Odisha news

ପ୍ରତିଦିନ ୨ହାତ ପାପୁଲି କୁ ରଗଡିବା ଦ୍ୱାରା ମିଳିଥାଏ ଏହି ୫ଟି ଚମତ୍କାର ଲାଭ

0

ଆମେ ସାଧାରଣ ଭାବରେ ଦେଖିଚୁ ଯେ ଯଦି ଅଚାନକ ଭାବରେ କେହି ଅସୁସ୍ଥ ହୋଇ ଯାଇଥାଏ ତେବେ କିଛି ଲୋକ ସେହି ବ୍ୟକ୍ତିର ହାତ ପାପୁଲି କୁ ମାଲିସ କରିବା ସହିତ ପାଦ ମଧ୍ୟ ମାଲିସ କରି ଥାଆନ୍ତି l  ଆପଣ କଣ କେବେ ଚିନ୍ତା କରିଛନ୍ତି ଏହା କାହିଁକି କରାଯାଇ ଥାଏ ଓ ଏହା ପଛରେ କଣ କାରଣ ରହିଛି l ବିଶେଷ କଥାଟି ହେଲା ଏପରି କରିବା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ଠିକ ଭାବରେ ହୋଇଥାଏ, ରକ୍ତ ପ୍ରବାହ ଠିକ ଭାବରେ ହେବାଦ୍ବାରା ଶରୀର କୁ ଶକ୍ତି ମିଳିଥାଏ ଓ ମଣିଷ ସାମାନ୍ୟ ସୁସ୍ଥ ଅନୁଭବ କରିଥାଏ l

ଯଦି ଆପଣ ପ୍ରତିଦିନ ନିଜ ଜୀବନ ରେ ଏହାକୁ ସାମିଲ ତେବେ ଆୟୁର୍ବେଦ ଅନୂସାରେ କୁହାଯାଇଛି ଯେ ଶରୀରକୁ ଚମତ୍କାର ଲାଭ ମିଳିଥାଏ l

– ଯଦି ଆପଣ ହାତ ପାପୁଲି କୁ ଠିକ ଭାବରେ ମାଲିସ କରି ଆଖି ଉପରେ ରଖିବେ ତେବେ ଆଖି ଚାପ ମୁକ୍ତ ହେବ ସହିତ ଚକ୍ଷୁ ର ଚତୁର୍ପାର୍ଶ୍ୱ ରେ ରକ୍ତ ସଂଚାଳନ ଠିକ ଭାବରେ ମିଳିଥାଏ l ଏହାଦ୍ୱାରା ସେହି ହାତ ପାପୁଲିକୁ ନେଇ ଚକ୍ଷୁ ଉପରେ ରଖିବା ଦ୍ୱାର ଚକ୍ଷୁ କୁ ଆରାମ ଲାଗିବ ସହିତ ଶାନ୍ତି ମଧ୍ୟ ମିଳିଥାଏ l

– ହାତ ପାପୁଲି କୁ ଘଷିବା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ଠିକ ଭାବରେ ହୋଇଥାଏ, ଏହାଦ୍ୱାରା ଶରୀରକୁ ଗରମ ମିଳିଥାଏ ଓ ଫୁର୍ତି ଲାଗିଥାଏ l  ଆୟୁର୍ବେଦ ଅନୁସାରେ ଏଭଳି କଲେ ଧମନୀ ଗୁଡିକ ମଧ୍ୟ ସୁସ୍ଥ ରହି ଥାଆନ୍ତି l

– ଯଦି ଆପଣ ନିଜର ମାନସିକ ଉତେଜନା କମାଇବାକୁ ଚାହୁଁଛନ୍ତି ତେବେ ନିଜ ହାତ ପାପୁଲି କୁ ନିୟମିତ ଘସନ୍ତୁ l  ଏହାଦ୍ୱାରା ଆପଣଙ୍କ ମସ୍ତିଷ୍କ ଶାନ୍ତ ରହିବ ଓ ଆପଣ ଆରାମ ଅନୁଭବ କରିବେ l  ଏହାଦ୍ୱାରା ଆପଣଙ୍କ ବ୍ରେନ ମଧ୍ୟ ଠିକ ଭାବରେ ଫଙ୍କସନ କରିବ l

– ନିୟମିତ ସକାଳୁ ଯଦି ଆପଣ ୫ମିନିଟ ପାଇଁ ଦୁଇ ହାତକୁ ଘସିବେ, ତେବେ ଉଚ୍ଚ ରକ୍ତଚାପ ସମସ୍ୟା ଦୂର ହୋଇଥାଏ l ଏହାଛଡା ହାତ ର ଯେକୌଣସି ଯନ୍ତ୍ରଣା ଦୂର ହୋଇଥାଏ l

– ହାତ ପାପୁଲି କୁ ଘଷିବା ଦ୍ୱାରା ଆକୂପ୍ରେସର ପଏଣ୍ଟ କୁ ଠିକ ହୋଇଥାଏ, ଶରୀର ର ଅନେକ ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ l

Nalco
Leave A Reply