ନୂଆଦିଲ୍ଲୀ : ଆତଙ୍କର ଆକା ପାକିସ୍ତାନ ଭାରତକୁ ଯେତେ ବଦନାମ କରିବାକୁ ଚେଷ୍ଟା କଲେ ମଧ୍ୟ ତାର ସମସ୍ତ ଉଦ୍ଦେଶ୍ୟ ତାକୁ ଦୁନିଆରେ ଫେଲ କରିଛି । କରାଚିରେ ଚୀନ୍ ବାଣିଜ୍ୟ ଦୂତାବାସ ରେ ହୋଇଥିବା ଆକ୍ରମଣକୁ ନେଇ ପାକିସ୍ତାନ ଭାରତକୁ ଫସାଇବା ପାଇଁ ଷଡ଼ଯନ୍ତ୍ର କରୁଥିଲା କିନ୍ତୁ ସେ ତାର ଉଦ୍ଦେଶ୍ୟରେ ସଫଳ ହୋଇପାରିଲା ନାହିଁ । ୨୦୧୮ କରାଚିରେ ଚୀନ୍ ବାଣିଜ୍ୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣରେ ଭାରତର ଭୂମିକା ରହିଛି ବୋଲି ପ୍ରମାଣ କରିବାକୁ ପାକିସ୍ତାନ ବିଫଳ ହୋଇଛି । ଏହି ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଆତଙ୍କବାଦ ବିରୋଧୀ ଅଦାଲତ ମଇ ୨୬ ତାରିଖରେ ହୋଇଥିବା ଆକ୍ରମଣରେ ବଲୁଚିସ୍ତାନର କିଛି ସଦସ୍ୟ ରହିଥିବା ଦର୍ଶାଇ ନିଜର କ୍ଷଭୋ ପ୍ରକାଶ କରିଛି। ସୂଚନା ଯୋଗ୍ୟ ଯେ ବାଲୁଚ ଲିବ ରେଶନ ଅର୍ମିର କିଛି ସଦସ୍ୟ ଏହି ଆକ୍ରମଣ କରିଥିବାର ଆରୋପ ମଧ୍ୟ ଲଗିଥିଲା ।
ଗୋଟିଏ ତଥ୍ୟରୁ ଜଣା ପଡ଼ିଛି ଯେ ଆରୋପ ଲଗାଯାଇଛି ଯେ ପାକିସ୍ତାନ ଓ ଚୀନ୍ ମଧ୍ୟରେ ସମ୍ପର୍କ କୁ ଖରାପ କରିବା ଏବଂ ଚୀନ୍ ପାକିସ୍ତାନ ଆର୍ଥିକ କରିଡ଼ର ପ୍ରକ୍ଳପକୁ ଖରାପ କରିବା ପାଇଁ ଭାରତର “ର” ସହିତ ମିଶି ବଲୁଚ ବିଦ୍ରୋହୀ ମାନେ ଆକ୍ରମଣ କରିଥିଲେ । ATC ଜଜ୍ ମାମଲାର ଯାଞ୍ଚ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଅଭିଯୋଗ କାରି ମାନେ ଜୁଲାଇ ୭ ତାରିଖ ଦିନ ନିଶ୍ଚିନ୍ତ ଭାବରେ ଅଦାଲତ କକ୍ଷରେ ଉପସ୍ଥିତ ରହିବେ ,କାରଣ ସେହିଦିନ ସମନ୍ ଜାରି ହେବା ପରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ । ଚଳିତ ବର୍ଷ ମଧ୍ୟ ପାକିସ୍ତାନରେ ଚୀନ୍ ଦୂତାବାସ ଉପରେ ଆକ୍ରମଣ ହୋଇଥିଲା ୨୦୧୮ ରେ ହୋଇଥିବା ଆକ୍ରମଣରେ ବିଭିନ୍ନ ମରଣାସ୍ତ୍ର ଜବତ କରାଯାଇଥିଲା ।
ଏଥିରେ କିଛି ଲୋକ ମୃତ୍ୟୁ ହୋଇଥିବାର ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଚାର୍ଜସିଟ୍ ରେ କୁହାଯାଇଛି ଯେ ଆତଙ୍କବାଦୀ ମାନେ ଚୀନ୍ ବାଣିଜ୍ୟ ଦୂତାବାସ ଉପରେ ଫେୟାରିଂ କରିଥିଲେ । ଯାହା ଫଳରେ ଉପ ନିରୀକ୍ଷକ ଓ ଜଣେ କନଷ୍ଟେବଳଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଯେଉଁ କନେଷ୍ଟବଳଙ୍କର ମୃତ୍ୟୁ ହୋଇଥିଲା ସେ ପୂର୍ବରୁ ଆତଙ୍କବାଦୀଙ୍କ ସଂପର୍ଷରେ ଚେକ୍ ପୋଷ୍ଟରେ ଆସି ମୃତ୍ୟୁ ବରଣ କରିଥିଲେ । କିନ୍ତୁ ଏହାକୁ ବର୍ତ୍ତମାନ ଅନ୍ୟ ଦୃଷ୍ଟିରେ ଦେଖିଲେ ଜଣା ପଡ଼ୁଛି ଯେ ପାକିସ୍ତାନ ଭାରତ ଉପରେ ଜାଣିଶୁଣି ଆରୋପ ଲଗାଉଛି।

Comments are closed.