ନୂଆଦିଲ୍ଲୀ : ବିନାଶକାରୀ ବନ୍ୟା କାରଣରୁ ପାକିସ୍ତାନ ବର୍ତମାନ ଖୁବ ଗମ୍ଭୀର ପରିସ୍ଥିତି ରେ ଗତି କରୁଛି l ବନ୍ୟା କାରଣରୁ ଦେଶରେ ପାଖାପାଖି ୩. ୩ କୋଟି ଲୋକ ବିସ୍ଥାପିତ ହୋଇ ଯାଇଛନ୍ତି l ପାକିସ୍ତାନ ର ଏକ ତୃତୀୟାଂଶ ବନ୍ୟା ପାଣିରେ ବୁଡି ରହିଛି l ଏଥି ମଧ୍ୟରେ ଦେଶର ସହବାଜ ସରକାର ମନସୂନ କାରଣରୁ ହୋଇଥିବା ବିନାଶ କୁ ଆଖି ଆଗରେ ରଖି ନୋଡାଲ ଆପାତକାଳୀନ ଏଜେନ୍ସି ଗଠନ କରିଛନ୍ତି l
ରାଷ୍ଟ୍ରୀୟ ଆପାତକାଳୀନ ପ୍ରବନ୍ଧନ ପ୍ରାଧିକରଣ ଦ୍ୱାରା ଜାରି ସୂଚନା ଅନୁସାରେ, ବନ୍ୟା ଦ୍ୱାରା ଦେଶର ମୃତ ଜନସଂଖ୍ୟା ୧,୧୩୬ ହୋଇ ଯାଇଛି l ପ୍ରଶାସନ ର ସୂଚନା ଅନୁସାରେ ଜୁନ ର ମଧ୍ୟ ଭାଗରୁ ମାସରୁ ମନସୂନ ବର୍ଷା ଦ୍ୱାରା ଏଭଳି କ୍ଷୟକ୍ଷତି ହୋଇଛି l ପାକିସ୍ତାନ ର ଗୃହମନ୍ତ୍ରୀ ଅହସନ ଇକବଲ ମଙ୍ଗଳବାର ଦିନ କହିଛନ୍ତି ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଅଂଚଳ ଗୁଡିକ ପାଇଁ ୧୦ ଆରବ ଆମେରିକୀୟ ଡଲାର ରୁ ଅଧିକ ଆବଶ୍ୟକତା ରହିଛି l ସହବାଜ ସରିଫଂ ଙ୍କ ନେତୃତ୍ୱ ର ସରକାର ସଂଘୀୟ ସରକାର ଷୋମବାର ଦିନ ରାଷ୍ଟ୍ରୀୟ ବନ୍ୟା ପ୍ରତିକ୍ରିୟା ଏବଂ ସମନ୍ୱୟ କେନ୍ଦ୍ର ର ଗଠନ କରିଛନ୍ତି l
ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ପାକିସ୍ତାନ କୁ ସାହାଯ୍ୟ କରିବା ପାଇଁ ଅପିଲ କରାଯାଇଛି l ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏଂଟୋନିଅ ଗୁଟେରେସ ଗୋଟିଏ ଭିଡିଓ ବୟାନ ରେ କହିଛନ୍ତି ଯେ ୧୬୦ ମିଲିୟନ ର ସହାୟତା ରାଶି ପାକିସ୍ତାନ କୁ ଦିଆ ଯାଉଛି l ଯାହାକି ୫ . ୨ ମିଲିୟନ ଲୋକଙ୍କ ଖାଦ୍ୟ, ପାଣି, ସ୍ୱଛତା, ଆପାତକାଳୀନ ଶିକ୍ଷା, ସୁରକ୍ଷା ଓ ସ୍ୱାସ୍ଥ୍ୟ ସହାୟତା ପ୍ରଦାନ କରିବ l
ପାକିସ୍ତାନ ର ସାହାଯ୍ୟ ପାଇଁ ଚୀନ ନିଜର ସେନା ପଠାଇଛି l ଚୀନ ପକ୍ଷରୁ ମଙ୍ଗଳବାର ଦିନ ୨ଟି ମାଲବାହୀ ବିମାନ ପାକିସ୍ତାନ ପଠାଯାଇଛି l ଏହି ବିମାନରେ ୬୦ ଟନ ରୁ ଉର୍ଧ୍ଵ ମାଲ ଯାଇଛି l ଏହି ବିମାନ ୨ଟି ମଙ୍ଗବାର ରାତି ସୁଧା ପାକିସ୍ତାନ ରେ ପହଂଚିବ l ଚୀନ ପକ୍ଷରୁ ୩ହଜାର ଟେଣ୍ଟ ଓ ଅନ୍ୟ ସହାୟତା ଏହି ବିମାନ ଜରିଆରେ ପଠା ଯାଇଛି l
