ଭାରତୀୟ ମାନଙ୍କ ମୁଖବାସ ମଧ୍ୟରେ ପାନ ହେଉଛି ଗୋଟିଏ ମୁଖ୍ୟ ମୁଖବାସ l ହିନ୍ଦୁ ଘରର ପ୍ରାୟ ସମସ୍ତ ପୂଜାରେ ପାନ ର ପ୍ରୟୋଗ କରାଯାଇ ଥାଏ l ଏପରିକି ସାରା ଜଗତର ପାଳନ କର୍ତା ଜଗନ୍ନାଥ ଙ୍କ ନିକଟରେ ପ୍ରତିଦିନ ସୁଗନ୍ଧିତ ମୁଖ ବାସ ପ୍ରୟୋଗ କରାଯାଇ ପାନ ଅର୍ପଣ କରାଯାଇ ଥାଏ l କିନ୍ତୁ ଏହି ପାନ ପତ୍ରରେ ବିଶେଷ ଭାବରେ ଔଷଧୀୟ ଗୁଣରେ ମଧ୍ୟ ଭରପୁର ଅଟେ l ଆୟୁର୍ବେଦ ରେ ପାନ ପତ୍ରର ଉପଯୋଗ ଅନେକ ଗୁଡିଏ ରୋଗ ପାଇଁ କରାଯାଇ ଥାଏ l
ଆୟୁର୍ବେଦ ଅନୁସାରେ ପାନ ପତ୍ରକୁ ପାଣିରେ ପକାଇ ସେବନ କରିବା ଦ୍ୱାରା ମିଳିଥାଏ ଅନେକ ସ୍ୱାସ୍ଥ୍ୟଗତ ଲାଭ l ଆସନ୍ତୁ ଜାଣିବା ପାନ ପତ୍ର ର ସ୍ୱାସ୍ଥ୍ୟଗତ ଲାଭ –
ପାନପତ୍ର ପାଣିର ସ୍ୱାସ୍ଥ୍ୟଗତ ଲାଭ –
– ପାଚନ ସମସ୍ୟା କୁ ଠିକ କରିଥାଏ ପାନପତ୍ର ପାଣି –
ପାନ ପତ୍ର ପାଣି ସେବନ କରିବା ଦ୍ୱାରା ପାଚନ ପ୍ରକ୍ରିୟା ମଜବୁତ ହୋଇଥାଏ l ଏହା ଝାଡା, ବାନ୍ତି, ଡାଇରିଆ, ଭଳି କାଠି ସମସ୍ୟାରୁ ଆରାମ ମିଳିଥାଏ l ଖାଦ୍ୟ ହଜମ କରିବାରେ ପାନପତ୍ର ପାଣି ସାହାଯ୍ୟ କରିଥାଏ l
– ସର୍ଦି କାଶରୁ ଆରାମ ଦେଇଥାଏ –
ସର୍ଦି- କାଶ ଓ ଭଳି ସମସ୍ୟାରୁ ଆରାମ ଦେଇଥାଏ ପାନପତ୍ର ପାଣି l ଏହା ତଣ୍ଟି କିଚ କିଚ ଦୂର କରି କଫ ସମସ୍ୟା ଦୂର କରିଥାଏ l ପାନ ରେ ଥିବା ଆଣ୍ଟି ଇମ୍ଫ୍ଲାମେଟରୀ ଗୁଣ ଟନ୍ସିଲ ସମସ୍ୟା ଦୂର କରେ l ଛାତିରେ ଜମିଥିବା କଫ ମଧ୍ୟ ଠିକ ହୋଇଯାଏ l
– କୋଷ୍ଠ କାଠିନ୍ୟ ସମସ୍ୟା ଠିକ କରେ –
ଯେଉଁ ବ୍ୟକ୍ତିମାନେ କୋଷ୍ଠ କାଠିନ୍ୟ ସମସ୍ୟା ଦେଇ ଗତି କରୁଛନ୍ତି ସେମାନେ ସକାଳୁ ୩ଟି ପାନପତ୍ର ନେଇ ତାହାକୁ ପାଣିରେ ଫୁଟାଇ ସେବନ କରିବା ଦ୍ୱାରା ପେଟ ସଫା ହୋଇଥାଏ l
– ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ –
ମୁଖ ଦୁର୍ଗନ୍ଧ ରୁ ରକ୍ଷାରେ ପାଇବା ପାଇଁ ପାନ ପତ୍ର ରେ ପ୍ରସ୍ତୁତ ପାଣି ସେବନ କରନ୍ତୁ l ଏପରି ନିୟମିତ କରିବା ଦ୍ୱାରା ମୁଖ ଗହ୍ୱର ଦୁର୍ଗନ୍ଧ ଦୂର ହେବା ସହିତ, ଦାନ୍ତ ମଧ୍ୟ ସୁସ୍ଥ ରହିଥାଏ ଓ ଏହାଦ୍ୱାରା ଓରାଲ ପ୍ରୋବ୍ଲେମ ଠିକ ହୋଇଯାଏ l
– ମଧୁମେହ ସମସ୍ୟା ଠିକ ହୋଇଥାଏ –
ପାନପତ୍ର ରେ ପ୍ରସ୍ତୁତ ପାଣି ସେବନ କରିବା ଦ୍ୱାରା ବ୍ଲଡ଼ ସୁଗାର ନିୟନ୍ତ୍ରିତ ରହିଥାଏ l ଯାହାକି ମଧୁମେହ ସମସ୍ୟାକୁ ଠିକ କରିଥାଏ l ଏହି ପାଣି ମଧୁମେହ ରୋଗୀଙ୍କ ପାଇଁ ଖୁବ ହିତକର l
କିପରି ପ୍ରସ୍ତୁତ କରିବେ ପାନପତ୍ର ପାଣି ? -:
ଏହି ପାଣିକୁ ପ୍ରସ୍ତୁତ କରିବା ପାଇଁ ଗୋଟିଏ ପାତ୍ରରେ ୪ ଗ୍ଲାସ ପାଣି ନିଅନ୍ତୁ ଓ ସେଥିରେ ୫ଟି ପାନପତ୍ର ପକାଇ ଫୁଟାଇବେ ସେତେଵେଳଲ ପର୍ଯ୍ୟନ୍ତ ଯେତେବେଳ ଯାଏ ଏହି ପାଣି ଗୋଟିଏ ଗ୍ଲାସ ହୋଇ ନଯିବ l ଏହାପରେ ଏହାକୁ ଥଣ୍ଡା କରି ଦିନକୁ ୩ଥର ସେବନ କରନ୍ତୁ l
