ପାକିସ୍ତାନ କି୍ରକେଟ୍ରେ କରୋନା ଛନ୍କା ୭ଜଣ ପଜିଟିଭ୍
କରାଚୀ, ୨୩ା୬ (ଏଜେନ୍ସି) : ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ କରୋନା କାୟା ବିସ୍ତାର କରିଚାଲିଛି ।
ନିକଟରେ ପୂର୍ବତନ ପାକ୍ କ୍ରିକେଟର ସହିଦ୍ ଆଫି୍ରଦିଙ୍କୁ କରୋନା ହୋଇଥିବା ଜଣାପଡ଼ିଥିଲା । ମଙ୍ଗଳବାର ପାକିସ୍ତାନ କ୍ରିକେଟ୍ ଦଳର ଆଉ ୭ଜଣଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଫଳରେ ଏହାକୁ ମିଶାଇ ପାକିସ୍ତାନ ଦଳର ମୋଟ ୧୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ମହମ୍ମଦ ହାଫିଜ୍ ଓ ଓ୍ୱାହାବ ରିଆଜ୍ ସାମିଲ ଅଛନ୍ତି । ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହୋଇଥିବା ପାକିସ୍ତାନ ଦଳର ସମସ୍ତ ଖେଳାଳିଙ୍କ କରୋନା ଟେଷ୍ଟ କରାଯାଇଥିଲା । ଏମାନଙ୍କ ମଧ୍ୟରେ ୧୦ ଜଣଙ୍କ ଶରୀରରେ କରୋନା ଭୂତାଣୁ ଥିବା ପାକିସ୍ତାନ କ୍ରିକେଟ୍ ବୋର୍ଡ଼ ମଙ୍ଗଳବାର ଘୋଷଣା କରିଛି ।