Odisha news

ବିପୁଳ ଗୁଟକା ଓ ପାନ ମସଲା ଜବତ: ୫ ଗିରଫ

0

ଆସିକା : ଆସିକା ଥାନା ଅନ୍ତର୍ଗତ ବାଲି ଶିରା ଗ୍ରାମରେ ପୋଲିସ ଦୁଇଟି ଦୋକାନ ଉପରେ ଚଢ଼ାଉ କରି ବିପୁଳ ପରିମାଣର ଗୁଟକା ଓ ପାନ ମସଲା ଜବତ କରିଛି।ଏଥିରେ ସଂପ୍ରକ୍ତ ପାଞ୍ଚ  ବ୍ୟବସା ୟୀ ଙ୍କୁ ଗିରଫ କର ଯାଇଥିବା  ଭାର ପ୍ରାପ୍ତ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇ ଛନ୍ତି।  ଶନିବାର ସକାଳୁ କୋରାନା ଲକ ଡାଉନ୍ କାର୍ଯ୍ୟ ରେ ପୋଲିସ  ଦୈନିକ କାର୍ଯ୍ୟ ସଂଯୋଜନା ଚାଲିଥିବା ବେଳେ ବାଲି ଶିରା ଗ୍ରାମ ର ସଂପୃକ୍ତ ଦୁଇଟି ଦୋକାନରେ ବ୍ୟାନ୍ ଓ କଟକଣା ଲାଗୁ ହୋଇଥିବା ବିଭିନ୍ନ କିସମ ର ଗୁଟକା ଓ ପାନ ମସଲା  ଗଚ୍ଛିତ କରି ବିକ୍ରୀ କରାଯାଉଥିବା  ଖବର ପାଇ ଶ୍ରୀ ସାହୁ ସଦଳବଳେ ଉକ୍ତ ଦୋକାନ ଓ ଗୋଦାମ ରେ ଚଢ଼ଉକରି ଥିଲେ। ଅଖା ଅଖା ମିରଜ,ସଫଳ ବାଲାଜୀ,ଶିବାଜି  ଓ ଅନ୍ୟ ବିଭିନ୍ନ କିସମର  ପ୍ରାୟ ୧୦ ଲକ୍ଷ ଟଙ୍କା ର ଗୁଟକା ପୋଲିସ ସେଠାରୁ ଜବତ କରିଥି ଲା।

Govt
Leave A Reply