Odisha news

ଅଜବ ଦେଶ ଗଜବ କାହାଣୀ : ପାକିସ୍ତାନରେ ଜଣେ ୫୦ ବର୍ଷୀୟ ସାଂସଦ ୧୪ ବର୍ଷୀୟା ବାଳିକାକୁ କଲେ ବିଭାହ , ଜନସାଧାରଣ ହେଲେ ଅସନ୍ତୁଷ୍ଟ

0

ନୂଆଦିଲ୍ଲୀ : ପାକିସ୍ତାନର ଜଣେ ସାଂସଦ ଗୋଟିଏ ୧୪ ବର୍ଷର ଛୋଟ ଝିଅକୁ ବିବାହ କରିଥିବା ମାମଲା ସାମ୍ନାକୁ ଆସିଛି l ମିଳିଥିବା ସୂଚନା ଅନୁସାରେ ପାକିସ୍ତାନର JUI-F ପାର୍ଟିର ସାଂସଦ ମୌଲାନା ସଲାହୁଦିନ ଅୟୁବିଙ୍କର ଗୋଟିଏ ୧୪ ବର୍ଷର ଝିଅ ସହିତ ବିବାହକୁ ନେଇ ପୋଲିସ ଯାଞ୍ଚ କରୁଛି l ସେ ବଲୁଚିସ୍ଥାନରେ ସାଂସଦ ଅଛନ୍ତି l ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି ଯେ ଝିଅଟିର ବିବାହ ବୟସ ହୋଇଥିଲା ନନାହିଁ ସେ ବିଷୟରେ ଯାଞ୍ଚ କରାଯାଉ ଓ ବାଲ୍ୟ ବିବାହ ଆକ୍ଟ ଅନୁଯାଇ ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ l ଗଣମାଧ୍ୟମ ତଥ୍ୟ ଅନୁସାରେ ସୋସିଆଲ ମିଡ଼ିଆରେ ଚର୍ଚା ଚାଲିଛି ଯେ ୧୪ ବର୍ଷ ଝିଅର ବିବାହ ତାଠାରୁ ୪ ଗୁଣ ଅଧିକ ବ୍ୟକ୍ତି ସହିତ କରାଯାଇଛି l

କୁହାଯାଇଛି ଯେ ଏହି ସାଂସଦ ଜଣଙ୍କ ଆଉଜଣେ ସ୍ଥାନୀୟ ସାଂସଦଙ୍କ ସହଯୋଗରେ ଏହି ବିବାହ କାର୍ଯ୍ୟକୁ ରୂପ ଦିଆଯାଇଛି l ପୋଲିସ ପାଖରୁ ମିଳିଥିବା ସୂଚନା ଅନୁସାରେ ଘରେ ଝିଅର ପିତା ଉପସ୍ଥିତ ନଥିବାରୁ ଠିକରେ ଯାଞ୍ଚ କରାଯାଇ ପାରିଲା ନାହିଁ ,ତାଙ୍କ ଉପସ୍ଥିତିରେ ଠିକ ଭାବରେ ଯାଞ୍ଚ କରାଯିବ l ସେ ଆହୁରି ମଧ୍ୟ କହିଛନ୍ତି ଝିଅଟି ୨୮ ଅକ୍ଟୋବର ୨୦୦୬ ରେ ଦର୍ଜ କରାଯାଇଛି l ସେଠାରେ ସେ ଗାର୍ଲସ ସ୍କୁଲରେ ପଢୁଛି l ପୋଲିସ କହିଛି ଯେ କିଛିଦିନ ପୂର୍ବରୁ ତାର ପିତା ବିବାହକୁ ଖଣ୍ଡନ କରିଛନ୍ତି  l ଆଉ କିଛି ଲୋକ ମତ ଦେଇଛନ୍ତି ଯେ ତାର ପିତା ଚାପ ଯୋଗୁଁ ଏପରି କହିଛନ୍ତି

Leave A Reply