ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ କହିଛନ୍ତି କି ସେ ଦୁନିଆର ମୁସ୍ଲିମ ରାଷ୍ଟ୍ର ଗୁଡିକୁ ଏକାଠି କରିବାକୁ ଚାହୁଁଛନ୍ତି ,କାହିଁକିନା ପଶ୍ଚିମ ଦେଶ ଗୁଡିକ ଉପରେ ଚାପ ପଡିପାରୁ ଓ ସେମାନେ ପେଙ୍ଗlବର ମହମ୍ମଦ ଙ୍କ ଅପମାନ କରିଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରି ପାରନ୍ତୁ l ଇମ୍ରାନ୍ କହିଛନ୍ତି ମୁସ୍ଲିମ ରାଷ୍ଟ୍ର ଗୁଡିକ ମିଳିତ ଭାବରେ ସଂଯୁକ୍ତ ରାଷ୍ଟ୍ର ଉପରେ ଓ ୟୁରୋପିଆନ ୟୁନିଅନ ଉପରେ ଚାପ ପକାଇପାରିବେ l
ମିଳିଥିବା ସୂଚନା ଅନୁସାରେ ପାକିସ୍ତାନୀ ଖବର କାଗଜର ଡନ ରେ ପ୍ରକାଶିତ ଖବର ଅନୁସାରେ ଇମ୍ରାନ କହିଛନ୍ତି ଯେ ମୁସ୍ଲିମ ରାଷ୍ଟ୍ର ଗୁଡିକ ଧମକ ଦେବା ଦ୍ୱାରା ଈସାନିନ୍ଦା ଉପରେ କୌଣସି ନିୟମ କରାଯିବ ନାହିଁ l ଇମ୍ରାନ୍ କହିଛନ୍ତି ମୁସ୍ଲିମ ବହୁଳ ଦେଶ ଗୁଡିକ ପଶ୍ଚିମ ଦେଶ ଗୁଡିକ ଉପରେ ଚାପ ପକାଇବେ କାହିଁକି ନl ମୁସ୍ଲିମ ମାନଙ୍କ ଭାବନାକୁ ଆହତ କରିବା ଉପରେ ରୋକ ଲଗା ଯାଇପାରେ l
ଇମ୍ରାନ୍ କହିଛନ୍ତି ପେଂଗାବର ମହମ୍ମଦ ଙ୍କ ଅପମାନକୁ ନେଇ କଠୋର ଦଣ୍ଡ ଦେବା ଆବଶ୍ୟକ l ଆମର ରଣନୀତି ରହିବ ଯେ ଯେଉଁ ଦେଶ ମୁସ୍ଲିମ ଙ୍କ ଭାବନାକୁ ଆହତ କରିବ ତା ସହିତ କୌଣସି ପ୍ରକାରର ବାଣିଜ୍ୟିକ କାର୍ଯ୍ୟ କରାଯିବ ନାହିଁ l ଇମ୍ରାନ୍ କହିଛନ୍ତି ଏହା ପୂର୍ବରୁ ପାକିସ୍ତାନ ବିଦେଶମନ୍ତ୍ରୀ ମଧ୍ୟ ଏହା କୁ ନେଇ ଚର୍ଚ୍ଚା କରିଛନ୍ତି l ଫ୍ରାନ୍ସ ରେ ପେଂଗାବର ମହମ୍ମଦ ର କାର୍ଟୁନ କୁ ନେଇ ବିବାଦ ଦେଖା ଦେଇଥିଲା l ଏହାକୁ ବିରୋଧ କରି ପାକିସ୍ତାନ ରେ ଆନ୍ଦୋଳନ ଦେଖା ଦେଇଥିଲା l ଏହାପରେ ଫ୍ରାନ୍ସ ତାର ରାଜନୟକ ମାନଙ୍କୁ ପାକିସ୍ତାନ ରୁ ଡାକି ନେଇଥିଲା l
