Odisha news

ବିଭିନ୍ନ ଉନ୍ନୟନ କାର୍ଯ୍ଯର ଅନିୟମିତା ଆଣି ବିଜେପିର ବିକ୍ଷୋଭ ପ୍ରଦର୍ଶନ

ପଦ୍ମପୁର (ରିପୋର୍ଟ – ନିରୋଜ କୁମାର ପାଣୀ)  : ବିଜେଡି ଶାସନର ଛତ୍ରଛାୟା ତଳେ ରହି ପଞ୍ଚାୟତ ସ୍ତରୀୟ ଶାସକ ପ୍ରଶାସନ କୁ ହାତେଇ ବିଭିନ୍ନ ଉନ୍ନୟନ କାର୍ଯ୍ଯରେ ହରିଲୁଟ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ ଆଣି ଆଜି ଶୁକ୍ରବାର ଦିନ ଝାରବନ୍ଧ ବ୍ଲକ ସମ୍ମୁଖ ରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବିଜେପି ଯୁବ ମୋର୍ଚ୍ଚା ସଂପାଦକ ଶ୍ରୀ ସାମନ୍ତ ଶେଖର ମୁନାଙ୍କ ଆହ୍ବାନ କ୍ରମେ ପୂର୍ବତନ ବିଧାୟକ ତଥା ରାଜ୍ଯ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ,ରାଜ୍ଯ ଯୁବ ମୋର୍ଚ୍ଚା ସଂପାଦକ ଶ୍ରୀ ପ୍ରୀତେଶ ବହିଦାର,ଝାରବନ୍ଧ ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ହରିହର ସାହୁ,ଜିଲ୍ଲା ପରିଷଦ ସଭ୍ଯା କୁମୁଦିନୀ ସାହୁ,ଗୋବର୍ଦ୍ଧନ ଅଗ୍ରୱାଲ,ଦୁର୍ଗାପ୍ରସାଦ ଅଗ୍ରୱାଲ,ମାନଭଞ୍ଜନ ପ୍ରଧାନ,ଡା ଲମ୍ବୋଦର ପଣ୍ଡା,ମଦନମୋହନ ପଟେଲ,ହରେକୃଷ୍ଣ ପଟେଲ,ସରପଞ୍ଚ ଧନମତୀ ପାଣ୍ତେ ପ୍ରମୁଖ ଯୋଗଦାନ କରି ଏକ ଶୋଭାଯାତ୍ରା ମାଧ୍ୟମରେ ବିଜେଡି ବିରୋଧି ସ୍ଲୋଗାନ ମାନ ଦେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଝାରବନ୍ଧ ବ୍ଲକରେ ହୋଇଥିବା ବିଭିନ୍ନ କାର୍ଯ୍ଯକୁ କମ କରି ବେଶୀ ଟଙ୍କା ଉଠାଣ କରି ଶାସନ ବିଜେଡି ନେତା ଓ ପ୍ରଶାସନ ମାଲାମାଲ ହୋଇଥିବା ଅଭିଯୋଗ ଆଣିଥିଲେ । ହୋଇଥିବା ବିଭିନ୍ନ କାର୍ଯ୍ଯର ସମୀକ୍ଷା କରି ଏହାର ସବିଶେଷ ତଥ୍ଯ ପ୍ରଦାନ କରିବାକୁ ବ୍ଲକ ପ୍ରଶାସନ କୁ ଦାବୀ କରିଥିଲେ । ଝାରବନ୍ଧ ବ୍ଲକ ବିଡିଓ ସୁଶ୍ରୀ ଜମୟନ୍ତୀ ସାହୁ,ଏବିଡିଓ ଶ୍ରୀ ଦେବାଶିଷ ସିହ୍ନା,ସାମାଜିକ ସୁରକ୍ଷା ଅଧିକାରୀ,କନିଷ୍ଠ ଯନ୍ତ୍ରୀ ମାନଙ୍କୁ ଏହି ପ୍ରସଙ୍ଗ ରେ ଆଲୋଚନା ପରେ ସମସ୍ତ ତଥ୍ଯ ପ୍ରଦାନ କରାଯିବ ବୋଲି ଲିଖିତ ଆକାରରେ ଆଶ୍ବସନା ଦେବା ପରେ ବିକ୍ଷୋଭ ପ୍ରଦର୍ଶନ ବନ୍ଦ କରା ଯାଇଥିଲା ।

Govt

Comments are closed.