Odisha news

ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଭାଷଣ ପାକିସ୍ତାନରେ ଟ୍ରେଣ୍ଡ

0

ନୂଆଦିଲ୍ଲୀ: ଅନାସ୍ଥା ପ୍ରସ୍ତାବର ଭୋଟିଂରୁ ବଞ୍ଚିବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ନାନା ବାହାନା କରୁଛନ୍ତି। ଏଭଳି ପରିସ୍ଥିତିରେ ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଭାଷଣ ପାକିସ୍ତାନରେ ଟ୍ରେଣ୍ଡ କରୁଛି। ପାକିସ୍ତାନର ବରିଷ୍ଠ ସାମ୍ବାଦିକ ହମିଦ ମୀରଙ୍କ କହିବା ଅନୁଯାୟୀ, କିଛି ଦିନ ହେଲା ଇମ୍ରାନ ଖାନ ଭାରତକୁ ପ୍ରଶଂସା କରିବା ଏବଂ ଅନାସ୍ଥା ପ୍ରସ୍ତାବକୁ ଏଡ଼ାଇବାକୁ ଚେଷ୍ଟା କରିବା ମଧ୍ୟରେ ଏକ ବଡ଼ ପ୍ରଭେଦ ରହିଛି। ହମିଦ ମୀର କହିଛନ୍ତି ଯେ, “ଇମ୍ରାନ ଖାନ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କଠାରୁ କିଛି ଶିଖିବା ଉଚିତ। ଯେତେବେଳେ ବାଜପେୟୀ ସାହେବ ଜାଣିବାକୁ ପାଇଲେ ଯେ ତାଙ୍କ ସରକାର ଗୋଟିଏ ଭୋଟରେ କ୍ଷମତାଚ୍ୟୁତ ହେବାକୁ ଯାଉଛି, ସେତେବେଳେ ସେ ରାଷ୍ଟ୍ରପତିଙ୍କ ନିକଟକୁ ଯାଇ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଇମ୍ରାନ ଖାନ ଯଦି ଭାରତକୁ ଏତେ ପ୍ରଶଂସା କରୁଛନ୍ତି, ତେବେ ସେ କାହିଁକି ଏହା କରୁନାହାନ୍ତି’ |

ସୂଚନା ମୁତାବକ ୧୯୯୯ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସଂସଦରେ ଗୋଟିଏ ଭୋଟ ପାଇଁ ଭାଙ୍ଗିଯାଇଥିଲା | ସୂଚନା ଥାଉ କି ଗତ ବର୍ଷ ପର୍ଯ୍ୟନ୍ତ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହିଟଲରଙ୍କ ସହ ତୁଳନା କରିଥିବା ଇମ୍ରାନ ଖାନ ବର୍ତ୍ତମାନ ନିରନ୍ତର ଭାରତର ପ୍ରଶଂସା କରୁଛନ୍ତି। ସେ କିଛିଦିନ ତଳେ କହିଥିଲେ ଯେ ପାକିସ୍ତାନ ଭାରତରୁ ଶିଖିବା ଉଚିତ୍ ଯେ କୌଣସି ମହାଶକ୍ତିର ଚାପରେ ନ ଆସି ବୈଦେଶିକ ନୀତି କିପରି କରାଯାଇପାରିବ।

IEC 2 years
Leave A Reply