ପାଂଚପୀଢ୧୭/୯ : କୁଡୁମୀ ଜାତିପ୍ରତି ହେଉଥିବା ଅନ୍ୟାୟ ପ୍ରତିବାଦରେ କୁଡୁମୀ ଏକତା ମଞ୍ଚ ଓଡ଼ିଶା ପକ୍ଷରୁ ଆସନ୍ତା ୨୦ ତାରିଖରେ ୧୨ ଘଣ୍ଟିଆ ହରତାଳ ଡାକରା ଶାନ୍ତିପୂର୍ଣ୍ଣ ଭାବେ କରାଯିବ ବୋଲି ଏକ ସାମ୍ୱାଦିକ ସମ୍ମିଳନୀ ଜରିଆରେ ପ୍ରକାଶ କଲେ ରାଜ୍ୟ ସଂଯୋଜକ ଦୁଃଶାସନ ମହାନ୍ତ।କୁଡୁମୀ ଜନଜାତିର ହୃତ ସାମ୍ବିଧାନିକ ଅଧିକାରକୁ ସୁରକ୍ଷିତ ରଖିବା ତଥା ଜନଜାତିର ମାନ୍ୟତା ଦେବା ପାଇଁ ଏହି ଜାତି ଆଜି ତତ୍ପର।ଛଦ୍ମ ସର୍ଭେର ବାହାନା କରି ସେମାନଙ୍କୁ ଆଦିବାସୀ ଜନଜାତିର ମାନ୍ୟତାରୁ ବଞ୍ଚିତ କରାଯାଇଛି। ତେଣୁ ଯଦି ଏହି ସମ୍ପ୍ରଦାୟକୁ ଆଦିବାସୀ ଜନଜାତିର ମାନ୍ୟତା ପ୍ରଦାନ କରାନଯାଏ ତେବେ ଭୋଟ ବର୍ଜନ କରିବା ସହ ଆଗାମୀ ୨୦ ତାରିଖରେ ଦୋକାନ ବଜାର ବନ୍ଦ, ବସ୍, ରେଳ ଚଳାଚଳ ବନ୍ଦ କରିବା ସହ ଶାନ୍ତିପୂର୍ଣ୍ଣ ହରତାଳ କରିଯିବ। ଏହି କାର୍ଯ୍ୟକ୍ରମରେ କୁଡୁମୀ ସମାଜ ଓଡ଼ିଶା ସଂଯୋଜକ ଦୁଃଶାସନ ମହାନ୍ତ,ପାଞ୍ଚପୀଢ କୁଡୁମୀ ସମାଜର ସମ୍ପାଦକ ଜଗବନ୍ଧୁ ମହନ୍ତ, ରାଜ୍ୟ ଉପଦେଷ୍ଠା ଅଶୋକ କୁମାର ମହାନ୍ତ,ବ୍ଲକ ସଂଯୋଜକ ପ୍ରଦୀପ କୁମାର ମହାନ୍ତ, ଦୁର୍ଯୋଧନ ମହାନ୍ତ, ରାଜେନ୍ଦ୍ର ମହାନ୍ତ,ବ୍ଲକ ଯୁବ ସଭାପତି ଖଗେଶ ଚନ୍ଦ୍ର ମହାନ୍ତ ଦିନେଶ କୁମାର ମହାନ୍ତ ଏବଂ କୁଡୁମୀ ସେନା ଓଡିଶା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିରେନ୍ଦ୍ର ମହାନ୍ତ ଉପସ୍ଥିତ ଥିଲେ।