Odisha news

ବରଗଡ ଲୋକସଭା ସାଂସଦଙ୍କ ଗାଇସିଲାଟ ବ୍ଲକରେ ଅଭିଯୋଗ ଶୁଣାଣି

ପଦ୍ମପୁର( ନିରୋଜ କୁମାର ପାଣୀ) ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକରେ ଆଜି ବରଗଡ ଲୋକସଭା ସାଂସଦ ସୁରେଶ ପୂଜାରୀ ସ୍ଥାନୀୟ ରାଜୀବ ଭବନ ଠାରେ ଜନ ସାଧାରଣଙ୍କ ଅଭିଯୋଗ ଗ୍ରହଣ କରି ତାର ଉପସ୍ଥିତ ସଂପୄକ୍ତ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ। ଗାଇସିଲାଟ ବ୍ଲକ ଅନ୍ତର୍ଗତ ଚିଖିଲିଗ୍ରାମ ପଂଚାୟତରେ ୨୦୧୯-୨୦ ଓ ୨୦୨୦-୨୧ ମସିହାରେ ଚିଖିଲି ଗ୍ରାମ ର ଅଶ୍ବିନୀ ଦାସ ,ପିତା କୃଷ୍ଣଚନ୍ଦ୍ର ଦାସ ଓଆର ୧୬୫୨୮୮୭ ୨୦୧୯ – ୨୦ବର୍ଷ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପାଇଥିଲେ। ମାତ୍ର ଘର ତିଆରି ନ କରି ସମସ୍ତ ଟଙ୍କା ଉଠାଇବା ସହିତ ଗୃହକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ,ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆର୍ଥିକ ବର୍ଷ ୨୦୧୯-୨୦ରେ ଚିଖିଲି ଗ୍ରାମ ର ଅଶୋକ ମହାପାତ୍ର ପିତା – ଘନଶ୍ଯାମ ମହାପାତ୍ର ଓଆର ୧୦୦୩୭୯୧ ପ୍ରଧାନମନ୍ତ୍ରୀ ଆବାସ ପାଇସାରି ପୁଣିଥରେ ୨୦୨୦-୨୧ ବର୍ଷ ଅଶୋକ ମହାପାତ୍ର ପିତା-ଘନଶ୍ଯାମ ମହାପାତ୍ର ଓଆର ୧୬୫୪୩୩୭ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇ ସମସ୍ତ ଟଙ୍କା ଉଠାଇ ଗୃହ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଥିବା ଚିଖିଲି ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରେମରାଜ ଅଗ୍ରୱାଲ ଅଭିଯୋଗ କରିଥିଲେ।

ଏହା ସହିତ କନ୍ଦାଗାଡ ଗ୍ରାମ ପଂଚାୟତରୁ ବୁରୋମୁଣ୍ଡା ରାସ୍ତାକୁ ଦୀର୍ଘ ୧୩ ବର୍ଷ ଧରି ଅବରୋଧ କରାଯାଇଥିବା ଓ ତାହାର ବାରମ୍ବାର ଆପତ୍ତି କରିବା ପରେ ମଧ୍ୟ ପ୍ରଶାସନିକ ଅଧିକାରି ଗ୍ରାମବାସୀଙ୍କୁ ଅଣଦେଖା କରିବାର ଆବେଦନ କରା ଯାଇଥିଲା । ଏହାର ସମାଧାନ କରିବାକୁ ସ୍ଥାନୀୟ ତହସିଲଦାର ଓ ଆଇଆଇସିଙ୍କୁ ନିର୍ଦେଶ ଦେଇଥିଲେ । ଏହା ସହିତ ଜଙ୍ଗଳ ଜମି ଭୂମିହିନଙ୍କୁ ଦିଆ ଯାଇଥିଲେ ସୁଦ୍ଧା ଜମି ଚିହ୍ନଟ ନ ହେବା. ବ୍ଲକର ବିଭିନ୍ନ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରାଯିବା . ପ୍ରଧାନ ମନ୍ତ୍ରୀ ଆବାସ . ଆଦି ସଂପର୍କରେ ଅଭିଯୋଗ ହୋଇଥିଲା. ବିଜେପି ଜିଲ୍ଲା ସଭାପତି ଅଶ୍ବିନି ସଡଙ୍ଗି.ରାଜ୍ୟକମିଟି ସଦସ୍ୟ ସୁରେଶ୍ବର ସତପଥି ବରଗଡ ଜିଲ୍ଲା ପରିସଦ ଉପାଧ୍ୟକ୍ଷ ମଦନ ଦୀପ . ସାଂସଦ ପ୍ରତିନିଧି ପ୍ରବିଣ କୁମାର ପାଣିଗ୍ରାହି ବ୍ଲକ ଅଧ୍ୟକ୍ଷା ବାସନ୍ତି ପାଣ୍ଡେ. ବ୍ଲକ ଉପାଧ୍ୟକ୍ଷ ପ୍ରଣୟ କୁମାର ସାହୁ. ଜିଲ୍ଲାପରିସଦ ସସ୍ମିତା ଡନସନା ପ୍ରମୁଖ ସମେତ ବିଭିନ୍ନ ବିଭାଗିୟ ଅଧିକାରି ଉପସ୍ଥିତ ଥିଲେ. ଅନ୍ୟୁନ୍ନ ୨୦୦ ରୁ ଉର୍ଦ୍ଧ୍ବ ଅଭିଯୋଗ ଆସିଥିଲା. ସାଂସଦ ଗାଇସିଲାଟ ମହାବିଦ୍ୟାଳୟର ନୂତନ କୋଠାର ଶୁଭ ଉଦଘାଟନ କରିଥିଲେ ।

Comments are closed.