ଆଜିକାଲି ସମସ୍ତେ ଚାକିରିଆ, ଏବଂ ଏହି କର୍ମ ବହୁଳ ଜୀବନ ରେ ଟିକିଏ ସମୟ ପାଇଲେ କିଏ ଇଂସ୍ଟଗ୍ରାମ ଖେଳାଉଛି ନଚେତ କେହି ରିଲସ ଦେଖି ସମୟ ଅତିବାହିତ କରୁଛି l କିନ୍ତୁ କେହି ମଧ୍ୟ ନିଜ ପାଇଁ କିଛି ଭଲ କରିବାକୁ ଇଛା କରୁ ନାହାନ୍ତି l ଏପରିକି ନିଜ ପାଇଁ ଗଣ୍ଡିଏ ରୋଷେଇ କରିବାକୁ ମଧ୍ୟ ପ୍ରସ୍ତୁତ ନୁହନ୍ତି l ସେମାନେ ବଜାରରୁ ଖାଦ୍ୟ ଅନଲାଇନ ରେ ଅର୍ଡର କରୁଛନ୍ତି ନଚେତ ପ୍ୟାକେଜଡ଼ ଫୁଡ କୁ ଖାଇ ଭାଗ୍ୟ ଆଦରିଛନ୍ତି l
ବଜାରରେ ମିଳୁଥିବା ପ୍ୟାକେଜ ଫୁଡ ପାଟିକୁ ଖୁବ ସ୍ୱାଦିଷ୍ଟ ଲାଗିଥାଏ , କାହିଁକି ନା ଏହା ଅଲଟ୍ରା ପ୍ରୋସେସଡ଼ ଫୁଡ ରେ ଗଣନା ହୋଇଥାଏ l ଏଥିରେ କୌଣସି ପୋଷାକ ତତ୍ୱ ମଧ୍ୟ ନଥାଏ l ଏହିସବୁ ଖାଦ୍ୟରେ ଆର୍ଟିଫିସିଆଲ ସ୍ଵିଟନର, କଲର୍ସ, ଓ ପ୍ରିଜର୍ଭଭେଟିବ ର ମିଶ୍ରଣ ହୋଇଥାଏ l ଯାହାକି ଖାଦ୍ୟର ସେଲ୍ଫ ଲାଇଫ ସହିତ ସ୍ୱାଦ ମଧ୍ୟ ବଢ଼ାଇଥାଏ l ନିକଟରେ ହାବାର୍ଡ ବିଶ୍ଵବିଦ୍ୟଳର ଗୋଟିଏ ଅଧ୍ୟୟନ ରିପୋର୍ଟ ସାମ୍ନାକୁ ଆସିଥିଲା l ଯେଉଁଥିରେ ପ୍ୟାକେଜ ଫୁଡ ସେବନ କରୁଥିବା ବ୍ୟକ୍ତି ର ଖୁବ ଶୀଘ୍ର ରୋଗରେ ପୀଡିତ ହୋଇ ମୃତ୍ୟୁ ମୁଖରେ ପଡିଥାଏ ବୋଲି ତଥ୍ୟ ପ୍ରଦାନ କରାଯାଇ ଥିଲା l
ଗବେଷଣାରୁ ଖୁଲାସା -:
– ଏହି ଅଧ୍ୟୟନ ରେ କୁହାଯାଇଛି ଯେ ପ୍ୟାକେଜଡ଼ ଫୁଡ ଅଧିକ ସେବନ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ କ୍ଷତିଗ୍ରସ୍ତ ହୋଇଥାଏ l ଏବଂ ମଧୁ ମେହ ଓ କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ପୀଡିତ ହୋଇଥାଏ l
– ପ୍ୟାକେଜଡ଼ ଫୁଡ ଅଧିକ ସେବନ ଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟା ଏବଂ ହାର୍ଟ ରେ ବ୍ଳକେଜ ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ l ଯାହାକି ଶରୀର କୁ ରେଡ ଆଲର୍ଟ ଦେଖାଇ ଥାଏ l
– ଶରୀରରେ ୟୁରିକ ଏସିଡ ବୃଦ୍ଧି ହେବାର ଗୋଟିଏ କାରଣ ହେଉଛି ପ୍ୟାକେଜଡ଼ ଫୁଡ l ଯାହାକି ଆଣ୍ଠୁ ଗଣ୍ଠି ସମସ୍ୟାରେ ପୀଡିତ କରିଥାଏ l ଏହାଛଡା ଅଂଟା ଦରଜ ଓ କ୍ୟାଲସିୟମ୍ ଡେ଼ଫିସିଏନସି ର ମଧ୍ୟ କାରଣ ଅଟେ l
– ରକ୍ତ ହୀନତା କାରଣରୁ ଶରୀରରେ ହେମୋଗ୍ଲୋବିନ ମାତ୍ରା ହ୍ରାସ ହୋଇଥାଏ, ଏବଂ ଶରୀର ରେ ବିଭିନ୍ନ ସମସ୍ୟା ଦେଖା ଯାଇଥାଏ l ଯେପରିକି ଥାଲାସେମିଆ ଭଳି ସମସ୍ୟା ମଧ୍ୟ ଦେଖା ଯାଇଥାଏ l
ଦୀର୍ଘାୟୁ ହେବା ପାଇଁ ଏହି ଖାଦ୍ୟ କରନ୍ତୁ ସେବନ –
– ପ୍ରାକୃତିକ ଖାଦ୍ୟ ସେବନ ନିୟମିତ କରନ୍ତୁ l
– ଅଧିକ ମାତ୍ରାରେ ପାଣି ପିଇବା ଜରୁରୀ l
– ଅଧିକ ସାଲାଡ଼ ସେବନ କରିବା ଜରୁରୀ l
– ଫାଇବର ଯୁକ୍ତ ଭୋଜନ ନିୟମିତ ସେବନ କରନ୍ତୁ l
– ସତେଜ ଫଳମୂଳ ନିୟମିତ ସେବନ କରନ୍ତୁ l
