Odisha news

ପାକିସ୍ତାନ ସେନାର ଆଫଗାନିସ୍ତାନ ଉପରେ ରକେଟ୍ ମାଡ,୯ ଜଣ ମୃତ୍ୟୁ ୫୦ରୁ ଉର୍ଦ୍ଧ ଆହତ

0

ନୂଆଦିଲ୍ଲୀ : ଆଫଗାନିସ୍ତାନ ପାକିସ୍ତାନର ଉପରେ ରକେଟ୍ ରେ ଆକ୍ରମଣ କରିବାର ଆରୋପ ଲାଗିଛି l ଆଫଗାନିସ୍ତାନର ନିୟୁଜ ଏଜେନ୍ସି TOLO ନିୟୁଜ ଅନୁସାରେ କନ୍ଧାରର ସ୍ପିନ ବ୍ଲକ ଜିଲ୍ଲାରେ ଜନସଂକ୍ଷ ବହୁଳ ସ୍ଥାନରେ ପାକିସ୍ତାନ ସେନା ରକେଟ୍ ଦ୍ୱାରା ଆକ୍ରମଣ କରିଛନ୍ତି l ଏହି ଆକ୍ରମଣରେ ୯ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ,୫୦ ଜଣାରୁ ଅଧିକ ଲୋକ ଆହତ ହୋଇଛନ୍ତି l

ସୂଚନା ଅନୁସାରେ ଆଫଗାନିସ୍ତାନର ରକ୍ଷା ମନ୍ତ୍ରାଳୟ କହିଛି ଯେ ପାକିସ୍ତାନୀ ସେନାଙ୍କ ବିରୁଦ୍ଧରେ ଉଚିତ ପଦକ୍ଷପ ନେବାପାଇଁ ଦେଶର ସମସ୍ତ ସୈନ୍ୟଙ୍କୁ ,ଖାସ କରି ୨୦୫ ଅଟଳ , ୨୦୧ ସଲାଵ ଓ  ୨୦୩ ଥଣ୍ଡର କ୍ୟାମ୍ପଙ୍କୁ ସମ୍ପୂର୍ଣ ଭାବରେ ସଜାଗ ରହିବl ପାଇଁ ନିର୍ଦେଶ ଦିଆଯାଇଛି l

ଆଫଗାନ ରକ୍ଷା ମନ୍ତ୍ରଣାଳୟ କହିଛି ଯେ ମହମଦ ୟାସୀନ ଜିୟାଙ୍କ ନେତୃତ୍ୱରେ ବାୟୁସେନା ଓ ବିଶେଷ ସୁରକ୍ଷା ବଳଙ୍କୁ ହାଇ ଆଲର୍ଟରେ ରଖl ଯାଇଛି l ଯଦି ପାକିସ୍ତାନ ସେନା ଆଫଗାନ ଭୂମିରେ ନିଜର ରକେଟ୍ ଲଞ୍ଚରକୁ ଜାରି ରଖିବା ତେବେ ତାକୁ ଆଫଗାନ ସେନାର ପାଲଟା ଜଵାବକୁ ସାମ୍ନା କରିବାକୁ ପଡିବ l

Leave A Reply