Odisha news

ପାକିସ୍ତାନ କେମିତି କରିଥାଏ ଭାରତକୁ ହତିଆର ତସ୍କରୀ

0

ନୂଆଦିଲ୍ଲୀ : ଚଳିତ ବର୍ଷ ଜାନୁଆରୀ ମାସରୁ ଆଜି ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରରେ ପାଖାପାଖି ୧୦୦ ଟି ଆତଙ୍କୀ ଘଟଣା ଘଟି ସାରିଛି l ଏହି ଘଟଣାରେ ୪୪ ଟି ଭାରତୀୟ ଯବାନ ସହିଦ ହୋଇଛନ୍ତି ଓ ୩୧ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି l ସୁରକ୍ଷା କର୍ମୀଙ୍କ ଦ୍ୱାରା ୧୭୦ ଜଣ ଆତଙ୍କବାଦୀ ମଧ୍ୟ ମରିଛନ୍ତି l ମୁଦାଟି ଏହା ଯେ ଏହି ଆତଙ୍କବାଦୀ ଗୁଡିକୁ କିପରି ଭାବରେ ହତିଆର ଯୋଗ ଯାଉଛି l ପାକିସ୍ତାନ ଏହି ହତିଆରର ତସ୍କରୀ କରୁଛି ବୋଲି ଜଣା ପଡିଛି l ପାକିସ୍ତାନ ଭାରତୀୟ ସୀମା LOC ରେ ହତିଆର ଗୁଡିକୁ ଲୁଚାଇ ରଖିଥାଏ l ଯାହାକୁ ସୀମା ନିକଟରେ କାମ କରୁଥିବା ମଜୁରିଆ ମାନେ ଏହି ହତିଆରର ତସ୍କରୀ କରିଥାନ୍ତି l ଏହି କଥାର ପୁଷ୍ଟି ଭାରତୀୟ ସେନା ମଙ୍ଗଳବାର ଦିନ କରିଛି l

ଭାରତୀୟ ସେନାକୁ ଏହି ସୂଚନା ସେତେବେଳେ ମିଳିଲା ,ଯେତେବେଳେ ଭାରତୀୟ ସେନା ଆତଙ୍କୀ ମାନଙ୍କର ଦୁଇଟି ଠିକଣାକୁ ଖୋଜି ବାହାର କରିଥିଲା l ଏହି ଠିକଣା ବାରାମୂଲା ଜିଲ୍ଲାରେ LOC ନିକଟରେ l ଏଠାରେ ଭାରତୀୟ ସେନା ଅଧିକ ମାତ୍ରାରେ ହତିଆର ଉଦ୍ଧାର କରିଛି l ଏହି ହଟିଆରକୁ ନଦୀ ଓ ସୁଡ଼ଙ୍ଗ ସାହାଯ୍ୟରେ ସୀମା ପର କରାଯାଇଥାଏ l ନିକଟରେ ରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତା କର୍ଣ୍ଣଲ ରାଜେଶ କାଲିଆ କହିଛନ୍ତି ବାରାମୂଲାର ରାମପୁର ସେକ୍ଟରରେ ଅଗଷ୍ଟ ୩୦ ତାରିଖ ଦିନ କିଛି ସନ୍ଦିଗ୍ଧ ଗତିବିଧି ଦେଖା ଯାଇଥିଲା l ଏହା ପରେ ସେନା ସେହି ଅଂଚଳରେ ନିଜର ଗତିବିଧି ବଢିଆ ଦେଇଥିଲା l

ସେନା ନଜର ରଖିବା ପରେ ଦେଖିଥିଲେ ଯେ କିଛି ଲୋକ ସୀମା ପାର କରି ଆସିଛନ୍ତି l ଅଗଷ୍ଟ ୩୧ତାରିଖ ଦିନ ସକାଳ ୫ ଟା ରେ ଭାରତୀୟ ସେନା ସର୍ଚ୍ଚ ଆରମ୍ଭ କରିଥିଲା l ୭ ଘଣ୍ଟାର ଖୋଜାଖୋଜି ପରେ ଆତଙ୍କବାଦୀ ମାନେ ଲୁଚାଇ ରଖିଥିବା ଦୁତି ଜାଗାରୁ ହତିଆର ଜବତ କରିଥିଲେ l ଏହି ହତିଆର ଗୁଡିକ ମଧ୍ୟରେ AK-47 ସହିତ ବିଭିନ୍ନ ପ୍ରକାରର ମାରାଣା ଅସ୍ତ୍ର ବହୁଳ ପରିମାଣରେ ଜବତ ହୋଇଥିଲା l ଏହି ହତିଆର ଗୁଡିକୁ ଦେଖି ଏପରି ଲାଗୁଥିଲା ଯେପରି ଆତଙ୍କବାଦୀ ମାନେ ଗୋଟିଏ ବଡ ଘଟଣା ଘଟାଇବାକୁ ଚାହୁଁଛନ୍ତି l ଭାରତୀୟ ସେନାର ସତର୍କତା କାରଣରୁ ଅଧିକାଂଶ ସମୟ ଆତଙ୍କବାଦୀଙ୍କ କାର୍ଯ୍ୟ କଳାପକୁ ଭଣ୍ଡୁର କରାଯାଇ ପାରୁଛି l

Leave A Reply