Odisha news

ଉଦ୍ଘାଟିତ ହେଲା ଓଡିଶାର ପ୍ରଥମ ସ୍ୱତନ୍ତ୍ର ଅଣ୍ଡା ଷ୍ଟୋର୍ – ଓଭ ଫାର୍ମର କେନକୋ ଏଗଷ୍ଟ୍ରl

0

ଭୁବନେଶ୍ୱର: ଭୁବନେଶ୍ୱରର ଅଣ୍ଡା ପ୍ରେମୀଙ୍କୁ ଗୋଟିଏ ଛାତ ତଳେ ଉଚ୍ଚମାନର ପୃଷ୍ଟିକର ଅଣ୍ଡା ଯୋଗାଇବାର ଲକ୍ଷ୍ୟ ନେଇ ଓଭୋ ଫାର୍ମ ଓଡିଶାର ପ୍ରଥମ ସ୍ୱତନ୍ତ୍ର ଅଣ୍ଡା ରିଟେଲ୍ ଷ୍ଟୋର୍ କେନକୋ ଏଗଷ୍ଟ୍ରl ଭୁବନେଶ୍ୱରରେ ଉଦ୍ଘାଟନ କରିଛି । ୧୦୦୦ବର୍ଗଫୁଟ୍ ର ଏହି ନିଆରା ଅଣ୍ଡା ଷ୍ଟୋର୍ରେ ବିଭିନ୍ନ ଉପକାରିତା ସମ୍ପର୍ଣ୍ଣ ଅଣ୍ଡା ଯଥା-ହାଇ ପ୍ରୋଟିନ୍ ଯୁକ୍ତ ଅଣ୍ଡା, ବ୍ରାଉନ୍ ଅଣ୍ଡା, କମ୍ କୋଲେଷ୍ଟ୍ରଲ୍ ଯୁକ୍ତ ଅଣ୍ଡା ଏବଂ ସେଲେନିୟମ୍ ଯୁକ୍ତ ଅଣ୍ଡା ଉପଲବ୍ଧ ରହିଛି ଯାହା ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଟେକ୍ନୋଲୋଜି ଓଭୋ ଫାର୍ମରୁ ସିଧାସଳଖ ଆସିଥାଏ । ଏହି ଫାର୍ମ ରେ କେବଳ ଅଣ୍ଡା ର ଗୁଣବତ୍ତା ନୁହେଁ ବରଂ ଅଣ୍ଡାର ସ୍ୱଚ୍ଛତା ମଧ୍ୟ ସୁନିଶ୍ଚିତ କରାଯାଇଥାଏ । ଏହା ବ୍ୟତୀତ କମ୍ପାନୀ ପ୍ରଥମ ଥର ପାଇଁ ବ୍ଲକ୍ ଚେନ୍ ଟେକ୍ନୋଲୋଜି ପ୍ରଚଳନ କରିଛି । ଯେଉଁ ଟେକ୍ନୋଲୋଜି ସହାୟତାରେ ନିଜ ଉତ୍ପାଦ ଉପରେ ଥିବା କୁ୍ୟଆର୍ କୋଡ୍ କୁ ସ୍କାନ୍ କରି ଗ୍ରାହକମାନେ ଉଚିତ୍ ଜିନିଷ ପାଉଛନ୍ତି କି ନାହିଁ ସୁନିଶ୍ଚିତ ହୋଇପାରିବ ।
ଓଭୋ ଫାର୍ମର ପ୍ରତିଷ୍ଠାତା ସମରେନ୍ଦ୍ର ମିଶ୍ରଙ୍କ ଉପସ୍ଥିତିରେ ଡବ୍ଲୁଓଡିସିର ଚେୟାର୍ମ୍ୟାନ୍ ଅଶିତ୍ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଷ୍ଟୋର୍ ର ଉଦ୍ଘାଟନ କରିଥିଲେ । ଏଏଚ୍ ଆଣ୍ଡ୍ ଭିଏସ୍ ର ନିଦେ୍ର୍ଦଶକ ଡ଼ ଏଦୁଲା ବିଜୟ ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥି ଅଶିତ୍ ତ୍ରିପାଠୀ କହିଛନ୍ତି, “ଏହି ସ୍ୱତନ୍ତ୍ର ଅଣ୍ଡା ଷ୍ଟୋର୍ ପାଇଁ ଓଭୋ ଫାର୍ମର୍ର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ । ଭୁବନେଶ୍ୱର ତଥା ଓଡିଶାର ଲୋକଙ୍କ ପାଇଁ ଏହା ନୂଆ ଏବଂ ସେମାନେ ଏବେ ନିଜର ପୃଷ୍ଟିକର ଆବଶ୍ୟକତା ଅନୁଯାୟୀ ଅଣ୍ଡା ପାଇପାରିବେ । ଏହି ଅଣ୍ଡା ଗୁଡିକ ଉଚ୍ଚ ଗୁଣବତ୍ତା ଏବଂ ସ୍ୱଚ୍ଛତା ସମ୍ପର୍ଣ୍ଣ ।”ଭବିଷ୍ୟତ ସମ୍ପ୍ରସାରଣ ପାଇଁ ସେ ଓଭୋ ଫାର୍ମର୍କୁ ଶୁଭେଚ୍ଛା ଜଣାଇଥିଲେ ।”
କେନ୍କୋ ଏଗ୍ଷ୍ଟ୍ରା ଷ୍ଟୋର୍ ହାଇ ପ୍ରୋ, ବ୍ରାଉନ୍,ଇମୁ୍ୟନୋ, ମୋର୍ଓଭୋ ଏବଂ ଅନ୍-ଡେ ଭଳି ୬ଟି ବର୍ଗର ସାମଗ୍ରୀ ଯୋଗାଇବାକୁ ଯାଉଛି ଯାହା ୬,୧୦ ଏବଂ ୨୦ଟି ଅଣ୍ଡାର ପ୍ୟାକେଟ୍ ଆକାରରେ ଉପଲବ୍ଧ ହେବ । ଏହି ଷ୍ଟୋର୍ ଗ୍ରାହକମାନଙ୍କୁ ଫାର୍ମରୁ ସିଧାସଳଖ ପୃଷ୍ଟିକର ଏବଂ ସତେଜ ଅଣ୍ଡା ଯୋଗାଇବ । ଷ୍ଟୋର୍ରେ ବିକ୍ରି ହେଉଥିବା ସମସ୍ତ ଅଣ୍ଡା ସିଧାସଳଖ ଓଭୋ ଫାର୍ମର ନିଜସ୍ୱ ଫାର୍ମରୁ ଆସିବା ସଂଙ୍ଗେସଂଙ୍ଗେ ଗ୍ରାହକମାନେ ସର୍ବୋଚ୍ଚ ଗୁଣବତ୍ତା ବିଶିଷ୍ଟ ସାମଗ୍ରୀ ପାଉଛନ୍ତି ବୋଲି ସୁନିଶ୍ଚିତ କରିବ ।
ଓଭୋ ଫାର୍ମର ପ୍ରତିଷ୍ଠାତା ସମରେନ୍ଦ୍ର ମିଶ୍ର କେନ୍କୋ ଏଗ୍ଷ୍ଟ୍ରା ର ଭବିଷ୍ୟତ ଯୋଜନା ବିଷୟରେ ସୁଚନାଦେଇ କହିଛନ୍ତି, “କେନ୍କୋ ଏଗ୍ଷ୍ଟ୍ରା ଆମର ଫ୍ଲାଗ୍ସିପ୍ ଷ୍ଟୋର୍ । ଆମେ ଚାହୁଁଛୁ ଯେ ଆମର ଏହି ସ୍ୱତନ୍ତ୍ର ଆଉଟ୍ଲେଟ୍ ଜରିଆରେ ଅଧିକରୁ ଅଧିକ ଲୋକ ସୃଜନଶୀଳ ଓ ଦୀର୍ଘମିଆଦି ଚାଷ ପ୍ରଣାଳୀ ଦ୍ୱାରା ପ୍ରସ୍ତୁତ ସିଧାସଳଖ ଫାର୍ମରୁ ଆସୁଥିବା ସତେଜ ଓ ଉଚ୍ଚ ଗୁଣବତ୍ତା ସମ୍ପର୍ଣ୍ଣ ଅଣ୍ଡା ପାଇପାରନ୍ତୁ । ଭବିଷ୍ୟତରେ ଭୁବନେଶ୍ୱର ର ସମସ୍ତ ସ୍ଥାନରେ ଷ୍ଟୋର ଖୋଲିବା ସଂଙ୍ଗେସଂଙ୍ଗେ ଆଗକୁ କୋଲକାତା ଓ ଦେଶର ଅନ୍ୟ ସହରମାନଙ୍କୁ ସମ୍ପ୍ରସାରଣ କରିବାର ଯୋଜନା ରଖିଛୁ ।

ଏହି ଅଣ୍ଡା ଫାର୍ମ ବ୍ଲକ୍ ଚେନ୍ ଟେକ୍ନୋଲୋଜି ବ୍ୟବହାର କରିଥାଏ ଯାହା ଉତ୍ପାଦିତ ଅଣ୍ଡା ଫାର୍ମରୁ ବାହାରି କିଭଳି ଗ୍ରାହକ ପର୍ଯ୍ୟନ୍ତ ପହଞ୍ଚିଲା ସେ ବିଷୟରେ ସୂଚନା ଦିଏ । ଏହି ଟେକ୍ନୋଲୋଜି ସପ୍ଲାଏ ଚେନ୍ ପ୍ରତି ସ୍ତରର ଅଣ୍ଡାଗୁଡିକ ଉପରେ ନଜର ରଖି ସ୍ୱଚ୍ଛତା ଓ ଦାୟିତ୍ୱବୋଧତା ସୁନିଶ୍ଚିତ କରେ । ଏହି ଟେକ୍ନୋଲୋଜି ସହାୟତାରେ ଅଣ୍ଡା ଉପରେ ଥିବା କୁ୍ୟ ଆର୍ କୋଡ୍ ବ୍ୟବହାର କରି ଗ୍ରାାହକମାନେ ଫାର୍ମର ଅବସ୍ଥିତି, ଅଣ୍ଡା ଉତ୍ପାଦନ ତାରିଖ ଏବଂ ପ୍ରକି୍ରିୟାକରଣ ଏବଂ ପରିବହନ ଇତ୍ୟାଦିର ର ସୂଚନା ପାଇପାରିବେ ।

ଓଭୋ ଫାର୍ମରୁ ଅଣ୍ଡା ସଂଗୃହିତ ହେବା ପରେ ଅଣ୍ଡାର ଗୁଣବତ୍ତା ଏବଂ ସତେଜତାକୁ ସୁନିଶ୍ଚିତ କରିବା ପାଇଁ ଅନେକ ପ୍ରକ୍ରିୟାକରଣ ପଦକ୍ଷେପ ଯଥା ଫ୍ରେସ୍ନେସ୍ ଟେଷ୍ଟ୍, ସେଲ୍ ଷ୍ଟ୍ରେନ୍ଥ୍ ଟେଷ୍ଟ୍, କ୍ୟାଣ୍ଡଲିଂ, ସଫା କରିବା ଏବଂ ଗ୍ରେଡିଂ କରାଯାଇଥାଏ । ପରିବହନ ସମୟରେ ଅଣ୍ଡାର ସୁରକ୍ଷା ଏବଂ ସତେଜତା ବଜାୟ ରଖିବା ପାଇଁ ଓଭୋ ଫାର୍ମ ସ୍ୱତନ୍ତ୍ର ପ୍ୟାକେଜିଂ ଡିଜାଇନ୍ କରିଛି ଓ ପ୍ରତ୍ୟେକ ସ୍ତରରେ ଗୁଣବତ୍ତା ନିଶ୍ଚିତ କରୁଛି । ଅଣ୍ଡାକୁ ଫାର୍ମରୁ ଶେଷ ସ୍ଥାନକୁ ପରିବହନ କରିବା ପାଇଁ ମଧ୍ୟ ଯତ୍ନଶୀଳ ଯୋଜନା କରାଯାଇଥାଏ ।

ଉଚ୍ଚମାନର ଅଣ୍ଡା ଉତ୍ପାଦନରେ ଦୁଇ ଦଶନ୍ଧିର ଅଭିଜ୍ଞତା ସହିତ ଓଭୋ ଫାର୍ମର ଅଣ୍ଡା ଚାଷରେ ପାରଦର୍ଶୀତା ରହିଛି । ବତ୍ତମାନ ଫାର୍ମ ବଲାଙ୍ଗୀରରେ ଥିବା ୩ଟି ୟୁନିଟ୍ରେ ପ୍ରତିଦିନ ଏକ ଲକ୍ଷ ଅଣ୍ଡା ଉତ୍ପାଦନ କରୁଛି । ଏହି ଫାର୍ମରେ ବର୍ତ୍ତମାନ ୨୫୦ରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି ।

ସ୍ୱତନ୍ତ୍ର ଷ୍ଟୋର୍ ବ୍ୟତୀତ କେନ୍କୋ ଭୁବନେଶ୍ୱର ଏବଂ କୋଲକାତାର ଜେନ୍ରାଲ୍ ଟ୍ରେଡ୍ ରିଟେଲ୍ ୟୁନିଟ୍ ଏବଂ ଉଭୟ ସହରର ମର୍ଡନ୍ ଟ୍ରେଡ୍ ଭଳି ରିଟେଲ୍ ଷ୍ଟୋର୍ ଜରିଆରେ ଗ୍ରାହକଙ୍କ ପାଇଁ ନିଜର ଉତ୍ପାଦଗୁଡିକ ଯୋଗାଇ ଦେଉଛି । ଏହା ସହ, ଉତ୍ପାଦଗୁଡିକ ଇ-କମର୍ସ ପ୍ଲାଟ୍ଫର୍ମ ରେ ମଧ୍ୟ ଉପଲବ୍ଧ ରହିଛି ଓ ଗ୍ରାହକମାନେ ଏହାକୁ ଅନ୍ଲାଇନ୍ ଅର୍ଡର୍ କରିପାରିବେ ।

ରପ୍ତାନି ଯୋଗ୍ୟ ଉତ୍ପାଦ ପାଇଁ ଜଣାଶୁଣା ଓଭୋ ଫାର୍ମରୁ ଅଣ୍ଡା କ୍ରମାଗତ ଭାବରେ ବିଶ୍ୱସ୍ତରରେ ତଥା ମିଡିଲ୍ ଇଷ୍ଟ୍ ଦେଶ ଏବଂ ଆଫ୍ରିକାରେ ରପ୍ତାନି କରିଆସୁଛିି । ସୂଚନାଯୋଗ୍ୟ, କତାରରେ ଚାଲିଥିବା ଫିଫା ବିଶ୍ୱକପ୍ରେ ଅଣ୍ଡାର ଜରୁରୀ ଚାହିଦା ପୂରଣ କରିବା ପାଇଁ ଓଭୋ ଫାର୍ମରୁ ଅଣ୍ଡା ରପ୍ତାନୀ କରାଯାଇଥିଲା ।

ଓଭୋ ଫାର୍ମ ଦୁଇ ଭାଇ ସୋମେନ୍ଦ୍ର ମିଶ୍ର ଏବଂ ସମରେନ୍ଦ୍ର ମିଶ୍ର ପରିଚଳନା କରୁଛନ୍ତି । ସୋମେନ୍ଦ୍ର ମିଶ୍ର ଜଣେ ଏକାଗ୍ର ଚାଷୀ ଓ ତାଙ୍କର ପୋଲ୍ଟ୍ରି ବିଷୟରେ ବିଶେଷ ଜ୍ଞାନ ରହିଛି । ଗ୍ରାହକଙ୍କୁ ଅଣ୍ଡା ଉତ୍ପାଦନର ସର୍ବୋଚ୍ଚ ମାନ ପ୍ରଦାନ ଉପରେ ତାଙ୍କର ପ୍ରାଥମିକ ଧ୍ୟାନ ରହିଛି । ଅନ୍ୟପକ୍ଷରେ ସମରେନ୍ଦ୍ର ମିଶ୍ର ୟୁକେ ରେ ଏମ୍ବିଏ ସ୍ନାତକ କରିଛନ୍ତି ଏବଂ ନୂତନ ଜ୍ଞାନକୌଶଳ ତଥା ସ୍ଥାୟୀ ଚାଷ ପ୍ରଣାଳୀରେ ଅନେକ ଜ୍ଞାନ ଏବଂ ଅଭିଜ୍ଞତା ଆଣିଛନ୍ତି । ସେ କୃଷି ବ୍ୟବସାୟରେ ପରିବର୍ତ୍ତନ ଆଣିବା ଏବଂ ଚାଷକୁ ସ୍ଥାୟୀ ଏବଂ ପରିବେଶ ଅନୁକୂଳ କରିବା ପାଇଁ ଅଭିନବ ଉପାୟ ଅନୁସନ୍ଧାନ କରିବାକୁ ଆଗ୍ରହୀ ଅଟନ୍ତି । ଉଭୟ ମିଶ୍ର ଭାଇ ମିଳିତ ଭାବେ ଓଭୋ ଫାର୍ମରେ ପାରଦର୍ଶିତା ଏବଂ ଅଭିଜ୍ଞତାର ଏକ ନିଆରା ମିଶ୍ରଣ ଆଣିଛନ୍ତି, ଯାହା ଉଚ୍ଚମାନର ଓ ସ୍ଥାୟୀ ଅଣ୍ଡା ଉତ୍ପାଦନ କରିବା ପାଇଁ ଫାର୍ମର ଲକ୍ଷ୍ୟକୁ ସକ୍ଷମ କରିବ ।

 

 

Leave A Reply