Odisha news

ଅପରେସନ ସିନ୍ଦୁର୍ ବିରୁଦ୍ଧରେ ପାକିସ୍ତାନ ଆରମ୍ଭ କଲା ଅପରେସନ ‘ ବୁନୟାନ ଅଲ ମରସୁସ ‘

0

ଆରମ୍ଭ ହେଲା ପାକିସ୍ତାନ ର ଅପରେସନ ବୁନିୟାନ ଅଲ ମରସୁସ , ଅପରେସନ ସିନ୍ଦୁର୍ ପରେ ପାକିସ୍ତାନ ର ନୂଆ ଚାଲ, ଅପରେସନ ସିନ୍ଦୁର୍ ଜରିଆରେ ପାକିସ୍ତାନ ର ଅନେକ ଆତଙ୍କବାଦୀ ଆଡା ଉପରେ ଭାରତ ଆକ୍ରମଣ କରିଥିଲା, ଏହାପରେ ଭୟଭୀତ ହୋଇଯାଇଥିଲା l

ଅପରେସନ ସିନ୍ଦୁର୍ ଜରିଆରେ ଭାରତୀୟ ବାୟୁସେନା ପାକିସ୍ତାନ ର ଅନେକ ଗୁଡିଏ ମିସାଇଲ କୁ ମାରି ଖସାଇଥିଲେ l ଏହି ସମୟ ମଧ୍ୟରେ ଅନ୍ତରାଷ୍ଟ୍ରୀୟ ସମୁଦାୟ ଉଭୟ ଦେଶଙ୍କୁ ସଂଯମ ରଖିବା ପାଇଁ ଓ ଯୁଦ୍ଧ କୁ ବୃଦ୍ଧି କରିବାରେ ରୋକ ଲଗାଇବା ଆବଶ୍ୟକ ବୋଲି ଚେତାଇ ଥିଲେ l

କିନ୍ତୁ ପାକିସ୍ତାନ ନିଜର କୁଟିଳ ପ୍ରକୃତିରୁ କେମିତିବା ଦୁରେଇ ରହିବ ? ସେ ବାରମ୍ବାର ସିଜ-ଫାୟାର ଉଲଂଘନ କରି ଭାରତ ଉପରେ ଆକ୍ରମଣ କରିଆସୁଥିଲା l ଇତି ମଧ୍ୟରେ ପାକିସ୍ତାନ ଓ ଭାରତ ମଧ୍ୟରେ ଉତେଜନା ସ୍ଥିତି ଖୁବ ବଢି ଯାଇଛି l

ବର୍ତମାନ ପାକିସ୍ତାନ ସେନା ଭାରତ ବିରୁଦ୍ଧରେ ଗୋଟିଏ ନୂଆ ଅପରେସନ ଆରମ୍ଭ କରିଛି l ଯାହାକୁ ପାକିସ୍ତାନ ଅପରେସନ ବୁନୟାନ ଅଲ ମରସୁସ ର ନାମ ଦେଇଛି, କିନ୍ତୁ କଣ ଆପଣ ଜାଣିଛନ୍ତି ପାକିସ୍ତାନ ର ଏହି ଅପରେସନ ନାମ ର ଉଦେଶ୍ୟ କଣ ?

ପାକିସ୍ତାନ ର ଏହି ଅପରେସନ ର ଅର୍ଥ ‘ମଜବୁତ ନିମ୍ବ ‘ ଅର୍ଥାତ ‘ କାଚ ଭଳି ମଜବୁତ କାନ୍ଥ ‘ ଯାହାକି ଆରବୀ ଭାଷାର ଗୋଟିଏ ଶବ୍ଦ l ସାଧାରଣ ଅର୍ଥ ରେ ଏହାର ଅର୍ଥ କି ମଜବୁତ ଭାବରେ ନିଜକୁ ରକ୍ଷା ପ୍ରଦାନ କରିବା l

ଏହି ନାମଟି ପାକିସ୍ତାନ କୋରାନ ରୁ ନେଇଛି, ଏବଂ ଅପରେସନ ବୁନୟାନ- ଅଲ -ମରସୁସ ଜରିଆରେ ପାକିସ୍ତାନ ନିଜ ସୈନିକଙ୍କୁ ଏକଜୁଟ କରିବ ଓ ମଜବୁତ କରିବ l ଏବଂ ଭାରତ ବିରୁଦ୍ଧରେ ଗୋଟିଏ ସଶସ୍ତ୍ର ସୈନ୍ୟ ବଳ ଭାରତ ବିରୁଦ୍ଧରେ ଠିଆ କରିବ, କିନ୍ତୁ ପାକିସ୍ତାନ ଜାଣି ନାହିଁ ଯେ ତାର ଏହି ସ୍ବପ୍ନ କେବଳ ସ୍ବପ୍ନ ରେ ହିଁ ରହିଯିବ l  କାହିଁକିନା ଭାରତର ସଶସ୍ତ୍ର ବଳ ପାକିସ୍ତାନ କୁ ଦିନରାତି ଜବାବ ଦେବା ପାଇଁ ଠିଆ ହୋଇଛନ୍ତି l

Leave A Reply