Odisha news

ସମସ୍ତ ଛକାପଞ୍ଝା, ଆଲୋଡ଼ନ ଓ ଉତ୍କଣ୍ଠା ର ଅବସାନ, ବାସନ୍ତୀ ହେମ୍ବ୍ରମ ପାଇଲେ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଟିକେଟ

0

ପା ଞ୍ଚ ପୀଢ ,୨୦/୪ ସମସ୍ତ ଛକାପଞ୍ଝା ଆଲୋଡନ ଓ ଉତ୍କଣ୍ଠାର ଅବସାନ ଘଟିଛି। ପରିଶେଷରେ ଆଜି କରଞ୍ଜିଆ ୩୦ ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳ ପକ୍ଷରୁ ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ନାମ ଦଳ ପକ୍ଷରୁ ଘୋଷଣା କରାଯାଇଛି।ସେ ତାଙ୍କ ବକ୍ତବ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,୫ ଟି ଅଧକ୍ଷ ଭିକେ ପାଣ୍ଡିଆନଙ୍କୁ ତାଙ୍କ ଉପରେ ଭରସା ଓ ବିଶ୍ୱାସ ରଖି ତାଙ୍କୁ ପୁନର୍ବାର କରଞ୍ଜିଆ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀତ୍ବ ଘୋଷଣା କରିଥିବାରୁ କୃତଜ୍ଞତା ଜଣାଇଛନ୍ତି।ସେ ଏଥର ନିର୍ବାଚନରେ ଅଧିକ ସଂଖ୍ୟକ ଭୋଟ ପାଇ ନିର୍ବାଚିତ ହେଵେ ଏବଂ ଏଠାରୁ ଲୋକସଭା ତଥା ବିଧାନସଭା ସଭ୍ୟ ଭାବେ ଦଳର ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଅଧିକ ଯତ୍ନବାନ ହେଵେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଠାରେ ବିଜୁ ଜନତା ଦଳର ଡବଲ ଇଞ୍ଜିନ ସରକାର ଚାଲିବ ବୋଲି ମଧ୍ୟ କହିଥିଲେ।ସେ ନିର୍ବାଚିତ ହେଲେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବାକି ଥିବା କାର୍ଯ୍ୟ ଗୁଡ଼ିକୁ ପ୍ରାଧାନ୍ୟତା ଦେଇ ସାରିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି। ତାଙ୍କର ପ୍ରାର୍ଥୀତ୍ବ ଘୋଷଣା ପରେ କରଞ୍ଜିଆ ନିର୍ବାଚନ ମଣ୍ଡଳୀର ବିଜୁ ପ୍ରେମୀ,ଓ ଦଳର ଛାମୁଆଁ ନେତା ଓ କର୍ମୀଙ୍କ ମହଲରେ ଆନନ୍ଦ ପରିଲକ୍ଷିତ

IEC 2 years
Leave A Reply