Odisha news

ଉପଖଣ୍ଡ ସ୍ତରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୩ ତମ ଜନ୍ମତିଥି ପାଳିତ। ପାଂଚ ପୀଢ

0

୧୭/୧୨: ପ୍ରତ୍ୟେକ ବର୍ଷ ପୁଣ୍ୟଶ୍ଳୋକ ରାଜଶ୍ରୀ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜନ୍ମଦିବସ କୁ ମୟୂରଭଞ୍ଜ ଜିଲ୍ଲାର ଜାତୀୟ ଦିବସ ଭାବେ ପାଳନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଆଜି ପାଞ୍ଚପୀଢ଼ ଉପଖଣ୍ଡ ପ୍ରଶାସନ ପକ୍ଷରୁ ମହାରାଜାଙ୍କ ୧୫୩ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା। ସହକାରୀ କଲେକ୍ଟର ତଥା ରାଜସ୍ୱ ଅଧିକାରୀ ନିହାର ରଞ୍ଜନ ସେଠୀ  ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଗହଣରେ କରଞ୍ଜିଆ ଗୋଲେଇ ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଧୂପ ପ୍ରଜ୍ବଳନ କରିଥିଲେ। ସୂଚନାଯୋଗ୍ୟ ଯେ ମୟୂରଭଞ୍ଜ, ଓଡ଼ିଶା ଓ ଭାରତବର୍ଷ ପ୍ରତି ମହାରାଜାଙ୍କ ଅବଦାନ ଅତୁଳନୀୟ। ତାଙ୍କ ରାଜତ୍ଵ କାଳରେ ମୟୂରଭଞ୍ଜ ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, କୃଷି, ଖଣିଜ ତଥା ଜଙ୍ଗଲ ସମ୍ପଦର ସୁବିନିଯୋଗ ପାଇଁ ବହୁ ପଦକ୍ଷେପ ଗ୍ରହଣ କରି ଏକ ବିକଶିତ ରାଜ୍ୟରେ ପରିବର୍ତ୍ତିତ କରିଥିଲେ।ସେ ମୟୂରଭଞ୍ଜ ଜିଲ୍ଲାରେ ରେଳପଥ ନିର୍ମାଣ କରିବା ସହ ଏସସିବି ମେଡିକାଲ କଲେଜ ନିର୍ମାଣ କରି ଜଣେ ପ୍ରଜାବତ୍ସଳ ମଣିଷ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ତେଣୁ ମୟୂରଭଞ୍ଜ ଇତିହାସରେ ସେ ଜଣେ ରାଜଶ୍ରୀ ମହାରାଜା ଭାବେ ଖ୍ୟାତି ଲାଭ କରିଥିଲେ। M

Leave A Reply