Odisha news

ପାଟବିଲ ପଞ୍ଚାୟତ ବାଲିପଶି ବନ ସୁରକ୍ଷା ସମିତିରେ ଅଗ୍ନି ନିବାରଣ ସଚେତନତା ଶିବିର।

0

ପାଂଚପୀଢ ୯/୨ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ଵାରା ପରିଚାଳିତ ପାଟବିଲ ପଞ୍ଚାୟତ ଅନ୍ତର୍ଗତ ବାଲିପଶି ବନ ସୁରକ୍ଷା ସମିତିରେ ଏକ ଅଗ୍ନି ନିବାରଣ ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ ସହକାରୀ ବନ ସ°ଗ୍ରକ୍ଷକ ଫାଲଗୁନୀ ବେହେରା, କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରବୀର କୁମାର ମୁର୍ମୁ, ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ କିଶୋର ପାଣିଗ୍ରାହୀ,କାଦଡିହା ସେକ୍ସନ ବନପାଳ ହରିଶ ଚନ୍ଦ୍ର ବେହେରା,କେନ୍ଦୁମୁଣ୍ଡି ବନପାଳ ଚନ୍ଦ୍ର ମୋହନ ମହାନ୍ତ,ବନ୍ଦନା ମହାନ୍ତ,ବନ କର୍ମଚାରୀ,ପାଟବିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମିଶ୍ର, ସହକାରୀ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଶିକ୍ଷୟିତ୍ରୀ ମମତା ପଣ୍ଡା, କବିତା ଖାଟୁଆ,ଚାରୁବାଳା ଭୋଇ, ପାର୍ବତୀ ଵେସ୍ରା, ଛାତ୍ର ଛାତ୍ରୀ, କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଗ୍ରାମବାସୀ ପ୍ରମୁଖଙ୍କ ସହ ସମିତିର ସମସ୍ତ ସଭ୍ୟ ସଭ୍ୟା ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଗାଁଗୁଡିକରେ ଜଙ୍ଗଲ ସୁରକ୍ଷା ବିଷୟରେ ସଚେତନତା ବାର୍ତ୍ତା ପ୍ରେରଣ କରିଥିଲେ । ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ମାଷ୍ଟର ଟ୍ରେନର ସୁବ୍ରତ କୁମାର ବିଶ୍ବାଳ ଉପସ୍ଥିତ ସମସ୍ତ ଗ୍ରାମବାସୀ, ସମିତି ସଦସ୍ୟ ସଦସ୍ୟା ଜଙ୍ଗଲକୁ ଅଗ୍ନି ନିବାରଣରୁ ରକ୍ଷା କରିବା ପାଇଁ କ’ଣ କ’ଣ ଆବଶ୍ୟକ ସେ ବିଷୟରେ ଜଣାଇବା ସହ ଉପସ୍ଥିତ ସମସ୍ତଙ୍କୁ ଏବିଷୟରେ ଶପଥପାଠ କରାଇଥିଲେ। ବିଭିନ୍ନ ସମୟରେ ଜଙ୍ଗଲରେ ହେଉଥିବା ପଶୁପକ୍ଷୀ ଶୀକାର ଏବଂ ଅଗ୍ନି ଦାଉରୁ ଜଙ୍ଗଲ ରକ୍ଷା କରି ପରିବେଶ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ। ତେଣୁ ଆମେ ଏବିଷୟରେ ଯତ୍ନବାନ ହେଲେ ମଣିଷ ସମାଜ ବଞ୍ଚିବ ବୋଲି ଉପସ୍ଥିତ ଅତିଥିମାନେ ପ୍ରକାଶ କରିଥିଲେ। ସେହିପରି କୁଳିପୋଶି ପଞ୍ଚାୟତ ଅନ୍ତର୍ଗତ ଟିକାସିଲ ବନ ସୁରକ୍ଷା ସମିତି ଆନୁକୁଲ୍ୟରେ ଶିବିର ଅନୁଷ୍ଠିତ ହୋଇଥିଲା।ଦିପ୍ତିମୟୀ ସେଠୀ, ବିଣାପାଣି ଗିରି ମିଳିତ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ଶିବିରରେ ସମିତି ସଭାପତି ଲକ୍ଷ୍ମଣ ସୋଏ, ପ୍ରକଳ୍ପ ସଂଯୋଜକ ରାଜେନ୍ଦ୍ର କୁମାର ବେହେରା, ଅକ୍ଷୟ କୁମାର ମହାନ୍ତ, ତିଳୋତ୍ତମା ମହାନ୍ତ ତଥା ସମସ୍ତ ସଦସ୍ୟ ସଦସ୍ୟାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସଦସ୍ୟମାନଙ୍କୁ ଜଙ୍ଗଲ ଅଗ୍ନି ନିବାରଣ ପାଇଁ ସଚେତନତା କରାଯାଇଥିଲା

Nalco
Leave A Reply