Odisha news

ଭାରତ ଚୀନ୍ ଉତେଜନା ସମୟରେ ପାକିସ୍ତାନ ଉଠାଉଛି ଫାଇଦା

0

ନୂଆଦିଲ୍ଲୀ  : ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ଉତେଜନାକୁ ନେଇ ପାକିସ୍ତାନ ଫାଇଦା ଉଠାଉଛି l ଏହାର ସବୁଠାରୁ ବଡ ପ୍ରମାଣ ହେଲା ପାକିସ୍ତାନ ଓ ଚୀନ ମଧ୍ୟରେ ଥିବା POK ,ଏଠାରେ ହାଇଡ୍ରୋ ପାୱାର ପ୍ରୋଜେକ୍ଟକୁ ନେଇ ଦୁଇ ଦେଶ ମଧ୍ୟରେ ଚୁକ୍ତି ହେଇଛି l ଏହି ପ୍ରକଳ୍ପ ପାଇଁ ୨.୪ ଆରବ ଡଲାର ନିୟୋଜିତ କରାଯାଇଛି l ଚୀନର ବେଲ୍ଟ ଆଣ୍ଡେ ରୋଡ଼ ନିୟମ ଅନୁସାରେ ଚୀନ ଓ ପାକିସ୍ତାନର ଆର୍ଥିକ କରିଡୋର ନିର୍ମାଣ ହେଉଛି l ଏହାର କେତେଗୁଡିଏ ପରି ଯୋଜନା ଅଧା ରହିଛି କିମ୍ବା ବନ୍ଦ ହୋଇ ରହିଛି l କିନ୍ତୁ ଚୀନ ଭାରତକୁ ଉତେଜିତ କରିବା ପାଇଁ POK ରେ ନୂଆନୂଆ ପରି ଯୋଜନାକୁ ମଞ୍ଜୁରୀ ଦେଇ ଚାଲିଛି l

ଜୁନମାସ ଶେଷରେ ଚୀନ,ପାକିସ୍ତାନ ଓ ଚୀନର କୋହୋଲା କମ୍ପାନୀ ଦ୍ୱାରା ହାଇଡ୍ରୋ ପାୱାର ପ୍ରୋଜେକ୍ଟ ପାଇଁ  ହସ୍ତାକ୍ଷର ହେଲା l ଏହାର ନିୟମ ଅନୁସାରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ୧୧୨୪ ମେଗାୱଟର ହାଇଡ୍ରୋ ପାୱାର ପ୍ଲାଣ୍ଟ ତିଆରି ହେବ l ପାକିସ୍ତାନ ମିଡ଼ିଆ ରିପୋଟ ଅନୁସାରେ ଏହା ପାକିସ୍ତାନରେ କୌଣସି ଚୀନ କମ୍ପାନୀର ପାୱାର ସେକ୍ଟରରେ ସବୁଠାରୁ ବଡ ପୁଞ୍ଜି ନିବେଶ l ଗତ ଦୁଇମାସ ଭିତରେ POK ରେ ଏହା ଦୁତୀୟ ମେଗା ପ୍ରୋଜେକ୍ଟ ଯାହାର ଫଣ୍ଡିଙ୍ଗ ଦେବାପାଇଁ ଚୀନ ସହମତି ଦେଇଛି l

ବିଶେଷଜ୍ଞ ମାନଙ୍କ ମତରେ ଚୀନ ଭାରତକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରି କୋହୋଲା ହାଇଡ୍ରୋ ପ୍ରୋଜେକ୍ଟ ସହିତ POK ରେ ଅନ୍ୟ ପରି ଯୋଜନା ଗୁଡିକ ପାଇଁ ପୁଞ୍ଜି ନିବେଶ କରୁଛି l ଭାରତ ପାକିସ୍ତାନ ଓ ଚୀନର ଆର୍ଥିକ କରିଡୋର ପାଇଁ ବିରୋଧ କରି ଆସୁଛି l ଭାରତର କହିବା ଉଦେଶ୍ୟ ହେଲା POK ରେ କୌଣସି ପ୍ରକାରର ପରିଯୋଜନା ଆରମ୍ଭ କରାଯାଇ ପାରିବ ନାହିଁ l ଭାରତର ବିଦେଶ ମନ୍ତ୍ରଣାଳୟ ବୟାନ ଜାରି କରିଛି ଯେ ଜାମୁ ,କାଶ୍ମୀର ଓ ଲାଦଖ ଭାରତର ଅଭିନ୍ନ ଅଙ୍ଗ l

ପାକିସ୍ତାନ ଅଧିକୃତ କାଶ୍ମୀରରେ ଏହି ପ୍ରକାରର କୌଣସି ପରି ଯୋଜନାକୁ ନେଇ ଭାରତ ଲଗାଦାର ଭାବରେ ପାକିସ୍ତାନ ଓ ଚୀନ କୁ ବିରୋଧ କରି ଆସୁଛି l କିନ୍ତୁ ଚୀନ ପାକିସ୍ତାନ ସହିତ ଡୀଲ ଗୁଡିକୁ କରି ଭାରତକୁ କମଜୋର କରିବାକୁ ଚେଷ୍ଟା କରୁଛି l ଲଦାଖରେ ଭାରତ ଚୀନ ସୀମା ସଂଘର୍ଷ ପୂର୍ବରୁ ଭାରତ ଦାରବୁକ -ଶ୍ୟୋକ-ଡିବିଓ ସଡକର ଉଦ୍ଘାଟନ କରିଥିଲା l ୨୫୫ କିଲୋମିଟର ଲମ୍ବ ବିଶିଷ୍ଟ ଏହି ସଡକ ଲାଦଖରୁ ଆରମ୍ଭ ହୋଇ କରାକୋରମ ପାଖରେ ଶେଷ ହେଉଛି l  କରାକୋରମ ରଣନୀତି ପାଇଁ ଅତ୍ୟନ୍ତ ମହତ ପୂର୍ଣ୍ଣ ,କାରଣ ଏହା ଲାଦଖକୁ ଚୀନର ଶିଞ୍ଜିଅଙ୍ଗ ପ୍ରାନ୍ତରୁ ଅଲଗା କରୁଛି ଓ ଚୀନ ପାକିସ୍ତାନ ଆର୍ଥିକ କରିଡୋରର ଗୋଟିଏ ମୁଖ୍ୟ ଅଂଶ l ଏହି ସଡକ ଦ୍ୱାରା ଚୀନର ଚିନ୍ତା ବଢି ଯାଇଛି l

Leave A Reply