Odisha news

ମାତ୍ର ଗୋଟିଏ ଗ୍ଲାସ ପାନମଧୁରୀ ପାଣି ଅନେକ ରୋଗର କରିଥାଏ ନିରାକରଣ

0

ପାନମଧୁରୀ ରୋଷେଇ ଘରର ଗୋଟିଏ ଏଭଳି ମସଲା ଯାହାକୁ ଆମେ ମସଲା ଭାବରେ କମ ଓ ମୁଖବାସ ଭାବରେ ଖାଇବାରେ ଅଧିକ ବ୍ୟବହାର କରିଥାଉ l  ବିଶେଷ ଭାବରେ ବାହାରେ ହୋଟେଲ ଗୁଡିକରେ ଖାଇ ସାରିବା ପରେ ପାନମଧୁରୀ କୁ ଗୋଟିଏ ମୁଖବାସ ଭାବରେ ବ୍ୟବହାର କରାଯାଇ ଥାଏ l  ଏହା ଆମ ପାଟିକୁ ଗୋଟିଏ ନୂତନ ଅନୁଭବ ଦେବା ସହିତ ମନକୁ ଆନନ୍ଦିତ ମଧ୍ୟ କରିଥାଏ l  ପାନମଧୁରୀ ର ସୁଗନ୍ଧ ଓ ସ୍ବାଦୁ ଉଭୟ ଖୁବ ମିଠା ଅଟେ l

ପାନମଧୁରୀ ରେ ଥିବା ପୋଷାକ ତତ୍ୱ ଗୁଡିକ ହେଲା –
ଭିଟାମିନ, ଜିଙ୍କ, ଆଇରନ, ମାଙ୍ଗାନିଜ ଓ ପୋଟାସିୟମ ଭଳି ଖଣିଜ ପଦାର୍ଥ ଭରି ହୋଇ ରହିଥାଏ l  ଏହାଛଡା ଫାଇବର ଓ ଆଣ୍ଟି ଅକ୍ସିଡେଣ୍ଟ ର ମଧ୍ୟ ଗୋଟିଏ ଭଲ ସ୍ରୋତ ଅଟେ l  ପାନମଧୁରୀ ମେଟାବୋଲିଯିମ କୁ ସୁସ୍ଥ ରଖିଥାଏ ଓ ଓଜନ ହ୍ରାସ କରିବାରେ ପାନମଧୁରୀ ପାଣି ସାହାଯ୍ୟ କରିଥାଏ l

* ଆପଣ ଯଦି ପାନମଧୁରୀ କୁ ସ୍ୱାସ୍ଥ୍ୟ ପାଇଁ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ତାକୁ ପାଣିରେ ଫୁଟାଇ ସେବନ କରିବା ହିତକର ଅଟେ l ତେଣୁ ରାତିରେ ଶୋଇବା ପୂର୍ବରୁ ପାନମଧୁରୀ କୁ ବତୁରାଈ ରଖି ଦିଅନ୍ତୁ l ଏହାପରେ ସେହି ପାନମଧୁରୀ କୁ ସକାଳୁ ୧୦ ରୁ ୧୫ ମିନିଟ ପାଇଁ ଫୁଟାଇ ନିଅନ୍ତୁ l ଏହାପରେ ସେହି ପାଣି ଫୁଟି ଫୁଟି ଅଧା ଗ୍ଲାସ ହୋଇଯିବା ପରେ ତାକୁ ଥଣ୍ଡା କରି ଖାଲି ପେଟରେ ସେବନ କରନ୍ତୁ l

– ବୃଦ୍ଧି ହୋଇଥାଏ ମେଟାବୋଲିଯିମ –
ପାନମଧୁରୀ ଆମ ଶରୀରର ମେଟାବୋଲିଯିମ କୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l ଏହା ଛଡା ଫ୍ୟାଟ ବର୍ଣ ହୋଇଥାଏ l  ଶରୀରକୁ ଶକ୍ତି ମିଳିଥାଏ l  ଓଜନ ହ୍ରାସରେ ସାହାଯ୍ୟ ମିଳିଥାଏ l  ତେଣୁ ନିୟମିତ ପାନମଧୁରୀ ପାଣି ସେବନ କରିବା ଉଚିତ l

– ଭଲ ନିଦ ହୋଇଥାଏ –
ପାନମଧୁରୀ ପାଣି ଶରୀରରେ ମେଲାଟୋନିନ ର ପ୍ରଡକ୍ସନ କୁ ନିୟମିତ କରିଥାଏ ଯାହାଦ୍ୱାରା ଭଲ ନିଦ ହୋଇଥାଏ l  ଭଲ ନିଦ ହେବାର କାରଣ ନିଦ ସମ୍ପୂର୍ଣ ହୋଇଥାଏ ଓ ଶରୀରକୁ ଫୁର୍ତି ଲାଗିଥାଏ l

– ଓଜନ ହ୍ରାସ ହୋଇଥାଏ –
ଖାଲି ପେଟରେ ପାନମଧୁରୀ ପାଣି ସେବନ କରିବା ଦ୍ୱାରା ଓଜନ ହ୍ରାସ ରେ ସାହାଯ୍ୟ ମିଳିଥାଏ l  ଏଥିରେ ଥିବା ଏନ୍ଟିଆକ୍ସିଡେଣ୍ଟ  ଶରୀର ରୁ ବ୍ୟାଡ଼ ଟକ୍ସିନ ଓ ଏକ୍ସଟ୍ରା ଫ୍ୟାଟ କୁ କୁ ବାହାର କରିବାରେ ସାହାଯ୍ୟ କରିଥାଏ l ଏହାଛଡା ପାନମଧୁରୀ ପାଣି ପାଚନ ସମସ୍ୟାକୁ ଠିକ ରଖିଥାଏ l  ଏଥିରେ ଥିବା ଫାଇବର ଫୁଡ ଇନ୍ଟେକ କମାଇଥାଏ l ଯେଉଁ କାରଣରୁ ଓଜନ ହ୍ରାସ ହୋଇଥାଏ l

– ପେଟ ସମ୍ବନ୍ଧୀୟ ସମସ୍ୟାଡ଼ୁର କରିଥାଏ –
ପାନମଧୁରୀ ପାଣି ଗ୍ୟାସ୍ଟ୍ରିକ ଏଞ୍ଜାଇମ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ ଯାହାଦ୍ୱାରା ପାଚନ ଠିକ ଭାବରେ ହୋଇଥାଏ l  ଏହା ଗ୍ୟାସ ଏସିଡ଼ିଟି ବଦହଜମୀ ପେଟ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ ପାନମଧୁରୀ ପାଣି l

Nalco
Leave A Reply