Odisha news

ପାକିସ୍ତାନ ଟ୍ରେନ ହାଇଜ୍ୟାକ : ୧୫୫ ବନ୍ଦୀ ଉଦ୍ଧାର , ଜାରି ରହିଛି ସଂଘର୍ଷ

0

ହଁ ଆଜ୍ଞା ଯେଉଁ ପାକିସ୍ତାନ ଆତଙ୍କବାଦ ର ଗୁରୁ ସେ ପୁଣି ହୋଇଛି ଆତଙ୍କବାଦ ର ଶିକାର, କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ୍ୟ l ଯେଉଁଠି ଆମେ ଆଜି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିମାନ ହାଇଜ୍ୟାକ ବା ଅପହରଣ ହେବା ଶୁଣିଥିଲୁ ସେହି ସ୍ଥାନରେ ମଙ୍ଗଳବାର ଦିନ ହୋଇଥିଲା  ଟ୍ରେନ ଅପହରଣ, ପୁଣି ଏହା ପାକିସ୍ତାନ ରୁ l ପାକିସ୍ତାନ ର ବଲୁଚିସ୍ତାନ ତର ମଙ୍ଗଳବାର ଦିନ କ୍ୱେଟା ରୁ ପେଶୱାର ଯାଉଥିବା ଜାଫର ଏକ୍ସପ୍ରେସ କୁ ହାଇଜ୍ୟାକ କରାଯାଇଥିଲା l ବଳୁଚ ଲିବରେସନ ଆର୍ମି ର ଆତଙ୍କବାଦୀ ମାନେ ବଲନ ଦରେଂ ଅଞ୍ଚଳ ରେ ଟ୍ରେନ କୁ ଫାଇରିଙ୍ଗ କରି ଟ୍ରେନ ଟିକୁ କବ୍ଜା କରି ନେଇଥିଲେ, ଏହାପରେ ଚାରିଆଡେ ଚହଳ ପଡିଗଲା l

ଏହାପରେ ପାକିସ୍ତାନ ଆର୍ମି ପକ୍ଷରୁ ଅପରେସନ ଆରମ୍ଭ ହୋଇଯାଇଥିଲା, ଦୀର୍ଘ ୧୮ ଘଣ୍ଟା ଅପରେସନ ପରେ ମଧ୍ୟ ସମସ୍ତ ବନ୍ଧକ ଙ୍କୁ ମୁକୁଳା ଯାଇ ପାରିଲାନି, କିନ୍ତୁ ଏହି ଅପହରଣ ପଛର ଉଦେଶ୍ୟ କଣ ଏହା ପ୍ରଥମେ ଜାଣିବା ଜରୁରୀ l

କ୍ୱେଟା ରୁ ପେଶାବର ଯାଉଥିବା ଜାଫର ଏକ୍ସପ୍ରେସ ରେ ୯ଟି ବଗି ରେ ଯେଉଁଠି ପାଖାପାଖି ୫୦୦ ଲୋକ ଯାତ୍ରା କରୁଥିଲେ, ଏହି ଟ୍ରେନ ଟି ରେ ସେନା ଓ ସିକ୍ରେଟ ଏଜେଣ୍ଟ ମଧ୍ୟ ଥିଲେ ବୋଲି ସୂଚନା ଯୋଗ୍ୟ l  ଜାଫର ଏକ୍ସପ୍ରେସ ଯେମିତି ଟନେଲ ମଧ୍ୟରେ ପଶିଲା , ଠିକ ସେହି ସମୟରେ ଅପେକ୍ଷା କରି ବସିଥିବା ବାଲୁଁଚ ବିଦ୍ରୋହୀ ଟ୍ରେନ ଉପରେ ଆକ୍ରମଣ କରି ଦେଇଥିଲେ, ମିଳିଥିବା ସୂଚନା ଅନୁସାରେ ବର୍ତମାନ ସୁଧା ୧୫୫ ଜଣଙ୍କୁ ଉଦ୍ଧାର ହୋଇଛନ୍ତି ଏବଂ ଏହି ସମୟ ରେ ୨୭ ଜଣ ଆତଙ୍କବାଦୀ ପ୍ରାଣ ହରାଇ ଥିବାର ମଧ୍ୟ ସୂଚନା ମିଳିଛି l

ବାଲୁଁଚ ଓ ପାକିସ୍ତାନ ସେନା ମଧ୍ୟରେ ସଂଘର୍ଷ ଜାରି ରହିଛି l ବାଲୁଚ ଲିବରେସନ ଆର୍ମି ପକ୍ଷରୁ କୁହାଯାଇଛି ଯେ ସେ ନିଜେ ବନ୍ଧକ ଙ୍କୁ ରିହା କରିଛି l ବାଲୁଚିସ୍ତାନ ପାକିସ୍ତାନ ର ସବୁଠୁ ଅଶାନ୍ତ ଅଞ୍ଚଳ, ଏଠାରେ ୧୯୪୮ ରୁ ନେଇ ଆଜି ପର୍ଯ୍ୟନ୍ତ ବାଲୁଚ ଓ ପାକିସ୍ତାନ ସେନା ମଧ୍ୟରେ ସଂଘର୍ଷ ହୋଇ ଆସୁଛି, କଥାଟି ହେଲା ବାଲୁଚିସ୍ଥାନ ର ଲୋକେ ପାକିସ୍ତାନ ନିକଟରୁ ଅଲଗା ହେବାକୁ ଦୀର୍ଘ ସମୟ ରୁ ଦାବି କରି ଆସୁଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଚୀନ ର ଏହି ଅଞ୍ଚଳ ରେ ଦଖଲ ବଢିଛି, ଚୀନ ଏହି ଅଞ୍ଚଳ ରେ ଅନେକ ପ୍ରକଳ୍ପ ରେ କାର୍ଯ୍ୟ କରୁଛି l ଯେଉଁ କାରଣରୁ ବାଲୁଚ ମାନଙ୍କ ଉପରେ ଲଗାତାର ଆକ୍ରମଣ ହୋଇ ଆସୁଛି l ଚୀନ ର cpep ପ୍ରୋଜେକ୍ଟ କାରଣରୁ ଅନେକ ବାଳୁଛ ଏଠାରୁ ବିସ୍ଥାପିତ ହୋଇ ସାରିଛନ୍ତି l ଯାହାକୁ ନେଇ ବାଲୁଚ ଲିବରେସନ ଆର୍ମି ଅସନ୍ତୋଷ ପ୍ରକାଶ କରି ଆସୁଛି l

Leave A Reply