Odisha news

ଇମ୍ରାନ ଙ୍କ ଦଳର ନେତାଙ୍କ ବୟାନ : ତାଲିବାନ ଆମର ବନ୍ଧୁ , ସେ ଆମକୁ ଭାରତରୁ କାଶ୍ମୀର ଜିତିବାରେ ସାହାଯ୍ୟ କରିବ

ନୂଆଦିଲ୍ଲୀ : ଆଫଗାନିସ୍ତାନ କୁ ତାଲିବାନ କବ୍ଜା କରିବା ପରେ , ଯଦି କେହି ଅଧିକ ଖୁସି ଜାହିର କରୁଛି ସେ ହେଉଛି ପାକିସ୍ତାନ l ଏହି କଥା ସେଠାକାର ନେତା ମାନଙ୍କ ବୟାନ ରୁ ମଧ୍ୟ ସଫା ସଫା ଜଣା ପଡୁଛି l ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଙ୍କ ଦଳର ଜଣେ ନେତା ନିଲମ ଇର୍ସାଦ ଶେଖ ଯାହା ବୟାନ ଦେଇଛନ୍ତି ସେଥିରୁ ପାକିସ୍ତାନର ଉଦେଶ୍ୟ ସଫା ସଫା ଜଣା ପଡୁଛି l ନିଲମ ଗୋଟିଏ ଲାଇଭ ଟିଭି ଡିବେଟ ସମୟରେ କହିଛନ୍ତି – ତାଲିବାନ ଆମର ବନ୍ଧୁ , ଓ ସେ ଆମକୁ କାଶ୍ମୀର ହାସଲ କରି ଦେବ l

ନିଲମ କେବଳ ଜଣେ ବଡ ନେତା ନୁହନ୍ତି , ବରଂ ତାଙ୍କର ଇମ୍ରାନ ଙ୍କ ସହିତ ପାରିବାରିକ ସମ୍ବନ୍ଧ ମଧ୍ୟ ରହିଛି l ଇମ୍ରାନ୍ ଙ୍କ ପତ୍ନୀ ବୁଶରା ବିବି ଓ ନିଲାମ ଖୁବ ନିକଟତର ଅଟନ୍ତି l ତାଲିବାନ କାବୁଲ ଦଖଲ କରିବା ପରେ ପାକିସ୍ତାନ ରେ ଖୁବ ଖୁସି ପାଳନ ହୋଇଥିଲା l ରବିବାରଦିନ ବୋଲ ଟିଭିରେ ଗୋଟିଏ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ନିଲମ କୁ ତାଲିବାନ ଉପଲବ୍ଧି ବିଷୟରେ ପ୍ରଶ୍ନ କରାଯାଇଥିଲା l ତାହାର ଉତ୍ତରରେ ସେ କହିଥିଲେ ଯେ ତାଲିବାନ ଆମର ସାଥି ସେ ଆମକୁ କାଶ୍ମୀର ହାସଲ କରାଇବ l ସେ ଏପରି କହିଥିଲେ ଯେ ସମସ୍ତ ଅଙ୍କର ହସିବାକୁ ଲାଗିଥିଲେ l

Comments are closed.