ପାକିସ୍ତାନ ରେ ଗତକିଛି ଦିନ ହେଲାଣି ଦ୍ୱିପ୍ରହର ସମୟରେ ଭୂମି କଂପି ଝଟକା ଅନୁଭୂତ ହେଉଛି, ଏହାର ତୀବ୍ରତା ରିକ୍ଟର ସ୍କେଲ ରେ ୪.୬ ରହୁଛି l ଏହି କରଣାରୁ ଆଫଗାନିସ୍ତାନ ଓ ତାଜାକିସ୍ତାନ ର ବିଭିନ୍ନ ସ୍ଥାନରେ ମଧ୍ୟ ଏହାର ଝଟକା ଅନୁଭବ ହେଉଛି l ଏହି ସମୟ ରେ ଲୋକେ ଭୟଭୀତ ହୋଇ ନିଜ ନିଜ ଘରୁ ବାହାରକୁ ପଳାଇ ଆସୁଛନ୍ତି l କିନ୍ତୁ ଭାରତର ପଡୋଶୀ ରାଜ୍ୟରେ ଭୂମିକମ୍ପ ଅନୁଭୂତ ହେଉଥିବା ପଛରେ କାରଣ କଣ ରହିଛି l
ରାଷ୍ଟ୍ରୀୟ ଭୂକମ୍ପ କେନ୍ଦ୍ର ସୂଚନା ଅନୁସାରେ ଭୂକମ୍ପ ର କେନ୍ଦ୍ର ଆଫଗାନିସ୍ଥାନ ରୁ ୩୪ କିଲୋମିଟର ଦୂର ତାଜାକିସ୍ତାନ ର ଏସ୍କସେମ ର ପଶ୍ଚିମ ରେ ୧୦ କିଲୋମିଟର ଗଭୀର ରେ ସ୍ଥିତ ଅଟେ l ମେ ମାସ ୫ ଏବଂ ୬ ତାରିଖରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା l
କାହିଁକି ପାକିସ୍ତାନ ରେ ଆସୁଛି ଭୂମିକମ୍ପ –
ପାକିସ୍ତାନ ଦୁନିଆରେ ଭୂମି କଂପ ରେ ସକ୍ରିୟ ଦେଶ ମଧ୍ୟରୁ ଗୋଟିଏ l ଏଠାରେ ସୁ-ଉଚ୍ଚ ପ୍ରାସାଦ ଓ ଅଟାଳିକା ଗୁଡିକ ବାରମ୍ବାର ଝଟକା ପାଇ ଦୁର୍ବଳ ହୋଇ ପଡୁଛି l ପାକିସ୍ତାନ ର ଏଭଳି କିଛି ସ୍ଥାନ ରହିଛି ଯେଉଁଠି ଅଧିକ ଭୂମିକମ୍ପ ଅନୁଭୂତ ହୋଇଥାଏ l ଏହି ଅଞ୍ଚଳ ଖେବର ପାଖତୁନଖ୍ବା , ବଲୁଚିସ୍ତାନ, ସଂଘୀୟ ପ୍ରଶାସିତ ଜନଜାତିୟ କ୍ଷେତ୍ର ଓ ଗିଲଗୀଟ -ବାଲ୍ଟିସ୍ଥାନ ପ୍ରାନ୍ତ ଦକ୍ଷିଣ ପ୍ରାନ୍ତ ରେ ଅବସ୍ଥିତ l
କେଉଁ ଜୋନ ରେ ରହିଛି ପାକିସ୍ତାନ ? –
ପାକିସ୍ତାନ ରେ ଯଦି ଭୂମିକମ୍ପ ଜୋନ ର କଥା କହିବା ତେବେ ଏହି ଦେଶରେ ୫ଟି ଭୂକମ୍ପ ଜୋନ ରହିଛି, ଯାହାକି ଜୋନ -1, 2ଏ ,2ବି,3 ଓ 4 ଅଟେ l ଜୋନ 1ରେ ସବୁଠୁ କମ, ଏବଂ ଜୋନ 4ରେ ସବୁଠୁ ଅଧିକ l ଏହି ଦେଶ ଯୁରେସିଆନ ଓ ଭାରତୀୟ ପ୍ଲେଟୋ ମଧ୍ୟରେ ସୀମାରେ ଅବସ୍ଥିତ l ତେଣୁ ଏହା ଦୁନିଆର ସବୁଠୁ ଅଧିକ ଭୂମିକମ୍ପ ସକ୍ରିୟ ଦେଶ ଅଟେ l ଏଠାରେ ଅନେକ ଗୁଡିଏ ଫ୍ଲାଟ ଲାଇନ ରହିଛି, ଯେଉଁ କାରଣରୁ ଭୂକମ୍ପ ଆସିଥାଏ l ଏଠାରେ ଚମନ ଫ୍ଲାଟ, ଚିତ୍ରାଳ ହୁଂଜା ଫ୍ଲାଟ, ମକରାନ ସବଡ଼କ୍ସନ ଜୋନ, ହିମାଳୟ ଫ୍ଲାଟ ସିଷ୍ଟମ, ଦକ୍ଷିଣ-ପଶ୍ଚିମ ପାକିସ୍ତାନ ରେ ମଧ୍ୟ କିଛିଟା ଫ୍ଲାଟ ଲାଇନ ରହିଛି l ତେଣୁ ପାକିସ୍ତାନ ଗୋଟିଏ ସଂବାଦନଶୀଳ ଅଂଚଳ ଅଟେ l