ୍ର ନିର୍ବାଚନ ମଣ୍ଡଳୀରେ, ଲିଙ୍ଗରାଜ ମନ୍ଦିର ନିକଟରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର

0

• ହର ହର ମହାଦେବ କହି ଭାଷଣ ଆରମ୍ଭ କଲେ, ଜୟ ଜଗନ୍ନାଥରେ ସାରିଲେ
• ଲିଙ୍ଗରାଜ ମନ୍ଦିରକୁ ମୁଁ ସବୁ ସୋମବାର ଆସେ
• ଥରେ ଶିବରାତ୍ରୀ ସମୟରେ ମୁଁ ଦେଖିଲି ମା ମାନଙ୍କ ପାଇଁ ଛିଡା ହେବାକୁ ମଧ୍ୟ ଜାଗା ନାହିଁ, ଶାନ୍ତିରେ ଦୀପ ବସାଇ ପାରୁନାହାନ୍ତି
• ଏ ବିଷୟ ମୁଖ୍ୟମନ୍ତ୍ରୀଙ୍କୁ କହିବା ପରେ ଆରମ୍ଭ ହେଲା ଏକାମ୍ର ପ୍ରକଳ୍ପ, ଏବେ ମା ମାନେ ବହୁତ ଶାନ୍ତିରେ ପିଲାଛୁଆଙ୍କୁ ଧରି ଦୀପ ବସାଇ ପାରୁଛନ୍ତି, ସବୁ ମହାପ୍ରଭୁ ଲିଙ୍ଗରାଜଙ୍କ ଇଛା
• ଆପଣମାନେ ସମସ୍ତେ ଏଥିପାଇଁ ତ୍ୟାଗ କରିଛନ୍ତି, ଆପଣଙ୍କ ତ୍ୟାଗ ଇତିହାସ ମନେ ରଖିବ, ମହାପ୍ରଭୁ ଲିଙ୍ଗରାଜ ଆପଣଙ୍କୁ ଆଶୀର୍ବାଦ କରିବେ
• ଆଗକୁ ଏକାମ୍ର ପ୍ରକଳ୍ପ ଆହୁରି ଆଗେଇବ, ଆହୁରି ଭବ୍ୟ ଓ ଦିବ୍ୟ ହେବ, ଆପଣମାନେ ଆଧ୍ୟାତ୍ମିକ ଅନୁଭବ ପାଇବେ, ହଜାର ହଜାର ପର୍ଯ୍ୟଟକ ଆସିବେ, ଆପଣମାନଙ୍କର ରୋଜଗାର ବଢିବ ଓ ଆପଣମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ
• କିନ୍ତୁ ଆପଣଙ୍କ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଲିଙ୍ଗରାଜଙ୍କ କାମକୁ ବନ୍ଦ କରିବା ପାଇଁ ଷଡଯନ୍ତ୍ର କଲେ, ଏହା ଠିକ୍‌ କଥା କି ?
• ସାଂସଦ ଭାବେ ତାଙ୍କ କାମ ହେଉଛି କେନ୍ଦ୍ର ସରକାରଙ୍କଠାରୁ ବଡ ବଡ ଯୋଜନା ଆଣିବେ
• ଫ୍ଲାଇ ଓଭର, IT Park, MSME, ଦକ୍ଷତା ବିକାଶ ଆଦି ଯୋଜନାରେ ହଜାର ହଜାର କୋଟି ଟଙ୍କା ସେ ଆଣିପାରିଥାନ୍ତେ
• ବେଙ୍ଗାଲୁରୁ ଓ ଜୟପୁର ଆଦି ସହରରେ ସାଂସଦ ମାନେ ସେମାନଙ୍କ ସହର ପାଇଁ ୪୦ ହଜାର, ୫୦ ହଜାର କୋଟି ଟଙ୍କା ଆଣୁଛନ୍ତି
• କିନ୍ତୁ ଦୁଃଖର କଥା, ଆପଣଙ୍କ ସାଂସଦ ଛୋଟ କଥାରେ ମାତୁଛନ୍ତି, କର୍ପୋରେଟର ମାନଙ୍କ କଥାରେ ମୁଣ୍ଡ ଖେଳାଉଛନ୍ତି
• ତାଙ୍କର କିଛି ଉଚ୍ଚ ଚିନ୍ତାଧାରା ନାହିଁ
• ଜୁନ୍‌ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ
• ପ୍ରଥମ ଦସ୍ତଖତରେ ଆପଣମାନଙ୍କ ବିଜୁଳି ବିଲ୍‌ ଛାଡ କରିବେ, ୯୦ ପ୍ରତିଶତ ପରିବାର ଛାଡ ପାଇବେ
• ଦ୍ବିତୀୟ ଦସ୍ତଖତରେ ବାକି ରହିଥିବା ଲୋକଙ୍କୁ BSKYରେ ସାମିଲ କରିବେ, ସରକାରୀ କର୍ମଚାରୀ, ଅଙ୍ଗନବାଡୀ, ଆଶାକର୍ମୀ ମାନେ ମଧ୍ୟ ସାମିଲ ହେବେ
• ତୃତୀୟ ଦସ୍ତଖତରେ ମିଶନ ଶକ୍ତି କର୍ମୀ ମାନଙ୍କୁ ପେନ୍‌ସନ ମିଳିବ
• ଆପଣମାନେ ନବୀନ ବାବୁଙ୍କୁ ଆଶୀର୍ବାଦ କରନ୍ତୁ, ମନ୍ମଥ ବାବୁ, ଅଶୋକ ବାବୁ ଏ ମାଟିର ପୁଅ, ସେମାନଙ୍କୁ ଯୋଡି ଶଙ୍ଖରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ
• ଯେଉଁମାନେ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବାକୁ ଚିନ୍ତା କରିନାହାନ୍ତି, ଓଡିଆ ଭାଷା ପାଇଁ ଟଙ୍କା ଟିଏ ବି ଦେଇନାହାନ୍ତି, ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେଇନାହାନ୍ତି, ସେମାନଙ୍କର ଅସ୍ମିତା କଥା କହିବାର କିଛି ଅଧିକାର ନାହିଁ, ସେମାନଙ୍କୁ କଡା ଜବାବ ଦିଅନ୍ତୁ – ମନ୍ମଥ ରାଉତରାୟ
• ମହାପ୍ରଭୁ ଲିଙ୍ଗରାଜ ଆମର କ୍ଷେତ୍ରାଧିପତି, ଲିଙ୍ଗରାଜ ଆଇନକୁ ଚକ୍ରାନ୍ତ କରି ଦିଲ୍ଲୀରେ ଅଟକାଇଛନ୍ତି ବିରୋଧୀ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରିଛନ୍ତି, ସେମାନଙ୍କୁ ଇତିହାସ କ୍ଷମା ଦେବ ନାହିଁ, ମହାପ୍ରଭୁ କ୍ଷମା ଦେବେ ନାହିଁ – ଅଶୋକ ପଣ୍ଡା
•

Ad2
Leave A Reply